ଆମେରିକାରେ ପିଲାଙ୍କୁ ସଂସ୍କୃତ ଓ ହିନ୍ଦୀ ଭାଷା ଶିଖାଇବ ଭାରତୀୟ ଦୂତାବାସ!

ଆମେରିକାରେ ପିଲାଙ୍କୁ ସଂସ୍କୃତ ଓ ହିନ୍ଦୀ ଭାଷା ଶିଖାଇବା ପାଇଁ ଏବେ ଭାରତୀୟ ଦୂତାବାସ ପ୍ରୟାସ ଆରମ୍ଭ କରିଛି। ଯାହାଦ୍ୱାରା ବିଦେଶରେ ବଢିବ ଭାରତୀୟ ଭାଷାର ମର୍ଯ୍ୟାଦା। ଆମେରିକାରେ ହିନ୍ଦୀ ଓ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ୱାସିଙ୍ଗଟନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଖୁବ ଶୀଘ୍ର ମାଗଣାରେ ସାପ୍ତାହିକ ଶ୍ରେଣୀ ଆରମ୍ଭ ହେବା ନେଇ ଘୋଷଣା କରାଯାଇଛି। ଦୂତାବାସରୁ ମିଳିଥିବା ସୂଚନା ଅନୁଯାୟୀ, ଏହି କ୍ଲାସ ୧ ଘଣ୍ଟାର ରହିବ ଏବଂ ଦୂତାବାସ ପକ୍ଷରୁ ଭାରତୀୟ ସଂସ୍କୃତ ଶିକ୍ଷକ ଡାକ୍ତର ମାକ୍ସ ରାଜ ଛାତ୍ରଛାତ୍ରୀଙ୍କୁ ଏହି ଶିକ୍ଷାଦାନ କରିବେ।

ସୂଚନା ଅନୁଯାୟୀ, ଏହି ଶ୍ରେଣୀଗୃହ ଦୂତାବାସ ପରିସର ମଧ୍ୟରେ ହିଁ ଖୋଲାଯିବ। କେବେଠାରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ସେନେଇ ଖୁବ୍‌ଶୀଘ୍ର ଦୂତାବାସ ପକ୍ଷରୁ ତାରିଖ ଘୋଷଣା କରାଯିବ। ଦୂତାବାସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ହିନ୍ଦି କ୍ଲାସ ପ୍ରତି ସୋମବାର ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ସଂସ୍କୃତ କ୍ଲାସ ପ୍ରତି ଗୁରୁବାର ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଅନୁଷ୍ଠିତ ହେବ। ତେବେ ଭାରତୀୟ ଦୂତାବାସ ପକ୍ଷରୁ ଏହି ସମ୍ବନ୍ଧରେ ସୂଚନା ଦିଆଯିବା ସହ ଟ୍ଵିଟରରେ ଏହି ନୋଟିସର ଏକ କପି ସେୟାର କରାଯାଇଛି। ଏଥିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଇଚ୍ଛୁକ ଲୋକମାନେ ହିନ୍ଦି ଏବଂ ଉଭୟ ସଂସ୍କୃତ ଉଭୟ ଭାଷା ଶିଖିବାର ସୁଯୋଗ ପାଇପାରିବେ।

ସମ୍ବନ୍ଧିତ ଖବର