ଜାଣନ୍ତୁ, ପ୍ରତ୍ୟେକ ନାଗରିକଙ୍କ ପାଖରେ ରହିଥିବା ୫ଟି ବଡ ଅଧିକାର ବିଷୟରେ

ଆମ ଦେଶରେ ଏଭଳି ଅନେକ ନିୟମ ରହିଛି, ଯାହା ସଂପର୍କରେ ଲୋକମାନେ ଅଜ୍ଞ ଥିବାରୁ ନିଜର ପ୍ରକୃତ ଅଧିକାରରୁ ସବୁବେଳେ ବଂଚିତ ହେବାକୁ ପଡୁଛି । ଆସନ୍ତୁ ଜାଣିବା ଏପରି କିଛି ନିୟମ ସମ୍ପର୍କରେ ଯାହା କାମରେ ନିଶ୍ଚୟ ଆସିବ ।

ସନ୍ଧ୍ୟା ପରେ ମହିଳାଙ୍କୁ ଗିରଫ କରିପାରବନି ପୁଲିସ

କୋର୍ଡ ଅଫ୍ କ୍ରିମିନାଲ୍ ପ୍ରୋସିଜର, ସେକ୍ସନ ୪୬ ଆଧାରରେ ସଂଧ୍ୟା ୬ଟାରୁ ସକାଳ ୬ଟା ଭିତରେ ଭାରତୀୟ ପୁଲିସ କୌଣସି ବି ମହିଳାଙ୍କୁ ଗିରଫ କରିପାରିବ ନାହିଁ । ତେବେ ସେ ଯେତେ ବଡ ଅପରାଧ କରିଥାଆନ୍ତୁ ନା କାହିଁକି । ଯଦି ପୁଲିସ ଏଭଳି କରେ ତେବେ ଗିରଫ କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ । ଏହାଦ୍ୱାରା ଉକ୍ତ ପୁଲିସ ଅଧିକାରୀଙ୍କ ଚାକିରି ବି ବିପଦରେ ପଡିପାରେ ।

ଅଭିଯୋଗ ଲେଖିବାକୁ ମନା କରିପାରିବେ ନାହିଁ କୌଣସି ବି ଅଧିକାରୀ

ଆଇପିସିର ଧାରା ୧୬୬ଏ-କେ ଅନୁସାରେ, କୌଣସି ବି ପୁଲିସ ଅଧିକାରୀ ଆପଣଙ୍କର କୌଣସି ବି ଅଭିଯୋଗକୁ ଦାଖଲ କରିବାକୁ ମନା କରିପାରିବ ନାହିଁ । ଯଦି ସେ ଏଭଳି କରନ୍ତି ତେବେ ତାଙ୍କ ବିରୋଧରେ ବରିଷ୍ଠ ପୁଲିସ କାର୍ଯ୍ୟାଳୟରେ ଅଭିଯୋଗ କରିପାରିବେ । ଯଦି ଉକ୍ତ ପୁଲିସ ଅଫିସର ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଅତି କମରେ ୬ ମାସରୁ ୧ ବର୍ଷ କାଳ ଜେଲ ଦଣ୍ଡାଦେଶ ହୋଇପାରେ । କିମ୍ବା ତାଙ୍କ ଚାକିରି ଚାଲିଯାଇପାରେ ।

ଗର୍ଭବତୀ ମହିଳାଙ୍କୁ ଚାକିରିରୁ ବାହାର କରିପାରିବନି କଂପାନୀ

ମାଟରନିଟି ଭେନିଫିଟ ଆକ୍ଟ ୧୯୬୧ ଅନୁସାରେ, ଗର୍ଭବତୀ ମହିଳାଙ୍କୁ ହଠାତ୍ ଚାକିରିରୁ ବାହାର କରିଯାଇପାରିବ ନାହିଁ । ମାଲିକଙ୍କୁ ପ୍ରଥମେ ୩ ମାସ ପୂର୍ବରୁ ନୋଟିସ ଦେବାକୁ ପଡିବ ଏବଂ ପ୍ରେଗେନ୍ସି ସମୟରେ ହେଉଥିବା ଖର୍ଚ୍ଚର କିଛି ଅଂଶ ଦେବାକୁ ପଡିବ । ଯଦି ସେ ଏଭଳି ନକରନ୍ତି ତେବେ ତାଙ୍କ ବିରୋଧରେ ସରକାରୀ ରୋଜଗାର ସଂଗଠନରେ ଅଭିଯୋଗ କରିପାରିବେ । ଏହି ଅଭିଯୋଗ ଦ୍ୱାରା କଂପାନୀ ବନ୍ଦ ହୋଇପାରେ କିମ୍ବା କଂପାନୀକୁ ଜରିମାନା ଦେବାକୁ ପଡିପାରେ ।

ହୋଟେଲରେ ମାଗଣାରେ ପାଣି ଏବଂ ଶୌଚାଳୟର ବ୍ୟବହାର

ଇଣ୍ଡିଆନ ସିରିଜ ଆକ୍ଟ,୧୮୮୭ ଅନୁସାରେ, ଆପଣ ଦେଶର କୌଣସି ବି ହୋଟେଲକୁ ଯାଇ ପାଣି ମାଗି ପିଇ ପାରିବେ । ଏବଂ ଉକ୍ତ ହୋଟେଲର ୱାସ୍ ରୁମ ମଧ୍ୟ ବ୍ୟବହାର କରିପାରିବେ । ତେବେ ସେ ହୋଟେଲ ଛୋଟ ହେଉ କିମ୍ବା କୌଣସି ପଂଚ ତାରକା ହୋଟେଲ ହେଉ । ଏଥିପାଇଁ ସେ ଆପଣଙ୍କୁ ମନା କରିପାରିବେ ନାହିଁ । ଯଦି ହୋଟେଲର ମାଲିକ କିମ୍ବା କୌଣସି କର୍ମଚାରୀ ଆପଣଙ୍କୁ ପାଣି ଦେବାକୁ କିମ୍ବା ଓାସ ରୁମ ବ୍ୟବସାର କରିବାକୁ ମନା କରନ୍ତି ତେବେ ଆପଣ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ଆପଣଙ୍କର ଅଭିଯୋଗରୁ ଉକ୍ତ ହୋଟେଲର ଲାଇସେନ୍ସ ରଦ୍ଦ ହୋଇପାରେ ।

ସିଲିଣ୍ଡର ଫାଟିଲେ ମିଳିବ କ୍ଷତିପୂରଣ

ପବ୍ଲକ୍ ଲୟାବିଲିଟି ପଲିସି ଆଧାରରେ ଯଦି କୌଣସି କାରଣରୁ ଆପଣଙ୍କ ଘରେ ସିଲିଣ୍ଡରରେ ବିସ୍ଫୋରଣ ଘଟି ଜନଜୀବନ କ୍ଷୟ କ୍ଷତି ହୁଏ ତେବେ ତୁରନ୍ତ ଆପଣ ଗ୍ୟାସ କଂପାନୀ ନିକଟରେ ବୀମା କଭର କ୍ଲେମ କରିପାରିବେ । ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ଗ୍ୟାସ କଂପାନୀ ନିକଟରେ ଆପଣ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଲେମ କରିପାରିବେ । ଦୋଷୀ ପ୍ରମାଣିତ ହେଲେ ଗ୍ୟାସ କଂପାନୀର ଲାଇସେନ୍ସ ରଦ୍ଦ ହୋଇପାରେ ।

ସମ୍ବନ୍ଧିତ ଖବର