ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର୍‌, ଟ୍ରେନ୍‌ ଭିତରେ ଘରର ସୁବିଧା ଯୋଗାଇ ଦେବ ଭାରତୀୟ ରେଳବାଇ

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର୍‌, ଟ୍ରେନ୍‌ ଭିତରେ ଘରର ସୁବିଧା ଯୋଗାଇ ଦେବ ଭାରତୀୟ ରେଳବାଇ

ଭାରତୀୟ ରେଳବାଇ ଖୁବ ଶୀଘ୍ର ସାଧାରଣ ଲୋକଙ୍କ ପାଇଁ ବେଡରୁମ, କିଚେନ୍‌, ଲାଉଞ୍ଜ ଓ ଟୟଲେଟ୍‌, ବିଳାସମୟ ସାଲୁନ ଥିବା କୋଚ୍‌ ସୁବିଧା ଆରମ୍ଭ କରିବ ବୋଲି ସୂଚନା ମିଳିଛି। ଭାରତୀୟ ରେଳବାଇ ଏପରି ଦୁଇଟି କୋଚ୍‌ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ମୂଳ ଲକ୍ଷ୍ୟ ହେଲା ସାଧାରଣ ଲୋକଙ୍କୁ ବିଳାସମୟ କୋଚରେ ଯାତ୍ରା କରିବାକୁ ଉତ୍ସାହିତ କରିବ। ନୂଆଦିଲ୍ଲୀରେ ଗତ ଗୁରବାର ଦିନ ବୋର୍ଡ ଅଧ୍ୟକ୍ଷଙ୍କ ସହ ଟ୍ରାଭେଲ ଆଣ୍ଡ ଆସୋସିଏସନର ବୈଠକ ବସିଥିଲା। ବୈଠକରେ ଏହି କୋଚରେ ସାଧାରଣ ଲୋକେ କିପରି ଯାତ୍ରା କରିପାରିବେ ଓ ସେମାନଙ୍କ ସାମ୍ନାରେ କିପରି ପ୍ରକୋଟ କରାଯାଇପାରିବ ସେ ନେଇ ଚର୍ଚ୍ଚା ହୋଇଥିଲା।

ରେଲବାଇର ସାଲୁନ କୋଚ୍‌ ବରିଷ୍ଠ ଅଧିକାରୀଙ୍କ ପାଇଁ ରହିଥାଏ। ଏହି କୋଚ୍‌, ଦୁର୍ଘଟଣାଗ୍ରସ୍ତ ସ୍ଥାନ, ଦୂରଦୂରାନ୍ତର ଅଂଚଳକୁ ଯିବା ପାଇଁ ବ୍ୟବହାର ହୋଇଥାଏ। ଦେଶର ସବୁ ରେଳବାଇ ଯୋଜନାରେ ମହଜୁଦ ସେଲୁନକୁ ମିଶାଇ ୩୬୬ଟି କୋଚ୍‌ ରହିଛି। ଏକ ସାଲୁନରେ ୪ ଜଣ କର୍ମଚାରୀ ରୁହନ୍ତି। ସୁରକ୍ଷା ପାଇଁ ମଧ୍ୟ ଏହି କୋଚରେ କର୍ମଚାରୀ ନିୟୋଜିତ ଥାଆନ୍ତି। ସାଲୁନର କୋଚକୁ ବିଶେଷ ଡିଜାଇନରରେ ପ୍ରସ୍ତୁତ କରାଯାଇଥାଏ। ଏକ ସାଲୁନ କୋଚରେ ଦୁଇଟି ବେଡ୍‌ରୁମ୍‌, ଗୋଟିଏ ଲାଉଞ୍ଜ, ଏକ ପେଣ୍ଟ୍ରି କାର, ଏ, ଗୋଟିଏ ଟୟଲେଟ ଓ ଗୋଟିଏ କିଚେନ ଥାଏ। ଏହି କୋଚର ରକ୍ଷାଣାବେକ୍ଷଣ ପାଇଁ ପାଇଁ ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ। ଯଦି ସାଲୁନ କୋଚ୍‌ ବନ୍ଦ ହୋଇଯାଏ, ତେବେ ପ୍ରତିବର୍ଷ ରେଳବାଇ ୧୦୮୦ କୋଟି ଆୟ କରିପାରିବ। ୩୦୦ ସାଲୁନ କୋଚରେ ତିଆରି ହୋଇପାରିବ ୧୫ ଏସି ସ୍ୱତନ୍ତ୍ର ଟ୍ରେନ।

ସାଲୁନ କୋଚରେ ସାଧାରଣ ଲୋକେ କିପରି ଯାତ୍ରା କରିପାରିବେ ସେ ନେଇ ଦାବି ହୋଇଥିଲା। ଦିଲ୍ଲୀରେ ଥିବା ଏପରି ବିଳାସମୟ କୋଚ୍‌ ଚଳାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ତେବେ ଆଇଆର୍‌ସିଟିସ ହିଁ ଏନେଇ ର୍ନିଣ୍ଣୟ ନେବ। ଆଉ ଆଇଆରସିଟିସି ଏନେଇ ଏକ ପୁସ୍ତକ ତିଆରି କରିବ ବୋଲି କହିଛି।

ସେହିପରି ମହାରାଜା ଏକ୍ସପ୍ରେସ୍‌ ଭାରତର ସବୁଠାରୁ ଦାମୀ ବିଳାସମୟ ଟ୍ରେନ ଅଟେ। ୨୦୧୦ରେ ଭାରତୀୟ ରେଳ ଏହାକୁ ଆରମ୍ଭ କରିଥିଲା । ଏହି ଟ୍ରେନରେ ୨୩ ଟି ଡବା ରହିଛି, ଯାହା ଯାତ୍ରୀଙ୍କୁ ରାଜକୀୟ ଜୀବନର ଅନୁଭୂତି ପ୍ରଦାନ କରିବ। ଏହି ଟ୍ରେନରେ ୨ଟି ଭୋଜନାଳୟ, ଏକ ଲାଉଞ୍ଜ, ବିଳାସପୂର୍ଣ୍ଣ ଜିନିଷର ଦୋକନ ଓ ରହିବା ପାଇଁ ୪୩ ଟି କ୍ୟାବିନ୍‌ ଦିଆଯାଇଛି। ମହାରାଜାରେ ୩ ରାତି ପାଇଁ ୨.୭୫ ଲକ୍ଷଠାରୁ ଆରମ୍ଭ କରି ୮.୨୫ ଟଙ୍କା ଦେବାକୁ ପଡ଼ିବ।

ପ୍ୟାଲେସ୍‌ ଅନ୍‌ ହ୍ଵିଲ୍‌ସ ଭାରତର ପ୍ରଥମ଼ ବିଳାସପୂର୍ଣ୍ଣ ଟ୍ରେନ୍‌। ଭାରତରେ ସର୍ବପ୍ରଥମେ ୨୬ ଜାନୁୟାରୀ, ୧୯୮୨ରେ ପ୍ରଥମ ବିଳାସପୂର୍ଣ୍ଣ ଟ୍ରେନ୍‌ ଦିଲ୍ଲୀରୁ ଆରମ୍ଭ ହୋଇଥିଲା। ଭାରତୀୟ ରେଳ ଦ୍ୱାରା ରାଜସ୍ଥାନ, ରାଜ୍ୟରେ ପର୍ଯ୍ୟଟନକୁ ଉତ୍ସାହିତ କରିବା ପାଇଁ ଏହି ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିଲା ଆରମ୍ଭ ହୋଇଥିଲା। ଏଥିରେ ଅଛି ୨୩ଟି କୋଚ। ଏଥିରେ ୧୪ ଟି ସୈଲୁନ, ଏକ ସସ୍ପା କୋଚ୍‌, ଦୁଇଟି ରାଜକୀୟ ରେଷ୍ଟୁରାଣ୍ଟ ଆଦି ରହିଛି। ୨୦୧୦ରେ ଏହାକୁ ଦେଶରୁ ସବୁଠାରୁ ବିଳାସପୂର୍ଣ୍ଣ ରେଳଗାଡ଼ି ସୂଚୀରେ ସ୍ଥାନ ଦିଆଯାଇଛି। ୧୬, ଜାନୁୟାରୀ ୨୦୦୪ରେ ଆରମ୍ଭ ହୋଇଥିଲା ଏହି ଟ୍ରେନ୍‌। ମୁୁମ୍ବାଇ ଠାରୁ ଆରମ୍ଭ କରି ଏହା ରତ୍ନଗିରି, ସିନ୍ଧୁଦୁର୍ଗ, ଗୋଆ, ବେଲଗାମ୍‌,କୋଲ୍‌ହାପୁର, ପୁନେ, ଔରାଙ୍ଗାବାଦ, ଅଜନ୍ତା-ଏଲୋରା ଦେଇ ପୁଣି ମୁମ୍ବାଇ ଫେରିଆସେ ଏହି ଟ୍ରେନ୍‌। ଏହି ସୁପର ଡିଲକ୍ସ ବିଳାସମୟ ଟ୍ରେନକୁ ମହାରାଷ୍ଟ୍ର ଟୁରିଜମ୍‌ ଡେଭଲୋପମେଂଟ କୋରପୋରେସନ ଲିମିଟେଡ ଓ ଭାରତ ସରକାର ରେଳ ମନ୍ତ୍ରାଳୟ ମିଳିତ ରୂପେ ଚଳାଉଛନ୍ତି। ୨୧ କୋଚ୍‌ ଥିବା ଏହି ଟ୍ରେନରେ ରହିଛି ୧୨ ଯାତ୍ରୀ କୋଚ୍‌। ଏହି ଟ୍ରେନର ଭଡ଼ା ୩ ଲକ୍ଷ ୭୮ ହଜାରରୁ ଆରମ୍ଭ କରି ୭ ଲକ୍ଷ ୫୬ ହଜାର ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର