ରେଳବାଇ ଆଣିଲା ନୂଆ ଟେକ୍ନୋଲୋଜି : ଏଣିକି ରେଳ ଚଳାଚଳରେ ବାଧକ ସାଜିବନି ଖରାପ ମୌସୁମୀ ଏବଂ କୁହୁଡି !

ଅନେକ ସମୟରେ କୁହୁଡି ଏବଂ ଖରାପ ମୌସୁମୀ କାରଣରୁ ରେଳ ଚଳାଚଳରେ ବାଧା ସୃଷ୍ଟି ହେଉଛି। ଏହାଦ୍ୱାରା ଅନେକ କ୍ଷୟକ୍ଷତି ହେଉଛି। ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏପରି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରୟାସ ଜାରି ରଖିଛି। ଏଥିପାଇଁ ରେଳ କର୍ମଚାରୀମାନଙ୍କୁ ଏହି ବର୍ଷ ଖାସ ପ୍ରଶିକ୍ଷଣ ଦିଆଯିବାର ପ୍ରବନ୍ଧନ କରାଯାଇଛି। କୁହୁଡି ଏବଂ ଖରାପ ମୌସୁମୀରେ କିପରି ରେଳ ଚଳାଚଳ ହେବ ଏବଂ ଟ୍ରେନର ଗତି କେତେ ରହିବ ତାହା ଏହି ପ୍ରଶିକ୍ଷଣ ଜରିଆରେ ରେଳ କର୍ମଚାରୀମାନଙ୍କୁ ଶିକ୍ଷା ଦିଆଯିବ।

ସୂଚନା ମୁତାବକ, ପ୍ରଶିକ୍ଷଣ କ୍ୟାମ୍ପ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଡିସେମ୍ବର ୧୨ ତାରିଖ ମଧ୍ୟରେ କରାଯିବ। ଏଥିସହିତ ଏହି ଟ୍ରେନିଂ ଦିଲ୍ଲୀ ମଣ୍ଡଳର କେତେକ ସ୍ଥାନରେ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ କରାଯିବାର ଘୋଷଣା କରାଯାଇଛି। ଦିଲ୍ଲୀ ମଣ୍ଡଳର ଲୋକ ପାଇଲଟଙ୍କୁ ପୁରୁଣା ଦିଲ୍ଲୀ, ସକୁରବସ୍ତି, ଦିଲ୍ଲୀ ସରାଇ, ରୋହିଲ୍ଲା ଏବଂ ଲୋକାଲ ପାଇଲଟକୁ ସକୁରବସ୍ତିରେ ଟ୍ରେନିଂ ଦିଆଯିବ।

ଉତ୍ତର ଭାରତରେ ଶୀତ ଦିନେ ଏବଂ ବର୍ଷା ଦିନେ କୁହୁଡି ଏବଂ ଖରାପ ମୌସୁମୀ ରେଳ ଚଳାଚଳରେ ଏକ ବଡ ସଂକଟ ପାଲଟି ଯାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଉତ୍ତର ଭାରତୀୟ ରେଳବାଇ ପ୍ରାୟ ୨୪୦୦ ଫାଷ୍ଟ ସେପ୍ଟି ଡିଭାଇଜ କିଣିଛି। ଠିକ ସେହିଭଳି ଦିଲ୍ଲୀ ମଣ୍ଡଳ ମଧ୍ୟ ୯୦୦ ଫାଷ୍ଟ ସେପ୍ଟି ଡିଭାଇଜ କିଣିଛି। ଏହି ଡିଭାଇଜରେ ଫାଷ୍ଟ ଜିପିଏସ ସିଗନାଲ ସିଷ୍ଟମ ଜୋଡା ଯାଇଛି। ଯାହା ଫଳରେ ଏହି ଡିଭାଇଜ ଘନ କୁହୁଡିରେ ବି ରାସ୍ତା ଦେଖାଇ ଟ୍ରେନକୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବାରେ ସାହାଯ୍ୟ କରିବ।

ସମ୍ବନ୍ଧିତ ଖବର