ଭାରତରେ ଅବିବାହିତ ମହିଳା ବ୍ୟବହାର କରୁଛନ୍ତି ଅଧିକ ମାତ୍ରାରେ କଣ୍ଡୋମ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ଅଧିକ ସଂଖ୍ୟାକ ଅବିବାହିତ ଏବଂ ସେକ୍ସସୁଆଲି ଆକ୍ଟିଭେଟ (ଯୌନ ସକ୍ରି୍ରୟ) ମହିଳା ସୁରକ୍ଷିତ ଭାବେ ଯୌନ ସଂପର୍କ ରଖିବା ପାଇଁ ଚିନ୍ତା କରୁଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କରାଯାଇଥିବା ପରିବାର ସ୍ୱାସ୍ଥ୍ୟ ସର୍ଭେ ୨୦୧୫-୧୬ ରୁ ଏହା ପ୍ରମାଣିତ ହୋଇଛି । ସେକ୍ସସୁଆଲି ଆକ୍ଟିଭେଟ ଥିବା ମହିଳାମାନଙ୍କ ମଧ୍ୟରେ ବିଗତ ୧୦ ବର୍ଷ ମଧ୍ୟରେ ୨ ପ୍ରତିଶତରୁ ୧୨ ପ୍ରତିଶତ ପର୍ଯ୍ୟନ୍ତ କଣ୍ଡୋମ ବ୍ୟବହାର ବୃଦ୍ଧି ହୋଇଛି। ସର୍ଭେରୁ ଜଣାପଡ଼ିଛି ୨୦-୧୪ ବର୍ଷ ବୟସ ଅବିବାହିତ ମହିଳାମାନେ ସବୁଠାରୁ ଅଧିକ କଣ୍ଡୋମ ବ୍ୟବହାର କରିଥାନ୍ତି । ତେବେ ଏହି କ୍ଷେତ୍ରରେ ୮ ରୁ ୩ ଜଣ ପୁରୁଷ ଭାବିଥାନ୍ତି ଗର୍ଭନିରୋଧକ ପାଇଁ କେବଳ ମହିଳାଙ୍କର ହିଁ ଭୂମିକା ରହିଛି।

ଏହି ସର୍ଭେରୁ ଜଣାପଡ଼ିଛି, ଭାରତରେ ପ୍ରାୟ ୬୧ ପ୍ରତିଶତ ପୁରୁଷ କଣ୍ଡୋମ ବ୍ୟବହାର ଦ୍ୱାରା ଆବଶ୍ୟକ ନଥିବା ଗର୍ଭଧାରଣରୁ ସୁରକ୍ଷା ମିଳିଥାଏ ବୋଲି ଚିନ୍ତା କରିଥାନ୍ତି । ଏହି ସର୍ଭେ ୬ ଲକ୍ଷ ୧ ହଜାର ୫୦୯ ଜଣଙ୍କ ମଧ୍ୟରେ କରାଯାଇ ତାଙ୍କର ମତ ଗ୍ରହଣ କରିଯାଇଥିଲା । ଏଥିରେ ୯୮ ପ୍ରତିଶତ ଲୋକ କଣ୍ଡୋମ ବ୍ୟବହାର ସପକ୍ଷରେ ପ୍ରତିକ୍ରିୟା ପ୍ରଦାନ କରିଥିଲେ । ଦେଶରେ ସବୁଠାରୁ ଅଧିକ ୭୬ ପ୍ରତିଶତ କଣ୍ଡୋମ ପଞ୍ଜାବରେ ବ୍ୟବହାର କରାଯାଉଥିବା ବେଳେ ସର୍ବନିମ୍ନ ୩୦ ପ୍ରତିଶତ ଲକ୍ଷାଦ୍ୱୀପରେ ବ୍ୟବହାର କରୁଥିବା ଏହି ସର୍ଭେରୁ ପ୍ରମାଣିତ ହୋଇଛି।

ସମ୍ବନ୍ଧିତ ଖବର