ଗାଁ ସ୍କୁଲରୁ କାଲିଫର୍ଣ୍ଣିଆ ଯାତ୍ରା, ‘ୟାହୁ.ଇନ’ ର ନିର୍ଦ୍ଦେଶକ ହେଲେ ଭାରତୀୟ ଯୁବକ

ଗୋରଖପୁର: ଭାରତୀୟ ଯୁବକଙ୍କୁ ମିଳିଲା ବଡ଼ ଦାୟିତ୍ୱ | ବିଶ୍ୱର ଏକ ପ୍ରମୁଖ ସଫ୍ଟୱେୟାର କମ୍ପାନୀ ୟାହୁ ଡଟ ଇନର ନିର୍ଦ୍ଦେଶକ ଭାବେ ଉତ୍ତରପ୍ରଦେଶ ଗୋରଖପୁରର ଯୁବକ ମୋହିତ ଗୋୟଙ୍କାଙ୍କୁ ଦାୟିତ୍ୱ ମିଳିଛି | ଗୋରଖପୁରର ସାହେବଗଂଜରେ ମୋହିତଙ୍କ ଘର ଥିବାବେଳେ ତାଙ୍କ ବାପା କିସାନ କୋୟଙ୍କ ଜଣେ କପଡା ବ୍ୟବସାୟୀ ବୋଲି ଜଣାପଡିଛି | ୟାହୁ ଡଟ ଇନର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇବା ପରେ ସାରା ଉତ୍ତରପ୍ରଦେଶରେ ଖୁସିର ମାହୋଲ ଖେଳିଯାଇଥିବାବେଳେ ଆମେରିକାର କାଲିଫର୍ଣ୍ଣିଆରେ ମୋହିତଙ୍କୁ କାର୍ଯ୍ୟ କରିବାକୁ ପଡିବ | ସାରା ବିଶ୍ୱରେ ୟାହୁ ବ୍ରାଉଜରକୁ ଏଠାରୁ ହିଁ ପରିଚାଳନା କରାଯିବ |

punjabkesari.in

ପରିବାରର ଆର୍ଥିକ ଅବସ୍ଥା ସେତେ ସୁଦୃଢ ନଥିଲେ ବି ନିଜସ୍ୱ ପରିଶ୍ରମ ଯୋଗୁଁ ମୋହିତ ଭୋପାଳରେ କମ୍ପ୍ୟୁଟର ସାଇନ୍ସ ଇଂଜିନିୟରିଂରେ ବିଟେକ ଡିଗ୍ରୀ ହାସଲ କରିଥିଲେ | ଏଠାରେ ସେ ସର୍ବୋଚ୍ଚ ମାର୍କ ରଖିବା ପରେ କାଲିଫର୍ଣ୍ଣିଆର ୟୁନିଭର୍ସିଟି ଅଫ ସଦର୍ଣ୍ଣରୁ ମାଷ୍ଟର ଇନ କମ୍ପ୍ୟୁଟର ସାଇନ୍ସ ଡିଗ୍ରୀ ହାସଲ କରିଥିଲେ |

୨୦୧୨ ମସିହାରେ ୟାହୁ ଡଟ ଇନର ଇଂଜିନିୟର ଭାବେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ | ନିଜର କାମ ପ୍ରତି ନିଷ୍ଠା ଯୋଗୁଁ ୨୦୧୮ ମସିହାରେ ତାଙ୍କୁ ସିନିୟର ଇଂଜିନିୟର ଭାବେ ପଦୋନ୍ନତି ମିଳିଥିଲା | ଶେଷରେ ତାଙ୍କୁ ୟାହୁର ନିର୍ଦ୍ଦେଶକ ଭାବେ ପଦୋନ୍ନତି ଦିଆଯାଇଛି | ଏହାକୁ ନେଇ ମୋହିତଙ୍କ ବାପା କହିଛନ୍ତି ଯେ ପିଲାଟିଦିନରୁ କଠିନ ପରିଶ୍ରମ କରିଥିବା ମୋହିତ ଆଜି ତାଙ୍କର ଫଳ ପାଇଛନ୍ତି | ଯାହାକି ତାଙ୍କ ଅଞ୍ଚଳ ପାଇଁ ଗର୍ବର ବିଷୟ ପାଲଟିଛି |

ସମ୍ବନ୍ଧିତ ଖବର