ଆସନ୍ତୁ ନଜର ପକାଇବା, ଭାରତରେ ଏପରି କିଛି ତଥ୍ୟ ଅଛି ଯାହା ଅନେକଙ୍କୁ ହୁଏତ ଅଜଣା ଥାଇପାରେ

ଭାରତ ଏପରି ଏକ ଦେଶ ଯିଏକି ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ବିଶ୍ୱ ଦରବାରରେ ନିଜର ପରାକାଷ୍ଠା ପ୍ରତିପାଦନ କରିଆସିଛି। ଆମ ଦେଶ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିଛି ଯାହାକୁ ଆଉ କେଉଁ ଦେଶ ମଧ୍ୟ କରିପାରିବେ ନାହିଁ। ଭାରତରେ ଏପରି କିଛି ତଥ୍ୟ ଅଛି ଯାହା ଅନେକଙ୍କୁ ହୁଏତ ଅଜଣା ଥାଇପାରେ। ଆସନ୍ତୁ ନଜର ପକାଇବା ଏପରି କିଛି ତଥ୍ୟ ଉପରେ।

୧) ସର୍ବ ପ୍ରଥମେ ଭାରତରେ ଆରମ୍ଭ ହୋଇଥିଲା ଚେସ୍‌ ଖେଳ।
୨) ବୀଜଗଣିତ, ତ୍ରିକୋଣମିତି ଏବଂ ଗଣନ ପ୍ରଥମେ ଭାରତରୁ ହିଁ ଆରମ୍ଭ ହୋଇଥିଲା।
୩) ଭାରତ ହିଁ ସବୁଠାରୁ ବଡ ଲୋକତାନ୍ତ୍ରିକ ରାଷ୍ଟ୍ର ଯାହାର ଜନତା ହିଁ ରାଷ୍ଟ୍ରକୁ ଶାସନ କରିବାର କ୍ଷମତା ରଖିଥାନ୍ତି।
୪) ଦୁନିଆରେ ଇଂରାଜୀ କହିବା ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ଆସିଥାଏ।
୫) ଭାରତୀୟ ରାଷ୍ଟ୍ରୀୟ କବାଡି ଟିମ୍‌ ସବୁ ବିଶ୍ୱ କପ୍‌ ଜିତିବାରେ ସଫଳ ହୋଇଛି।
୬) ଭାରତୀୟ ରେଳବାଇ ବେକାରଙ୍କୁ ରୋଜଗାରକ୍ଷମ କରିବାରେ ସବୁଠୁ ଆଗରେ ରହିଛି।
୭) ଦୁନିଆର ସବୁଠାରୁ ବଡ ସ୍କୁଲ ଭାରତରେ ଅବସ୍ଥିତ। ଯେଉଁଠାରେ ପ୍ରତ୍ୟେକ ବର୍ଷ ୫୦,୦୦୦ ଛାତ୍ରଛାତ୍ରୀ ପାଠ ପଢନ୍ତି । ଏହି ସ୍କୁଲର ନାଁ ସିଏମଏସ୍‌ ଯାହା ଲକ୍ଷ୍ନୌ-୭ରେ ଅବସ୍ଥିତ।
୮) ବିଶ୍ୱରେ ସବୁଠାରୁ ବଡ ପରିବାର ଭାରତରେ ହିଁ ଅଛି। ଏହି ପରିବାରରେ ଜଣେ ବ୍ୟକ୍ତିଙ୍କର ୩୯ ଜଣ ପତ୍ନୀ ଏବଂ ୯୪ ଜଣ ସନ୍ତାନ ଅଛନ୍ତି।
୯) ଅନ୍ୟ ଦେଶ ତୁଳନାରେ ଭାରତରେ ଖୁବ୍‌ ଅଧିକ ସିନେମା ର୍ନିମାଣ କରାଯାଏ ।
୧୦) ଭାରତରେ ସବୁଠାରୁ ବଡ ରୋଡ୍‌ ନେଟୱାର୍କ ରହିଛି ।
୧୧) ଶାମ୍ପୁର ଆବିଷ୍କାର ଭାରତରେ ହିଁ ହୋଇଥିଲା। ଯାହା ଏକ ସଂସ୍କୃତ ଶବ୍ଦ ଚମ୍ପୁରୁ ଆସିଥିଲା।
୧୨) ଭାରତର କୁମ୍ଭମେଳା ଦୁନିଆରେ ସବୁଠାରୁ ବଡ ମେଳା ଅଟେ। ଅନ୍ତରୀକ୍ଷଠାରୁ ତଳକୁ ଦେଖିଲେ ମଧ୍ୟ ଏହାର ମନୋଲୋଭା ଦୃଶ୍ୟ ଦେଖାଯାଏ ।
୧୩) ଭାରତର ତାଜମହଲ ଦୁନିଆର ସପ୍ତମ କିମ୍ବଦନ୍ତୀ(ଅଜୁବା) ନାମରେ ଖ୍ୟାତ।
୧୪) ଭାରତରେ ଅଧିକ ଟି.ଭି.ଚ୍ୟାନେଲ୍‌ ରହିଛି।
୧୫) ୨୬ ମଇ ୨୦୦୫ ତାରିଖରେ ପୁର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏ.ପି.ଜେ ଅବଦୁଲ୍‌ କଲାମ୍‌ ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଯାଇଥିଲେ ଏବଂ ଏହି ଦିନକୁ ହିଁ ସ୍ୱିଜରଲ୍ୟାଣ୍ଡରେ ବିଜ୍ଞାନ ଦିବସ ରୁପେ ପାଳନ କରାଯାଏ।
୧୬) ବୃହତ୍‌ ଦୁଧ ଉତ୍ପାଦନ କ୍ଷେତ୍ର ହେଉଛି ଭାରତ।
୧୭) ଭାରତୀୟ ସେନା ଦୁନିଆର ତୃତୀୟ ବଡ ସେନାର ମାନ୍ୟତା ପାଇବାରେ ସଫଳ ହୋଇଛି ।
୧୮) ଭାରତରେ ହିଁ ମାର୍ଶଲ ଆର୍ଟସ୍‌ର ଶୁଭାରମ୍ଭ ହୋଇଥିଲା।
୧୯) ଯୋଗ କଳାର ଦେଶ ଭାରତ ୫୦୦୦ ବର୍ଷରୁ ଅଧିକ ସମୟରୁ ଏଠାରେ ଯୋଗକଳାର ଅଦ୍ଭୁତ କୃତିତ୍ୱ ଦେଖାଯାଏ।
୨୦) ଡାକ୍ତରମାନଙ୍କ ଦ୍ୱାରା କରାଯାଉଥିବା ସର୍ଜରୀର ସଂରଚନା ଭାରତରେ ହିଁ ହୋଇଥିଲା। ଖ୍ରୀଷ୍ଟପୂର୍ବ ୬୦୦ରେ ଶୁଶ୍ରୁତ ନାମକ ଜଣେ ମୁନୀ ପ୍ଲାଷ୍ଟିକ ସର୍ଜରୀ କରିବାରେ ପ୍ରଥମ ଥିଲେ।

ସମ୍ବନ୍ଧିତ ଖବର