ସହିଦ୍‌ ଯବାନଙ୍କ ପତ୍ନୀଙ୍କୁ ଉପହାରରେ ଘର ଦେବା ସହ ହାତ ପାପୁଲି ଉପରେ ଚଲାଇ ଗୃହପ୍ରବେଶ କରାଇଲେ ଗାଁର ଯୁବକ

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଉଦାହରଣ ସୃଷ୍ଟି କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଯବାନଙ୍କ ପତ୍ନୀଙ୍କୁ ଗାଁ ଲୋକେ ଯେଉଁ ଭଳି ଭାବେ ସମ୍ମାନିତ କରିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା  ଆରମ୍ଭ ହୋଇ ଯାଇଛି । ସ୍ୱାଧୀନତା ଦିବସ ଅବସରରେ ଗାଁର ଯୁବକମାନେ ସହିଦ୍‌ ଯବାନଙ୍କ ପତ୍ନୀଙ୍କୁ ଏକ ନୂଆ ଘର ଉପହାରରେ ଦେବା ସହ ନିଆଁରା ଢ଼ଙ୍ଗରେ ଗୃହ ପ୍ରବେଶ କରାଇଥିଲେ । ଯୁବକମାନେ ନିଜ ହାତ ପାପୁଲିକୁ ତଳେ ରଖିବା ସହ ସହିଦ୍‌ ଯବାନଙ୍କ ପତ୍ନୀଙ୍କୁ ତା’ ଉପରେ ଚାଲିବାକୁ କହିଥିଲେ । ନିଆଁରା ଢ଼ଙ୍ଗରେ ହାତ ପାପୁଲି ଉପରେ ଚାଲି ନୂଆ ଘରକୁ ପ୍ରବେଶ କରିଥିଲେ ଯବାନଙ୍କ ପତ୍ନୀ ।

Image result for indore-independence-day-martyrs-wife-gets-new-home-after-village-youths-initiative
Navbharat Times

ସୂଚନା ମୁତାବକ, ୧୯୯୧ରେ ବିଏସ୍‌ଏଫ୍‌ ଯବାନ ମୋହନ ସିଂହ ସହିଦ୍‌ ହୋଇ ଯାଇଥିଲେ । ଏହା ପରେ ଘରର ଆର୍ଥିକ ସ୍ଥିତି ବଦଳିଯିବା ସହ ଭଙ୍ଗା ଘରେ ରହୁଥିଲେ ସହିଦ୍‌ଙ୍କ ପରିବାର । ସରକାରଙ୍କ ପକ୍ଷରୁ କୌଣସି ସହାୟତା ନ ମିଳିବା ପରେ ବେଟମା ଗାଁର ଯୁବକମାନେ ୧୧ଲକ୍ଷ ଟଙ୍କା ଆଦାୟ କରି ସହିଦ୍‌ ମୋହନ ସିଂହଙ୍କ ପରିବାର ପାଇଁ ପକ୍କା ଘର ନିର୍ମାଣ କରିଥିଲେ । ଯାହା ପରେ ରାକ୍ଷୀ ପୁର୍ଣ୍ଣିମା ଓ ସ୍ୱାଧୀନତା ଦିବସ ଅବସରରେ ସହିଦ୍‌ ମୋହନ ସିଂହଙ୍କ ପତ୍ନୀଙ୍କୁ ଘରର ଚାବି ଦିଆଯାଇଥିଲା ।

ସମ୍ବନ୍ଧିତ ଖବର