ସରକାରୀ ଯୋଜନାରେ ଅନୁପ୍ରାଣୀତ ହୋଇ ଝିଅଙ୍କ ନାଁ ରଖିଲେ ‘ଜିଏସ୍‌ଟି’ !

ସୁରାଟ: ନିକଟରେ ମୋଦି ସରକାର ସମଗ୍ର ଦେଶରେ ଏକକ ଟିକସ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଓଡ଼ିଆରେ ଯାହାକୁ ଆମେ ଦ୍ରବ୍ୟ ଓ ସେବାକର(ଜିଏସ୍‌ଟି) ବୋଲି କହୁଛେ । ସମଗ୍ର ଦେଶରେ ଏବେ ଜିଏସ୍‌ଟି ଲାଗୁ ହେବା ପରେ ଟିକସ ବ୍ୟବସ୍ଥା ସରଳ ହୋଇଛି । ଯାହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ତେବେ ପାଠକେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସରକାରଙ୍କ ଏହି ନୀତିରେ ଅନୁପ୍ରାଣୀତ ହୋଇ ଜଣେ ମହିଳା ନିଜ ନବଜାତ ୩ ଝିଅଙ୍କ ନାଁ ଜିଏସ୍‌ଟି ରଖିଛନ୍ତି ।
ଗୁଜୁରାଟ ରାଜ୍ୟ ସୁରାଟ ଅଞ୍ଚଳର କାଞ୍ଚନ ପଟେଲ ଏକକାଳୀନ ୩ କନ୍ୟା ସନ୍ତାନର ଜନନୀ ହୋଇଥିବା ବେଳେ ସେମାନଙ୍କ ନାମକ ପ୍ରଥମ ଅକ୍ଷର ଜି, ଏସ୍‌ ଓ ଟି ରଖିଛନ୍ତି। ନାଁ ଦେଇଛନ୍ତି ଗରଓ୍ଵି, ସାଞ୍ଚି ଓ ତରଓ୍ଵି । ଏହି ରୋଚକ ନାମକରଣ  ପରେ ମହିଳାଙ୍କ ୩ ଝିଅଙ୍କୁ ସ୍ଥାନୀୟ ଲୋକେ ଜିଏସ୍‌ଟି ବୋଲି ଡାକୁଛନ୍ତି ।
କେବଳ ଗୁଜୁରାଟ ନୁହେଁ ପୂର୍ବରୁ ଛତିଶଗଡ଼ର ଏକ ପରିବାର ନବଜାତକଙ୍କ ଏଭଳି ନାମକରଣ କରି ଚର୍ଚ୍ଚିତ ହୋଇଥିଲା ।
ସମ୍ବନ୍ଧିତ ଖବର