ଲୁଣ ଆମ ଦୈନନ୍ଦିନ ଜୀବନରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି। ବିଶେଷକରି ରୋଷେଇରେ ଏହା ନିହାତି ଦରକାର। ଲୁଣ ବିନା ରୋଷେଇ ସ୍ୱାଦହୀନ। ରୋଷେଇରେ ଲୁଣ ଯେତେ ମୁଖ୍ୟ ଥାଏ, ଏହା ବିଷୟରେ କିଛି ତଥ୍ୟ, ସେତେ ହିଁ ରୋଚକ। ଆସନ୍ତୁ ଲୁଣ ବିଷୟରେ ଏମିତି କିଛି ରୋଚକ ତଥ୍ୟ ଜାଣିବା।
Sambad is now on WhatsApp
Join and get latest news updates delivered to you via WhatsApp
ଆଗକାଳରେ ରୋମର ସୈନିକଙ୍କୁ ପାରିଶ୍ରମିକ ରୂପେ ଲୁଣ ଦିଆଯାଉଥିଲା। ପାରିଶ୍ରମିକର ଇଂରାଜୀ ଶବ୍ଦ ‘ସାଲାରି’। ସାଲାରି ସଲ୍ଟରୁ ତିଆରି ହୋଇଛି।
ପୂର୍ବ କାଳରେ ଜାପାନରେ ଥିଏଟର ମଞ୍ଚ ଉପରେ ନାଟକ ପୂର୍ବରୁ ଲୁଣ ଛିଞ୍ଚାଯାଉଥିଲା। ଅଭିନେତାଙ୍କୁ ଖରାପ ଆତ୍ମାରୁ ଦୂର ରଖିବା ପାଇଁ ଏମିତି କରାଯାଉଥିଲା।
ଭାରତରେ ଲୁଣ ଏକ ଆନ୍ଦୋଳନର ରୂପ ନେଇଥିଲା ଯାହାକୁ ‘ଲବଣ ସତ୍ୟାଗ୍ରହ’ କୁହାଯାଏ। ଏହି ଆନ୍ଦୋଳନ ଇଂରେଜମାନଙ୍କ ଦ୍ୱାରା ଲୁଣ ଉପରେ ଲଗାଯାଇଥିବା କର ବିରୁଦ୍ଧରେ ଥିଲା। ପାଖାପାଖି ୮୦ ସତ୍ୟାଗ୍ରହୀଙ୍କ ସହିତ ଗାନ୍ଧୀ ଗୁଜରାଟର ସାବରମତୀ ଆଶ୍ରମରୁ ଚାଲି ଚାଲି ଦାଣ୍ଡି ପର୍ଯ୍ୟନ୍ତ, ପାଖାପାଖି ୩୯୦ କିମି ପଦଯାତ୍ରା କରିଥିଲେ। ଇତିହାସରେ ଏହି ଘଟଣା ‘ଦାଣ୍ଡି ମାର୍ଚ’ ନାମରେ ଲିପିବଦ୍ଧ ଅଛି।
ଭାରତରେ ୭୫% ଲୁଣ ଉତ୍ପାଦନ ଗୁଜରାଟରେ ହୋଇଥାଏ। ଗୁଜରାଟରେ ଥିବା ୨୦ ଲୁଣ ରିଫାଇନାରୀ ମଧ୍ୟରୁ କେବଳ ୧୪ଟି ଗାନ୍ଧୀ ଧାମରେ ଅଛି। ଭାରତରେ ପ୍ରଚୁର ମାତ୍ରାରେ ଲୁଣ ମିଳେ। ଏହା ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ରକ୍ ସଲ୍ଟ ରୂପେ ମିଳିଥାଏ। ରାଜସ୍ଥାନର ଲୁଣି ହ୍ରଦ, ଯେମିତି କି ସାମ୍ଭର ହ୍ରଦ, ଡିଡବାନା ହ୍ରଦର ତଟ ଉପରେ ମଧ୍ୟ ଲୁଣର ଉତ୍ପାଦନ ହୋଇଥାଏ। ଗୁଜରାଟର କଚ୍ଛ ଲୁଣ ଉତ୍ପାଦନ ପାଇଁ ବେଶ୍ ପ୍ରସିଦ୍ଧ। ଆସାମ ଓ ମଣିପୁରରେ କିଛି ଲୁଣି ଝରଣାରୁ ଲୁଣ ଉତ୍ପାଦନ ହୋଇଥାଏ।