ନୂଆଦିଲ୍ଲୀ : ପ୍ରତି ବର୍ଷ ଜୁନ୍ ୨୧ରେ ବିଶ୍ୱ ଯୋଗ ଦିବସ ପାଳନ କରାଯାଏ । ଏହି ଦିନ ଲୋକମାନେ ଯୋଗର ବିଭିନ୍ନ ଆସନ କରି ଜୀବନରେ ଯୋଗର ମହତ୍ତ୍ୱ କେତେ ତାହା ବୁଝାଇଥାନ୍ତି । ତେବେ କିଛି ଲୋକ ଯୋଗକୁ ଆପଣାଇ ନିଜକୁ ଶରୀରିକ ଏବଂ ମାନସିକ ସ୍ଥରରେ ସୁସ୍ଥ ରଖୁଥିବା ବେଳେ କିଛି ଲୋକଙ୍କୁ ଏହାକୁ କରିବା ପାଇଁ ସମୟ ହୋଇ ନଥାଏ । ବା କିଛି ଲୋକ ନିଜ ଅଳସୁଆ ପଣ ପାଇଁ ଏହାକୁ କରି ନଥାନ୍ତି । କିନ୍ତୁ ଏହାର ଫାଇଦା କେତେ ଜଣେ ଏହାକୁ କରିବା ପରେ ହିଁ ଜାଣି ପାରିବ । ସବୁଠାରୁ ବଡ଼ ପ୍ରଶ୍ନ ହେଲା ଜୁନ୍ ୨୧ରେ ହିଁ କ’ଣ ପାଇଁ ଯୋଗ ଦିବସ ପାଳନ କରାଯାଏ । କିଛି ଲୋକଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ ନିଶ୍ଚୟ । ତେବେ ଆଜି ଆମେ ଆପଣଙ୍କୁ ଏହାର କାରଣ ଜଣାଇବୁ ।
oneindia.comସୂଚନା ମୁତାବକ, ଜୁନ୍ ୨୧ ବର୍ଷର ସବୁଠାରୁ ଲମ୍ବା ଦିନ ହୋଇଥାଏ । ଯୋଗ ମଣିଷକୁ ଦୀର୍ଘ ଜୀବନ ପ୍ରଦାନ କରୁଥିବାରୁ ଏହି ଦିନଟିକୁ ବିଶ୍ୱ ଯୋଗ ଦିବସ ରୂପେ ପାଳନ କରାଯାଉଛି । ପ୍ରଥମେ ଏହି ଦିବସ ଜୁନ୍ ୨୧, ୨୦୧୫ରେ ପାଳନ କରାଯାଇଥିଲା । ଯାହା ବିଷୟରେ ପ୍ରଥମେ ସେପ୍ଟେମ୍ବର ୨୭, ୨୦୧୪ରେ ଜାତିସଂଘରେ ଭାଷଣ ଦେଇ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହା ପରେ ପରେ ଜୁନ୍ ୨୧କୁ ବିଶ୍ୱ ଯୋଗ ଦିବସ ଭାବେ ଘୋଷଣା କରାଗଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/19_06_2019-yoga_day_19325748.jpg)