୭୦୦କୋଟି ଟଙ୍କା ସମ୍ପତ୍ତିର ମାଲିକ ଥିବା ବିଲେଇର ମୃତ୍ୟୁ !

ଦୁନିଆର ସବୁଠାରୁ ଚର୍ଚ୍ଚିତ ବିଲେଇର ମୃତ୍ୟୁ ହୋଇଛି। ଗ୍ରାମ୍ପି ନାମକ ଏହି ବିଲେଇ ଏତେ ଚର୍ଚ୍ଚିତ ଥିଲା କି ତାହାର ଟୁଇଟରରେ ୧୫ଲକ୍ଷରୁ ଅଧିକ, ଫେସବୁକ୍‌ରେ ୮୫ଲକ୍ଷ ଓ ଇନ୍‌ଷ୍ଟାଗ୍ରାମ୍‌ରେ ୨୫ ଲକ୍ଷ ଫଲୋୟର୍ସ ଥିଲେ। ଏରିଜୋନାରେ ବସବାସ କରୁଥିବା ବିଲେଇର ମାଲିକାଣୀ ସୋସିଆଲ ମିଡିଆରେ ବିଲେଇର ମୃତ୍ୟୁ ଖବର ସେୟାର କରିଥିଲେ।

ଏହି ବିଲେଇକୁ ନେଇ ପୁସ୍ତକ ଲେଖାଯିବା ସହିତ ସିନେମା ବି ନିର୍ମାଣ କରାଯାଇଥିଲା। ବିଲେର ବୟସ ୭ବର୍ଷ ପାଖାପାଖି ହେବ। ପ୍ରଥମଥର ୨୦୧୨ରେ ଏକ ୟୁଟୁବ ଭିଡିଓ ଜରିଆରେ ବିଲେଇ ଚର୍ଚ୍ଚାର ପରିସରକୁ ଆସିଥିଲା। ୨୦୧୨ରେ ଗ୍ରାମ୍ପିର ଭିଡିଓକୁ ଦେଢ଼ କୋଟିରୁ ଅଧିକ ଲୋକ ଦେଖିଥିଲେ। ବିଲେଇ କାରଣରୁ ତାହାର ମାଲିକାଣୀ ତବାଥା ବୁନ୍ଦସେନବି ବହୁ ଅର୍ଥ ରୋଜଗାର କରିଥିଲେ। ବିଲେଇର ପ୍ରକୃତ ନାମ ଟାର୍ଡର ସାସ ଥିଲା, କିନ୍ତୁ ସେ ଗ୍ରାମ୍ପି କେଟ ଭାବେ ଚର୍ଚ୍ଚାକୁ ଆସିଥିଲା। ବିଲେଇ ପାଖରେ ବର୍ତ୍ତମାନ ୭୦୦କୋଟି ଟଙ୍କାର ସମ୍ପତ୍ତି ଥିବା କଥା କୁହାଯାଉଛି।

aajtak

ସୋସିଆଲ ମିଡିଆରେ ଏହି ବିଲେଇର ମୃତ୍ୟୁ ଖବର ଶୁଣି ଅନେକ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ବିଲେଇର ଚିକିତ୍ସା ଭଲ ଡାକ୍ତରଙ୍କ ପାଖରେ ବି କରାଯାଇଥିଲା, କିନ୍ତୁ ଏକ ସଂକ୍ରମଣ କାରଣରୁ ମଇ ୧୪ରେ ତାର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର