ଜେନି ବାପାଙ୍କର ୪ଟି ପିଲା; ସେମାନଙ୍କ ମଧ୍ୟରୁ ୩ ହେଲେ ପୂର୍ବ, ପଶ୍ଚିମ ଓ ଉତ୍ତର, ୪ର୍ଥ ଜଣକ କିଏ?

ସାଧାରଣ ଜ୍ଞାନ କହିଲେ କେବଳ ଦେଶ ବିଦେଶର କଥା ନୁହେଁ। ବରଂ ଉପସ୍ଥିତ ବୁଦ୍ଧିକୁ ବି ଗଣାଯାଏ। କେବଳ ସାଧାରଣ ଜ୍ଞାନ ପୁସ୍ତକ ଧରି ନାନା କଥା ଘୋଷି କରି ମନେ ରଖିବା ଦ୍ୱାରା ମସ୍ତିଷ୍କ ତୀକ୍ଷ୍ମ ହୁଏ ନାହିଁ। ମସ୍ତିଷ୍କକୁ ଆମେ ଯେବେ ବ୍ୟବହାର କରିବା ତାହା ସେତେ ଶୀଘ୍ର ତୀକ୍ଷ୍ମ ହେବାରେ ଲାଗିବ। ପୂର୍ବରୁ ଆମେ ଅନେକ ଛୋଟ ମୋଟ ପ୍ରଶ୍ନ ପଚାରିଛୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣ ପ୍ରଶ୍ନ ଉତ୍ତର ସଙ୍ଗେ ସଙ୍ଗେ ପାଇ ପାରୁଛନ୍ତି। ବାସ୍‌ କିଛି ସମୟ ପାଇଁ ନିଜ ମସ୍ତିଷ୍କ ଚଲାନ୍ତୁ। ଯଦି ଉତ୍ତର ନପାଉଛନ୍ତି ତେବେ ଆମେ ଦେଇଥିବା ଉତ୍ତର ଦେଖି ନିଅନ୍ତୁ।

ଆଜି ଆପଣଙ୍କ ପାଇଁ ପ୍ରଶ୍ନ ହେଉଛି ‘ଜେନି ବାପାଙ୍କର ୪ଟି ପିଲା; ସେମାନଙ୍କ ମଧ୍ୟରୁ ୩ ହେଲେ ପୂର୍ବ, ପଶ୍ଚିମ ଓ ଉତ୍ତର, ୪ର୍ଥ ଜଣକ କିଏ?’

ଅଧିକାଶଂ ଲୋକେ ଏହି ପ୍ରଶ୍ନର ଉତ୍ତର ଦକ୍ଷିଣ ବୋଲି ଭାବନ୍ତି। ଅଚାନକ ଭାବେ ଏପରି ଉତ୍ତର ମୁଣ୍ଡରେ ଜୁଟିବା ସ୍ୱଭାବିକ ମଧ୍ୟ। ମାତ୍ର ଆପଣ ଚିନ୍ତା କରନ୍ତୁ ଯେ ଯଦି ଦକ୍ଷଣି ୪ର୍ଥ ପିଲା ହୁଅନ୍ତି ତେବେ ଜେନି ନିଜେ ହେଲେ ପଞ୍ଚମ ପିଲା। ତେଣୁ ଜେନିଙ୍କ ବାପାଙ୍କର ଆଉ ଚାରି ପିଲା ନୁହେଁ, ପାଞ୍ଚ ପିଲା ହୋଇଯିବେ।

ତେଣୁ ଏହି ପ୍ରଶ୍ନର ଉତ୍ତର ହେଉଛି ନିଜେ ଜେନି। ପୂର୍ବ, ପଶ୍ଚିମ, ଉତ୍ତର ଓ ନିଜେ ଜେନିଙ୍କୁ ମିଶାଇଲେ ଜେନି ବାପାଙ୍କର ୪ ପିଲା ହୋଇ ଯାଉଛନ୍ତି।

ସମ୍ବନ୍ଧିତ ଖବର