ଏମିତି କ’ଣ ଅଛି ଯାହା ଖାଲି ବଢ଼େ, କମେ ନାହିଁ; କେଉଁ ଖାଦ୍ୟକୁ ଚାହିଁକରି ବି ସକାଳେ ଖାଇ ହେବ ନାହିଁ; କିଏ ନିଜେ ସ୍ଥିର ରହି ଅନ୍ୟଙ୍କୁ ଉପର-ତଳ କରାଏ ?

ଆଜି ପୁଣି ଆମେ ଆପଣଙ୍କ ସାମ୍ନାରେ ଏମିତି କିଛି ପ୍ରଶ୍ନ ନେଇ ପହଞ୍ଚିଛୁ ଯାହାର ଉତ୍ତର ଦେବା ପାଇଁ ଆପଣଙ୍କୁ ବିଶେଷ ପରିଶ୍ରମ କରିବାକୁ ପଡ଼ିବ ନାହିଁ। କେବେଳ ନିଜର ସାଧାରଣ ଜ୍ଞାନ ପ୍ରୟୋଗ କରି ଆପଣ ଏହି ପ୍ରଶ୍ନଗୁଡ଼ିକର ଠିକ୍‌ ଠିକ୍‌ ଉତ୍ତର ଦେଇପାରିବେ। ତେବେ ଆପଣଙ୍କ ପାଇଁ ପ୍ରଥମେ ୩ଟି ପ୍ରଶ୍ନ ଉଲ୍ଲେଖ କରିଛୁ, ଯାହାର ଉତ୍ତର ନିମ୍ନରେ ଦିଆଯାଇଛି।

ପ୍ରଶ୍ନ୧. ଏମିତି କେଉଁ ଜିନିଷ ଅଛି ଯାହା ଖାଲି ବଢ଼େ, କେବେ ବି କମେ ନାହିଁ?

ପ୍ରଶ୍ନ୨. କେଉଁ ଖାଦ୍ୟକୁ ଚାହିଁକରି ବି ଆପଣ ସକାଳେ ଖାଇ ପାରିବେ ନାହିଁ?

ପ୍ରଶ୍ନ୩ . କିଏ ନିଜେ ସ୍ଥିର ରହି ଅନ୍ୟକୁ ତଳ-ଉପର କରାଏ?

ପ୍ରଥମ ପ୍ରଶ୍ନର ଉତ୍ତର ହେଉଛି ‘ବୟସ’। କାହାର ବୟସ କେବେ କମେ ନାହିଁ, ତାହା ସର୍ବଦା ବଢ଼ି ବଢ଼ି ଚାଲେ।

ଦ୍ୱିତୀୟ ପ୍ରଶ୍ନର ଉତ୍ତର ହେଉଛି ‘ଡିନର୍‌’। ଆପଣ ଚାହିଁକରି ବି ସକାଳ ସମୟରେ ଡିନର୍‌ କରିପାରିବେ ନାହିଁ।

ତୃତୀୟ ପ୍ରଶ୍ନର ଉତ୍ତର ହେଉଛି ‘ସିଡ଼ି’। ସିଡ଼ି ନିଜେ ସ୍ଥିର ରହେ। ମାତ୍ର ତା’ଉପରେ ଲୋକଠାରୁ, ବିରାଡ଼ି, କୁକୁର ଆଦି ସମେସ୍ତ ତଳ ଉପର ହୋଇପାରନ୍ତି।

ସମ୍ବନ୍ଧିତ ଖବର