ଆଚ୍ଛା କହିଲେ କ’ଣ ହେବ ଏହି ପ୍ରଶ୍ନର ଉତ୍ତର? ପ୍ରଶ୍ନ ଭିତରେ ଅଛି

ଆପଣ ଭାବୁଥିବେ ନିଶ୍ଚୟ କି ଏହି ସବୁ ପ୍ରଶ୍ନ କାହିଁକି? ଏ ଭଳି ପ୍ରଶ୍ନ ଆପଣଙ୍କୁ ନିଶ୍ଚୟ ଅଯଥାରେ ପଚରା ଯାଉଥିବ ବୋଲି ଆପଣ ଚିନ୍ତା କରୁଥିବେ। ମାତ୍ର ମନେ ରଖନ୍ତୁ ଏହି ସବୁ ଟିକି ଟିକି ପ୍ରଶ୍ନ ହିଁ ମସ୍ତିଷ୍କକୁ ତୀକ୍ଷ୍ମ କରାଏ। ଆସନ୍ତୁ ଆଜିଏପରି ଏକ ରିଡିଲ୍‌ ବିଷୟରେ ଜାଣିବା ଯାହା ଆପଣଙ୍କ ବୁଦ୍ଧି ବଢ଼ାଇବା ସହ ମନୋରଞ୍ଜନ ବି କରାଇବ।

ଗୋଟାଏ ଘର ଭିତରେ କିଛି ବି ଜିନିଷ ନଥାଏ। ଘର ସାରା ଖାଲି ପାଣି ଭାସୁଥାଏ। ପୂରା ଫାଙ୍କା ଘରେ, ଯାହା ଖାଲି ଉପରେ ଫ୍ୟାନ୍‌ ଲାଗିଥାଏ। ଫ୍ୟାନ୍‌ରେ ଦଉଡ଼ି ସାହାଯ୍ୟରେ ଝୁଲୁଥାଏ ଏକ ମୃତଦେହ।

ଏବେ ଆପଣଙ୍କ ପାଇଁ ପ୍ରଶ୍ନ ହୋଉଛି ଲୋକଟି ଫ୍ୟାନ୍‌ରେ ଦଉଡ଼ି ବାନ୍ଧିଲା କିପର? ବିନା ଟେବୁଲ୍‌, ଚ୍ୟାୟାର ସହାୟତା ନେଇ ଆତ୍ମହତ୍ୟା କଲା କିପରି?

ଆପଣଙ୍କୁ ଆମେ ଆରମ୍ଭରୁ କହିଛୁ ଯେ ଘର ସାରା ପାଣି ଭାସୁଥିଲା। ଅର୍ଥାତ ଏଥିରୁ ସ୍ପଷ୍ଟ ଯେ ବ୍ୟକ୍ତି ଜଣକ ଏକ ବିରାଟ ବରଫ ଖଣ୍ଡର ସହାୟତାରେ ଆତ୍ମହତ୍ୟା କରିଛନ୍ତି। ବରଫ ଧୀରେ ଧୀରେ ତରଳି ଯାଇ ପାଦ ତଳ ଫାଙ୍କା ହୋଇଯିବାରୁ ସେ ମରି ଯାଇଛନ୍ତି। ସେହି ବରଫ ହେତୁ ଘର ସାରା ପାଣି ଖେଳେଇ ହୋଇ ଯାଇଛି

ସମ୍ବନ୍ଧିତ ଖବର