କହିଲେ ଏଥିରେ କେତୋଟି କଣା ଅଛି? ଯଦି ୨ଟି ଭାବୁଛନ୍ତି ତେବେ ଏକଦମ୍‌ ଭୁଲ୍‌

ପୂର୍ବରୁ ଅନେକ ରିଡିଲ୍‌ ପଜଲ୍‌ ଆମେ ଖେଳି ସାରିଛେ। ମଜା ମଜା ପ୍ରଶ୍ନର କୌତୂକିଆ ଉତ୍ତର ବି ପାଇଛେ। ସେ ସବୁ ମନୋରଞ୍ଜନ କରାଇବା ସହ ଆମ ମସ୍ତିଷ୍କକୁ ତୀକ୍ଷ୍ଣ କରିବାରେ ସହାୟ ହୋଇଛି ବୋଲି ଆପଣ ହୁଏତ ତାହା ଅସ୍ୱୀକାର କରିବେ ନାହିଁ। କେତେକ ପ୍ରଶ୍ନ ଆମେ ପଚାରିଛୁ। ତାହାର ଠିକ୍‌ ଉତ୍ତର ବି ଆପଣମାନେ ଦେଇଛନ୍ତି। କେତେକ ପ୍ରଶ୍ନର ଉତ୍ତର ଆଖି ସାମ୍ନାରେ ଥାଇ ବି ଆମକୁ ଦିଶେ ନାହିଁ। ଏହି ପରି ଖେଳ ଦ୍ୱାରା ଆମେ ଆମ ମସ୍ତିଷ୍କକୁ ଚଳଚଞ୍ଚଳ କରିପାରିବା। ଚାଲନ୍ତୁ ଆଜି ସେହିପରି ଆଉ ଏକ ଖେଳ ଖେଳିବା।

ଆପଣଙ୍କ ସମ୍ମୁଖରେ ଏକ ଟି-ସାର୍ଟ ଚିତ୍ର ଦିଆଯାଇଛି। ପ୍ରଶ୍ନ ହେଉଛି ଟି-ସାର୍ଟରେ କେତୋଟି କଣା ଅଛି? ଏଠାରେ କେଉଁ ଧରଣର କଣା ବୋଲି ଉଲ୍ଲେଖ କରାଯାଇ ନାହିଁ। ତେଣୁ ଆପଣ ଟି-ସର୍ଟର ସବୁତକ କଣାକୁ ଗଣିବେ। ସବୁତକ କଣା କହିଲେ ଦୃଶ୍ୟମାନ ହେଉଥିବା ଟି-ସାର୍ଟ ମଝିରେ ଦୁଇଟି ଚିରା ସ୍ଥାନ, ବେକ, ଦୁଇ ହାତ ଏବଂ ତଳ ଅଂଶ। ଆପଣଙ୍କ ସୁବିଧା ସକାଶେ ସଂଖ୍ୟା ଦ୍ୱାରା ଚିହ୍ନଟି ବି କରିଦେଇଛୁ ଏବେ ଆପଣ ଦେଖିପାରୁଥିବେ ଯେ ଏହି ଟି-ସାର୍ଟଟିରେ ସମୁୁଦାୟ ୬ଟି କଣା ରହିଛି।

ସମ୍ବନ୍ଧିତ ଖବର