Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ମହିଳାଙ୍କ ଗଳାରେ ପଶିଗଲା ୫ଫୁଟର ଲୁହାଛଡ଼, ୩ ଘଣ୍ଟାର ଅସ୍ତ୍ରୋପଚାର ପରେ ବଞ୍ଚିଲା ଜୀବନ

0 1,047

ପାଟନା: କଥାରେ ଅଛି ଦଇବ ଯାହାକୁ ସାହା, ତାକୁ କୌଣସି ବିପଦ ଛୁଇଁପାରେ ନାହିଁ । ଏହି ଉକ୍ତି କହିବାର କାରଣ ହେଉଛି ଜଣେ ମହିଳାଙ୍କ ଗଳାରେ ୫ଫୁଟର ଏକ ଲୁହାଛଡ଼ ପଶି ଯାଇଥିବା ପରେ ବି ସେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।

ସୂଚନାଯୋଗ୍ୟ, ପାଟନାର ଏକ ଘରୋଇ ହସ୍‌ପିଟାଲ ଉଦ୍ୟନରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ରାଧିକା ଦେବୀ ନାମକ ଜଣେ ମହିଳାଙ୍କ ଗଳାରେ ୫ଫୁଟର ଏକ ଲୁହାଛଡ଼ ପଶି ଯାଇଥିଲା। ଲୁହାଛଡ଼ ପଶିବା ପରେ ତାଙ୍କର ନିଶ୍ୱାସ ଚାଲୁଥିଲା ସିନା କିନ୍ତୁ ସେ କୌଣସି ଅଙ୍ଗକୁ ଚଳପ୍ରଚଳ କରି ପାରୁ ନଥିଲେ। ରକ୍ତ ବୋହିବାରେ ଲାଗିଥିଲା। ଡାକ୍ତରି ଦଳ ୩ଘଣ୍ଟା ଅପରେସନ୍‌ ପରେ ମହିଳାଙ୍କ ଗଳାରୁ ୫ଫୁଟର ଲୁହାଛଡ଼ ବାହାର କରିବାରେ ସଫଳ ହୋଇଥିଲା।

ବିହାରର ମୁଜଫରପୁର ଜିଲ୍ଲାରେ ରହୁଥିବା ରାଧିକା ଦେବୀଙ୍କ କୋଠା ତିଆରି ଚାଲିଥିବା ସମୟରେ ତାଙ୍କ ଗୋଡ ଅନ୍ୟମନସ୍କତା ହେତୁ ଖସି ଯାଇଥିଲା। ଫଳରେ ତଳେ ପଡ଼ିଥିବା ଏକ ୫ଫୁଟର ଲୁହାଛଡ଼ ତାଙ୍କ ଗଳାରେ ପଶି ଯାଇଥିଲା। ମହିଳା ଜଣକ ଖୁବ୍‌ ଯନ୍ତ୍ରଣାରେ ଚିତ୍କାର କରି ତାଙ୍କ ଆଖପାଖରେ ଥିବା ଲୋକଙ୍କୁ ସାହାଯ୍ୟ ପାଇଁ ଡକାଇଥିଲେ। ଖବର ପାଇ ତାଙ୍କ ପରିବାର ଲୋକ ରାଧିକାଙ୍କ ପାଖରେ ପହଞ୍ଚି ତିଳେ ମାତ୍ର ଡେରି ନକରି ମହିଳାଙ୍କୁ ତୁରନ୍ତ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ।

ମହିଳାଙ୍କ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ କହିବାନୁସାରେ, ମହିଳାଙ୍କ ଜୀବନ ବଞ୍ଚାଇବା ପଛରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ତାଙ୍କ ପରିବାରବର୍ଗଙ୍କ ରହିଥିଲା। କାରଣ ମହିଳାଙ୍କ ଗଳାରେ ଯେତବେଳେ ଲୁହାଛଡ଼ ପଶିଲା ସେ ମହିଳାଙ୍କୁ କୌଣସି ପ୍ରକାରେ ବିଚଳିତ କରି ନଥିଲେ, କି ଲୁହାଛଡ଼କୁ ବାହାର କରିବାକୁ ଚେଷ୍ଟା ନକରି ଡାକ୍ତରଖାନା ନେଇ ଆସିଥିଲେ। ଯଦି ଲୁହାଛଡ଼ ବାହାର କରିବା ପାଇଁ ଚେଷ୍ଟା କରିଥାଆନ୍ତେ ତେବେ ମହିଳାଙ୍କ ଗଳାରୁ ଅତ୍ୟଧିକ ରକ୍ତସ୍ରାବ ସହିତ ଜୀବନ ଚାଲିଯିବାର ଆଶଙ୍କା ଥିଲା । ମହିଳାଙ୍କ ଗଳାରେ ପଶିଥିବା ଲୁହାଛଡକୁ ଖଣ୍ଡଖଣ୍ଡ କରି ପ୍ରଥମେ କଟା ଯାଇଥିଲା ତା’ପରେ ଯାଇ ଅସ୍ତ୍ରୋପଚାର କରାଯାଇଥିଲା। ତିନିଘଣ୍ଟା ଅସ୍ତ୍ରୋପଚାର ପରେ ମହିଳାଙ୍କ ଗଳାରୁ ଲୁହାଛଡ଼କୁ ସଫଳତାର ସହ ବାହାର କରାଯାଇଥିଲା। ଏବେ ମହିଳା ସୁସ୍ଥ ଅଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

one × 5 =