ଏୟାରପୋର୍ଟ କର୍ମଚାରୀଙ୍କ ଏହି ଭିଡିଓ ଏକ ଖାସ୍‌ କାରଣରୁ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଆପଣ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ଭିଡିଓ ଓ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିବାକୁ ପାଇଥାଆନ୍ତି। ଏହି ଭିଡିଓମାନଙ୍କ ମଧ୍ୟରୁ ଏମିତି କିଛି ଭିଡିଓ ଦେଖିବାକୁ ମିଳିଥିଲା ଯେଉଁଥିରେ ଏୟାରପୋର୍ଟ ଷ୍ଟାଫ୍‌ ଯାତ୍ରୀଙ୍କ ଲଗେଜ ବ୍ୟାଗକୁ ଫୋପଡ଼ା ଫୋପଡ଼ି କରି ଥାଆନ୍ତି। ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଏୟାରପୋର୍ଟ କର୍ମଚାରୀ ଲୋକଙ୍କ ବ୍ୟାଗ୍‌କୁ ବହୁତ ଯତ୍ନର ସହ ଏକ୍ସେଲେଟରରେ ରଖୁଛନ୍ତି। ଯାତ୍ରୀମାନଙ୍କୁ ଯେମିତି ତାଙ୍କ ବ୍ୟାଗ ନେବାର କୌଣସି ଅସୁବିଧା ନହେଉ ସେଥିପାଇଁ ସେ ଏପରି କରୁଛନ୍ତି। ଏହି ଭିଡିଓକୁ ଜେନିନ ବ୍ରାଣ୍ଡ ଫେସବୁକ୍‌ରେ ସେୟାର କରିଥିଲେ। ସେପ୍ଟେମ୍ବର ୬ରେ ପୋଷ୍ଟ ହୋଇଥିବା ଏହି ଭିଡିଓ ଏବେ ୧.୨ ମିଲିୟନ୍‌ ଲୋକ ଦେଖି ସାରିଲେଣି। ଏହି ଭିଡିଓଟି ଦକ୍ଷିଣ ଆଫ୍ରିକାର ଲାସୋରିଆ ଅନ୍ତର୍ଜାତୀୟ ଏୟାରପୋର୍ଟର ବୋଲି ଜଣାପଡ଼ଛି।

ଭିଡିଓରେ ନଜର ଆସୁଥିବା ଏୟାରପୋର୍ଟ ଷ୍ଟାଫ୍‌ ଏଫ୍ରେମ ସିବେକୋ କେବଳ ଯେ ବ୍ୟାଗକୁ ସାଇଜ କରୁଛନ୍ତି ତାହା ନୁହେଁ, ଓଲଟା ହୋଇ ଆସୁଥିବା ବ୍ୟାଗକୁ ସିଧା କରି ବି ଯାତ୍ରୀଙ୍କ ପାଖକୁ ଛାଡୁଛନ୍ତି।

ସମ୍ବନ୍ଧିତ ଖବର