ଫେସ୍‌ ମାସ୍କ ପିନ୍ଧିବା ସ୍ବାସ୍ଥ୍ୟ ପକ୍ଷେ ହାନୀକାରକ କି? ଜାଣନ୍ତୁ ସତ କ’ଣ?

ନୂଆଦିଲ୍ଲୀ: ମହାମାରୀ କରୋନା ମୁକାବିଲା ପାଇଁ ଫେସ୍‌ ମାସ୍କ ପିନ୍ଧିବା ଏବେ ସଭିଙ୍କ ପାଇଁ ଯେପରି ବାଧ୍ୟତାମୂଳକ ହୋଇଯାଇଛି। କେହି କେହି ମାସ୍କ ପିନ୍ଧିବାକୁ ଅତି ଗମ୍ଭୀରତାର ସହ ନେଉଥିବା ବେଳେ ଆଉ କେହି ସେପରି ଗ୍ରହଣ କରୁନାହାନ୍ତି। ତେବେ, ପ୍ରଶ୍ନ ଉଠୁଛି କି ବାସ୍ତବରେ ମାସ୍କ ପିନ୍ଧିବା ଆମ ପାଇଁ କେତେ ଜରୁରି?

ଜାଣିରଖନ୍ତୁ କି ଘରୁ ବାହାରିବା ବେଳେ ଜୋତା ପିନ୍ଧିବା ଯେତିକି ଜରୁରି ମାସ୍କ ପିନ୍ଧିବା ବି ସେତିକି ଜରୁରି। କିଛି ଲୋକଙ୍କ କହିବାନୁସାରେ, ଫେସ୍‌ ମାସ୍କ ପିନ୍ଧିବା ଦ୍ବାରା ମଣିଷ ନେଉଥିବା ଅମ୍ଳଜାନର ମାତ୍ରା କମ୍‌ ହୋଇଥାଏ ଓ ନିଜ ଅଙ୍ଗାରକାମ୍ଳକୁ ପୁଣି ନିଜକୁ ନେବାକୁ ପଡ଼େ। ଏନ୍‌୯୫ ମାସ୍କ ପାଇଁ ସର୍ବାଧିକ ଏପରି ଘଟୁଛି ବୋଲି ନିକଟରେ କେହି କେହି କହିଥିବାର ଶୁଣିବାକୁ ମିଳିଛି।


CNBC.com

ନ୍ୟାସ‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ‌ ଅଫ୍‌ ହେଲ୍‌ଥ ମୁତାବକ, ମାସ୍କ ପିନ୍ଧିବା ଦ୍ବାରା ଅଧିକ ମାତ୍ରାରେ ଅଙ୍ଗାରକାମ୍ଳ ସୃଷ୍ଟି ହୋଇ ଶରୀରକୁ ଯିବା ଦ୍ବାରା ଏହା ଜୀବନହାନୀର କାରଣ ହୋଇପାରେ। ଯାହାକି ମୁଣ୍ଡବିନ୍ଧା, ଭର୍ଟିଗୋ, ଶ୍ବାସରୁଦ୍ଧ ଆଦି ସମସ୍ୟାର କାରଣ ବନିପାରେ।

ତେବେ, ପ୍ରଶ୍ନ ଉଠୁଛି ମାସ୍କ ପିନ୍ଧିବା କ’ଣ ବିପଦପୂର୍ଣ୍ଣ? ଜାଣିରଖନ୍ତୁ ଯେ ସବୁ ମାସ୍କ ସମାନ ନୁହେଁ। ନିର୍ଭର କରୁଛି ଯେ କେଉଁ ମାସ୍କରେ ଅଙ୍ଗାରକାମ୍ଳ ବେଶି ସୃଷ୍ଟି ହେଉଛି। ସେହି ସବୁ ମାସ୍କ କ୍ଷତିକାରକ ହୋଇପାରେ।

ହାଲୁକା ଏବଂ ସୂତା କପଡ଼ାର ମାସ୍କ ଆପଣଙ୍କ ପାଇଁ ସୁରକ୍ଷିତ ସାବ୍ୟସ୍ତ ହୋଇପାରେ। ଏନ୍‌୯୫ ମାସ୍କରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ସ୍ତର ଏପଟ ସେପଟ ହେବାର ଅନେକ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର