ଆପଣ ଜାଣନ୍ତି କି ପ୍ରତିଦିନ ଗୋବର୍ଦ୍ଧନ ପର୍ବତର ଆକୃତି ସାମାନ୍ୟ ହ୍ରାସ ପାଇଥାଏ, ଜାଣନ୍ତୁ ଏହା କେଉଁ ଅଭିଶାପର ଫଳ

ମଥୁରାଠାରେ ଗୋବର୍ଦ୍ଧନ ପର୍ବତ ଅବସ୍ଥିତ। ଏହି ପର୍ବତକୁ ଭଗବାନ ଶ୍ରୀକୃଷ୍ଣ ନିଜ ହାତର କନିଷ୍ଠ ଆଙ୍ଗୁଠିରେ ଟେକି ଧରିଥିବା ହେତୁ ଏହାକୁ ଲୋକେ ପୂଜା କରିଥାନ୍ତି। ମାତ୍ର ଆପଣ ଜାଣନ୍ତି କି ଗୋବର୍ଦ୍ଧନ ପର୍ବତ ଉପରେ ଏକ ଅଭିଶାପ ରହିଛି। ଅଭିଶାପଟି ହେଉଛି ଏହି ପର୍ବତ ଦିନନୁ ଶୋରିଷ ଆକାରର ନିଜ ଆକୃତି ହ୍ରାସ କରିବ। ଆହୁରି ବିଶ୍ୱାସ କରାଯାଏ ଯେ ଯେଉଁଦିନ ଯମୁନା ନଦୀ ଶୁଖିଯିବ ଓ ଗୋବର୍ଦ୍ଧନ ପର୍ବତ ପୂରା ଧ୍ୱଂଶ ପାଇଯିବ ସେଇଦିନ କଳିଯୁଗ ସମାପ୍ତ ହେବ। ଚାଲନ୍ତୁ ଜାଣିବା ଗୋବର୍ଦ୍ଧନ ପର୍ବତକୁ ଏହି ଅଭିଶାପ କିଏ ଓ କାହିଁକି ଦେଲା?

ଗୋବଦ୍ଧନ ପର୍ବତକୁ ଅଭିଶାପ ଦେଇଥିଲେ ଋଷି ପୁଲତ୍ସ। ଭଗବାନ ବିଷ୍ଣୁ ମର୍ତ୍ତ୍ୟରେ କୃଷ୍ଣଙ୍କ ଅବତାରରେ ଜନ୍ମ ନେବା ସମୟର କଥା। ସେହି ସମୟରେ ଗୋବଦ୍ଧନ ପର୍ବତ ଓ ଯମୁନା ଦ୍ରୋଣକଳାଙ୍କ ପୁତ୍ର ଭାବେ ଜନ୍ମ ନେଇଥାନ୍ତି। ଋଷି ପୁଲତ୍ସ ଦ୍ରୋଣକଳାଙ୍କୁ ଅନୁରୋଧ କଲେ କି ତାଙ୍କ ପୁତ୍ର ଗୋବର୍ଦ୍ଧନକୁ ସେ ମଥୁରାରୁ କାଶୀ ନେବା ପାଇଁ। ଦ୍ରୋଣକଳା ଏକ ସର୍ତ୍ତରେ ରାଜି ହେଲେ। କହିଲେ କି କାଶୀରେ ପହଞ୍ଚିବା ଭିତରେ ଯେଉଁଠି ଗୋବର୍ଦ୍ଧନକୁ ତୁମେ ଥୋଇ ଦେବ ସେ ସେଇଠୁ ଆଉ ଯିବ ନାହିଁ।

ଋଷୀ ସର୍ତ୍ତରେ ରାଜି ହୋଇ ବ୍ରଜ ମଣ୍ଡଳ ସୀମା ଅତିକ୍ରମ କଲେ। ସେଠାରେ ଭଗବାନ ଶ୍ରୀକୃଷ୍ଣ ରହୁଥିବାରୁ ଗୋବର୍ଦ୍ଧନ ଶ୍ରୀକୃଷ୍ଣଙ୍କ ଉପସ୍ଥିତ ଅନୁଭବ କରିବା ପାଇଁ ଜାଣି ଜାଣି ନିଜର ଓଜନ ବଢ଼ାଇ ଦେଲେ। ଏକଥା ଋଷୀ ଜାଣିପାରିଲେ। ଯାହା ବି ହେଉ ଋଷୀ ତାଙ୍କ ଭାର ସମ୍ଭାଳି ନପାରି ତଳେ ରଖିଦେଲେ। ସେ କ୍ରୋଦ୍ଧରେ ଆସି ଗୋବର୍ଦ୍ଧନକୁ ଅଭିଶାପ ହେଲେ ଯେ ପ୍ରତିଦିନ ତାଙ୍କ ଆକୃତିରୁ ଟିକେ ହ୍ରାସ ପାଇବ।

 

 

ସମ୍ବନ୍ଧିତ ଖବର