ଏହି କାରଣ ପାଇଁ ଇଟାଲୀରେ ୮୦ଟଙ୍କାରେ ବିକ୍ରି ହେଉଛି ଘର

ନୂଆଦିଲ୍ଲୀ : ଇଟାଲୀରେ ଯାଇ ସେଠାରେ ରହିବ ପ୍ରାୟ ସମସ୍ତଙ୍କର ସ୍ୱପ୍ନ ରହିଥାଏ । ବଲିଉଡ୍‌ ଫିଲ୍ମର ଅନେକ ଦୃଶ୍ୟରେ ଇଟାଲୀର ସୌନ୍ଦର୍ଯ୍ୟ ସାମ୍ନାକୁ ଆସିଥିବା ବେଳେ ଏବେ ସେଠାରେ ଯାଇ ରହିବାର ସ୍ୱପ୍ନ ଦେଖୁଥିବା ଲୋକେ ନିଜର ସ୍ୱପ୍ନ ପୂରା କରି ପାରିବେ । ମାତ୍ର ୮୦ଟଙ୍କାରେ ଆପଣ ଇଟାଲୀରେ ଯାଇ ରହିବାର ସ୍ୱପ୍ନ ପୂରା କରି ପାରିବେ । ଇଟାଲୀରେ ଥିବା ଦ୍ୱିପ ସିସିଲିରେ ବିଦେଶୀମାନଙ୍କ ରହିବାର ଖାସ୍‌ ବ୍ୟବସ୍ଥା କରାଯାଇଛି ।

प्रतीकात्मक तस्वीर
amarujala.com

ସିସିଲିରେ ଥିବା ସମ୍‌ବୁକା ଗାଁରେ ଲଗାତାର ଜନସଂଖ୍ୟା କମୁଥିବା ଦେଖି ସମ୍‌ବୁକା ଅଧିକାରୀ ୨୦୧୯ରେ ଏକ ବଡ଼ ଘୋଷଣା କରିଛନ୍ତି । ସମ୍‌ବୁକା ଗ୍ରାମରେ ଯେଉଁ ସବୁ ଘର ଏବେ ଖାଲି ପଡ଼ି ରହିଛି, ତାହାକୁ ବାହାରୁ ଆସୁଥିବା ଲୋକଙ୍କୁ ୮୦ଟଙ୍କାରେ ବିକ୍ରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସମ୍‌ବୁକାରେ ରହୁଥିବା ଲୋକେ ଅନ୍ୟ ସହର ବା ଅନ୍ୟ ଦେଶକୁ ରହିବା ପାଇଁ ଚାଲିଯବାରୁ ସେଠାରେ ମାତ୍ର ୫,୮୦୦ଲୋକ ରହୁଛନ୍ତି । ଅନ୍ୟ ଦେଶର ଲୋକ ସିସିଲିରେ ରହିବାର ଇଚ୍ଛାକୁ ଦେଖି ସେଠାକାର ଅଧିକାରୀ ଗ୍ରାମରେ ଖାଲିଥିବା ଘରକୁ କମ ଦାମ୍‌ରେ ବିକ୍ରି କରିବାକୁ ଚିନ୍ତା କରିଛନ୍ତି । ଯାହାଦ୍ୱାରା ଗ୍ରାମର ଜନସଂଖ୍ୟା ବଢ଼ିବା ସହ ଖାଲି ପଡ଼ିଥିବା ଘର କାମରେ ଆସି ପାରିବ ।

ସମ୍ବନ୍ଧିତ ଖବର