ଏଣିକି ଟ୍ରାଫିକ ନିୟମ ହେବ କଡ଼ାକଡ଼ି : ନିୟମ ଉଲଙ୍ଘନ କରୁଥିବା ବ୍ୟକ୍ତିବିଶେଷଙ୍କ ଘରକୁ ପଠାଯିବ ଚାଲାଣ!

ଦିନକୁ ଦିନ ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଟ୍ରାଫିକ ଜନିତ ସମସ୍ୟା। ଏହି ସମସ୍ୟା ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ନିୟମ। ଏହି ନିୟମ ଜରିଆରେ ଏଣିକି ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି।

ଟ୍ରାଫିକ୍‌ ଜନିତ ସମସ୍ୟା ଦିନକୁ ଦିନ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଖୁବ୍‌ ଶୀଘ୍ର ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ପରିବହନ ବିଭାଗ। ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ ତଥା ଆଇଟିଏମଏସ ଅନୁସାରେ, ଟ୍ରାଫିକ୍‌ ନିୟମ ଭାଙ୍ଗୁଥିବା ବ୍ୟକ୍ତିବିଶେଷଙ୍କ ମୋବାଇଲକୁ ମାତ୍ର ୧୫ ମିନିଟ୍‌ ଭିତରେ ଚେତାବନୀ ସନ୍ଦେଶ ପଠାଇ ଦିଆଯିବ। ଏହି ମେସେଜରେ ଉକ୍ତ ବ୍ୟକ୍ତିବିଶେଷ ଜଣକ କେଉଁ ରାସ୍ତାରେ ଓ କେତେ ଥର ଟ୍ରାଫିକ୍‌ ନିମୟ ଭାଙ୍ଗିଛନ୍ତି ତାହା ଦର୍ଶାଇ ଦିଆଯିବ।

ତେବେ ଏହି ନୂଆ ବ୍ୟବସ୍ଥା ଆଗାମୀ ସପ୍ତାହରୁ କାର୍ଯ୍ୟକାରୀ ହୋଇପାରେ ବୋଲି ମିଳିଥିବା ସୂଚନାରୁ ଯାହା ଜଣାପଡିଛି। ଏହି ନୂତନ ବ୍ୟବସ୍ଥା ଆଧାରରେ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁଥିରେ ରେଡ୍‌ ଲାଇଟ ଜମ୍ପ କଲେ, ଷ୍ଟପ ଲାଇନ ଉପରେ ନରହିଲେ, ଜେବ୍ରା କ୍ରସିଂ ଉପରେ ଗାଡି ରଖିଲେ, ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡି ଚଳାଇଲେ ଏବଂ ବିନା ହେଲମେଣ୍ଟରେ ଡ୍ରାଇଭିଂ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହାବ୍ୟତୀତ ଯେଉଁ ଗାଡି ଚାଳକ ଟ୍ରାଫିକ୍‌ ନିୟମକୁ ଭାଙ୍ଗୁଥିବା ନଜର ଆସନ୍ତି ପୁଲିସ ପକ୍ଷରୁ ହ୍ଵାଟସଆପ, ମୋବାଇଲ ମେସେଜ, ଇମେଲ ଏବଂ ସାଧାରଣ ଡାକ ଜରିଆରେ ଉକ୍ତ ବ୍ୟକ୍ତିବିଶେଷଙ୍କ ଘରକୁ ଚାଲାଣ ମଧ୍ୟ ପଠାଇଦେବେ।

ସମ୍ବନ୍ଧିତ ଖବର