ବନ୍ଦୀଙ୍କର ମାନସିକ ଅବସ୍ଥାକୁ ନିୟନ୍ତ୍ରିତ କରୁଛି ‘ଗୋଲାପୀ ବନ୍ଦିଶାଳା’

ସ୍ୱିଜର‌୍‌ଲାଣ୍ତ୍‌ର ଅଧିକା˚ଶ ବନ୍ଦିଶାଳାର ଅଭ୍ୟନ୍ତରୀଣ ଅ˚ଶ ଏବେ ଫିକା ଗୋଲାପୀ ରଙ୍ଗରେ ର˚ଜିତ। ଏହି ରଙ୍ଗ ବନ୍ଦୀଙ୍କର ମାନସିକ ଅବସ୍ଥାକୁ ନିୟନ୍ତ୍ରିତ କରୁଥିବା ଦାବି ହେଉଛି। ଗୋଲାପୀ କାନ୍ଥ, ଗୋଲାପୀ ଶେଯ, ଗୋଲାପୀ କବାଟ ଓ ଝରକା ଆଦି ବନ୍ଦୀଙ୍କୁ ଶାନ୍ତ ରଖୁଛି। ସେମାନେ ଅଯଥା ଉତ୍ତେଜିତ ହେଉନାହାନ୍ତି। ରଙ୍ଗ ମଣିଷର ମାନସିକ ଅବସ୍ଥାକୁ ବଦଳାଇପାରେ; ଅନେକ ମନୋବିଜ୍ଞାନୀ ଏହା ବିଶ୍ବାସ କରନ୍ତି। ଦୃଷ୍ଟାନ୍ତ ସ୍ବରୂପ ଲାଲ ରଙ୍ଗ ମଣିଷର କ୍ଷୁଧା ବଢ଼ାଉଥିବା ବେଳେ ନୀଳ ରଙ୍ଗ ହ୍ରାସ କରାଏ। ଏ ଭଳି ତତ୍ତ୍ବ ଶତ ପ୍ରତିଶତ ପ୍ରମାଣିତ ନୁହେଁ। ତଥାପି ରଙ୍ଗର କିଛି ନା କିଛି ପ୍ରଭାବ ରହିଛି। ସୁଇସ୍‌ ମନୋବିଜ୍ଞାନୀ ଦାନିଏଲା ସ୍ପାଥ୍‌ ୨୦୧୧ରେ ଫିକା ଗୋଲାପୀ ରଙ୍ଗ ଉପରେ ଗବେଷଣା କରି, ଏହି ରଙ୍ଗକୁ ଦେଶର ବିଭିନ୍ନ କାରାଗାରରେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶ ଗ୍ରହଣ କରାଯାଇଥିଲା। ପ୍ରଥମେ ଦଶଟି ବନ୍ଦିଶାଳାର କିଛି ପ୍ରକୋଷ୍ଠକୁ ଗୋଲାପୀ ରଙ୍ଗରେ ର˚ଜିତ କରାଯାଇଥିଲା। ସେହି ପ୍ରକୋଷ୍ଠଗୁଡ଼ିକରେ ରହୁଥିବା ବନ୍ଦୀଙ୍କର ମାନସିକ ଉତ୍ତେଜନା ଉଲ୍ଲେଖଯୋଗ୍ୟ ଭାବେ ହ୍ରାସ ପାଉଥିବା ଦେଖିବା ପରେ, ଅନ୍ୟତ୍ର କାର୍ଯ୍ୟକାରୀ କରାଯାଇଥିଲା। ଏବେ ଜର୍ମାନି, ସ୍ବିଡେନ୍‌, ଅଷ୍ଟ୍ରିୟା, ଡେନ୍‌ମାର୍କ‌୍‌ ଆଦିର କେତେକ ବନ୍ଦିଶାଳାର ଗୋଲାପୀକରଣ ଚାଲିଛି।

ସମ୍ବନ୍ଧିତ ଖବର