ଯାହାର ଶବ ନେଇ ଅନ୍ତିମ ସଂସ୍କାର କରିବାକୁ ବାହାରିଥିଲେ, ପରିବାରଲୋକ ତାକୁ ରାସ୍ତାରେ ଭେଟିଲେ ! ଘଟଣାଟି କ’ଣ ଜାଣନ୍ତୁ

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ଅନ୍ୟ ଜଣେ ବ୍ୟକ୍ତିର ମୃତଦେହକୁ ନିଜ ଘରର ସଦସ୍ୟ ଭାବି ବ୍ୟବଚ୍ଛେଦ କରାଇବା ପରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରୁଥିଲେ। ଏହି ସମୟରେ ଏକ ଚମତ୍କାର ଘଟିଥିଲା। ସେମାନେ ଯାହାର ଅନ୍ତିମ ସଂସ୍କାର କରିବାକୁ ଯାଉଥିଲେ ସେହି ବ୍ୟକ୍ତି ନିଶାରେ ନାଚିକୁଦି ଆସୁଥିବା  ଦେଖିବାକୁ ପାଇଥିଲେ। ଏଭଳି ଦୃଶ୍ୟ ଦେଖି ଲୋକମାନେ ହତ୍‌ବାକ୍‌ ହୋଇପଡ଼ିଥିଲେ, ଭାବିଲେ ସେମାନେ ଯାହାର ଅନ୍ତିମ ସଂସ୍କାର ପାଇଁ ଯାଉଛନ୍ତି ସେ କିପରି ରାସ୍ତାରେ ଏପରି ନାଚିକୁଦି ଆସୁଛି।

ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ…

ଜୟପୁରର ଗଲତା ଗେଟସ୍ଥିତ ରଘୁନାଥପୁରୀ କଲୋନିରେ ଶୁକ୍ର୍ରବାର ସକାଳେ ଜଣେ ୩୯ବର୍ଷିୟ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। କିଛି ଲୋକ ଏହି ମୃତଦେହକୁ  ଚିହ୍ନଟ କରି  ସେ ଦୋସାର ଲାଲସୋଟ ନାବସି ବିଜୟ ବୋଲି ପ୍ରକାଶ କରିଥିଲେ। ପରିବାରବର୍ଗ ବି ବିଜୟର ମୃତଦେହ ବୋଲି କହିଥିଲେ। ଏହାପରେ ନିୟମ ଅନୁଯାୟୀ ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା। ପରିବାରଲୋକ ବିଜୟର ଅନ୍ତିମ ସଂସ୍କାର ଯାତ୍ରାରେ ବାହାରିଥିଲେ। ଏହି ସମୟରେ ବିଜୟ ନିଶାରେ ମାତାଲ୍‌ ହୋଇ ଘରେ ଆସି ପହଞ୍ଚି ଯାଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକମାନେ ବିଜୟକୁ ଜୀବନ୍ତ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟଚକିତ ହୋଇ ରହି ଯାଇଥିଲେ। ବିଜୟ ପ୍ରକାଶ ଓ ତାଙ୍କ ପରିବାର ଗଲତାଗେଟ ପୁଲିସ ଷ୍ଟେସନ୍‌ରେ ପହଞ୍ଚି, ସେମାନେ ଭୁଲ ଶବ ଚିହ୍ନଟ କରି ଦେଇଥିଲେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର