ଶେଷ ନିଶ୍ବାସ ପର୍ଯ୍ୟନ୍ତ କରିଥିଲେ ଲଢ଼େଇ, ମୁଣ୍ଡରେ ଗୁଳି ବାଜିବା ପରେ ବି ୩ ଆତଙ୍କବାଦୀଙ୍କୁ ନିହତ କରି ହେଲେ ସହିଦ୍

ଶ୍ରୀନଗର: ବୁଧବାର ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଥିବା ଲାବେପୋରାରେ ପୁଲିସ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଜଣେ ସିଆରପିଏଫ୍ କ‌ନଷ୍ଟେବଳ ସହିଦ୍ ହୋଇଥିଲେ। ଏବେ ତାଙ୍କର ଅନ୍ତିମ ସଂସ୍କାର କରି ଦିଆଯାଇ ଥିଲେ ମଧ୍ୟ ସେ କରି ଯାଇଥିବା କାମ ତାଙ୍କୁ ଅମର କରିିଛି। ମୁଣ୍ଡରେ ଗୁଳି ବାଜିବା ପରେ ମଧ୍ୟ ସିଆରପିଏଫ୍ କ‌ନଷ୍ଟେବଳ ରମେଶ ରଞ୍ଜନ ଯେଉଁଭଳି ଭାବରେ ନିଜର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ସହ ଲଢ଼େଇ କରିଥିଲେ, ତାହା ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଛି।

जख्‍मी हालत में भी आतंकियों को मारा
oneindia.com

ସିଆରପିଏଫ୍ କ‌ନଷ୍ଟେବଳ ରମେଶ ରଞ୍ଜନଙ୍କ ସହ ଥିବା ପୁଲିସକର୍ମୀଙ୍କ କହିବା ମୁତାବକ, ବୁଧବାର ହଠାତ୍ ଶ୍ରୀନଗରର ଲାବେପୋରାରେ ଗୁଳି ଚାଳନାର ଶବ୍ଦ ଶୁଭିଥିଲା। ଆତଙ୍କବାଦୀମାନେ ସିଆରପିଏଫ୍ ପୋଷ୍ଟ ଉପରେ ହଠାତ୍ ଆକ୍ରମଣ କରିବା ପରେ ସିଆରପିଏଫ୍ କ‌ନଷ୍ଟେବଳ ରମେଶ ରଞ୍ଜନ ଅନ୍ୟ ପୁଲିସକର୍ମୀଙ୍କ ସହ ଆତଙ୍କବାଦୀଙ୍କ ଗୁଳିର ଜବାବ ଦେବା ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କ ମୁଣ୍ଡରେ ଗୁଳି ଆସି ବାଜିବାରୁ ସେ ତଳେ ପଡ଼ିଯାଇଥିଲେ। କିନ୍ତୁ ୩ଜଣ ଆତଙ୍କବାଦୀଙ୍କୁ ନିଜ ଆଡ଼କୁ ଆସୁଥିବା ଦେଖି ସେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯାହାଦ୍ବାରା ଘଟଣାସ୍ଥଳରେ ୩ଜଣ ଅ‌ାତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଅ‌ାତଙ୍କବାଦୀଙ୍କୁ ନିପାତ କରିବା ପରେ ଆଖି ବୁଜିଥିଲେ ରମେଶ। ୬ମାସ ତଳେ ତାଙ୍କର ବିବାହ ହୋଇଥିବା ବେଳେ ଆସନ୍ତା ମାସରେ ତାଙ୍କ ଜନ୍ମଦିନ ଥିଲା। ଜନ୍ମଦିନ ପାଳନ ପାଇଁ ଘର ଲୋକେ ଅନାଇ ବସିଥିବା ବେଳେ ତାଙ୍କର ଏଭଳି ମୃତ୍ୟୁ ଖବର ପୂରା ପରିବାରକୁ ଦୋହଲାଇ ଦେଇଛି।

ସମ୍ବନ୍ଧିତ ଖବର