ଭାଇରାଲ ହେଲା ଭିଡିଓ: କଶ୍ମୀରରେ ମଦ ଦୋକାନ ଖୋଲିବାକୁ ମୋଦୀ ସରକାରଙ୍କୁ ଅପିଲ କଲେ ଯୁବକ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ ହେବା ନେଇ ଐତିହାସିକ ଘୋଷଣା କରାଯିବା ପରେ ସାରା ଦେଶରେ ଏ ନେଇ ମୋଦୀ ସରକାରଙ୍କୁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି । ସ୍ୱାଧୀନତା ପରେ ଏହା ସବୁଠାରୁ ବଡ଼ ରାଜନୈତିକ ନିଷ୍ପତ୍ତି ଥିଲା ବୋଲି କୁହାଯାଉଥିବା ବେଳେ ଏ ମଧ୍ୟରେ ଜଣେ କଶ୍ମୀର ଯୁବକଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଯୁବକଜଣଙ୍କ କଶ୍ମୀରରେ ମଦ ଦୋକାନ ଖୋଲିବାକୁ କହୁଥିବା ଦେଖାଯାଇଛି ।

ଭିଡିଓରେ ଯୁବକଜଣଙ୍କ ତଳେ ବସି, ମୋଦୀଜୀ କଶ୍ମୀରରେ ସ୍କୁଲ ବନିଗଲା, ସଡ଼କ ବି ନିର୍ମାଣ ହୋଇଗଲା ଓ କଲେଜ ବି ତିଆରି ହୋଇଗଲା । ଏବେ ଅନନ୍ତନାଗରେ ଏକ ମଦ ଦୋକାନ ଖୋଲିବା ଦରକାର । କାରଣ ପୁଅମାନଙ୍କୁ ଗୋଟେ ବୋତଲ ପାଇଁ ଶ୍ରୀନଗର ଯିବାକୁ ପଡ଼ୁଛି । ଯିବା ଆସିବାରେ ୨୦୦-୩୦୦ଟଙ୍କା ଲାଗିଯାଉଛି । ଶ୍ରୀନଗର ପାଇଁ ମଦ ଦୋକାନ କିନ୍ତୁ ଅନନ୍ତନାଗ ପାଇଁ ନୁହେଁ । ଏଭଳି ଭେଦଭାବ କ’ଣ ପାଇଁ? ମୁଁ ମୋଦୀ ସରକାରଙ୍କୁ ଅପିଲ କରୁଛି, ସେ ଅନନ୍ତନାଗରେ ଗୋଟେ ମଦ ଦୋକାନ ଖୋଲନ୍ତୁ ବୋଲି କହୁଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର