ଏହି ହୋଟେଲରେ ମଣିଷ ବଦଳରେ ‘ଡାଇନୋସର’ କରିଥାଏ ଅତିଥିଙ୍କୁ ସ୍ୱାଗତ

ଟୋକିଓ: ଆଜିର ବିଜ୍ଞାନ ଯୁଗରେ ମଣିଷ ତାର କାମ ନିଜେ ନ କରି ବିଭିନ୍ନ ଯନ୍ତ୍ର ବା ରୋବୋଟଦ୍ୱାରା କରିବାକୁ ଖୁସୀ ପାଇଥାଏ । ପୂର୍ବ ଟୋକିଓରେ ହେନା ନାମକ ଏକ ପ୍ରସିଦ୍ଧ ହୋଟେଲ ରହିଛି । ଏହି ହୋଟେଲରେ ଅତିଥିଙ୍କ ସ୍ୱାଗତ ନିଆରା ଢଙ୍ଗରେ କରାଯାଇଥାଏ । ମଣିଷଙ୍କ ବଦଳରେ ଡାଇନୋସରମାନେ ଅତିଥିମାନଙ୍କୁ ହୋଟେଲ ମଧ୍ୟକୁ ସ୍ୱାଗତ କରିଥାନ୍ତି । ଏଠାକୁ ଆସୁଥିବା ଅତିଥି ଯେ ପର୍ଯ୍ୟନ୍ତ ରିସେପ୍‌ସନ୍‌ରେ ନ ପହଞ୍ଚଛନ୍ତି ସେ ପର୍ଯ୍ୟନ୍ତ ଡାଇନୋସର ଚୁପଚାପ ରହିଥାଏ । ପ୍ରକୃତରେ ହୋଟେଲ ରିସେପ୍‌ସନ୍‌ରେ ଏକ ସେନ୍‌ସର ଲାଗିଥାଏ ଓ ଅତିଥିଙ୍କ ଗତିବିଧି ଉପରେ ନଜର ରଖିଥାଏ । ଅତିଥି ଆସିବା କ୍ଷଣି ତାଙ୍କୁ ସାଙ୍ଗେ ସାଙ୍ଗେ ସ୍ୱାଗତ ଜଣାଇଥାଏ । କୁହାଯାଏ କି ଜାପାନରେ ଏହା ଏକ ମାତ୍ର ହୋଟେଲ ଯେଉଁ ଠାରେ ଡାଇନୋସର ରୋବୋଟଦ୍ୱାରା ଚାଲିଥାଏ ।

ରିସେପ୍‌ସନ୍‌ରେ ଥିବା ଦୁଇଟି ରୋବୋଟ ଡାଇନୋସର ଦେଖିବା ପାଇଁ ପୂରା ଜୁରାସିକ ପାର୍କରେ ଦେଖାଯାଉଥିବା ଡାଇନୋସର ପରି ଅଟନ୍ତି । ଏହି ରୋବ ଅତିଥିଙ୍କୁ ତାଙ୍କ ପସନ୍ଦର ଭାଷା ଚୟନ କରିବାକୁ କହିଥାଏ । ଯାହା ଫଳରେ ଅତିଥି ଚାହିଁଲେ ଜାପାନୀ , ଚୀନ୍‌ ଓ ଇଂରାଜି ଭଳି ବିଭିନ୍ନ ଭାଷାରେ କଥା କହିପାରିବେ । ହୋଟେଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ରୋବୋ ଡାଇନୋସର ରଖିବା ଦ୍ୱାରା ହୋଟେଲକୁ ବହୁ ସଂଖ୍ୟାରେ ଅତିଥି ଆସୁଛନ୍ତି, ଏହା ସହ ଅତିଥିଙ୍କ ପାଇଁ ପ୍ରତ୍ୟେକ ରୁମ୍‌ରେ ଏକ ଛୋଟ ରୋବୋ ରହିଛି ଏହି ରୋବୋ ରୁମ୍‌ରେ ଟିଭି ଅନ୍‌ କରିବାଠାରୁ ଆରମ୍ଭ କରି ସବୁ ଛୋଟ ଛୋଟ କାମ କରିଥାଏ ।

ସମ୍ବନ୍ଧିତ ଖବର