ମୂଷାଙ୍କୁ ମାରିବା ପାଇଁ ଆରମ୍ଭ ହେବାକୁ ଯାଉଛି ସବୁଠୁ ବଡ ଅଭିଯାନ!

ଆରମ୍ଭ ହେବାକୁ ଯାଉଛି ମୂଷାମରା ଅଭିଯାନ। ଏଥିପାଇଁ ଜାପାନର ତୋୟୋସୁରେ ଥିବା ବିଶ୍ୱର ସବୁଠୁ ବଡ ମାଛ ବଜାର ସୁକୁଜୀ ଆଗାମୀ ମାସରେ ବନ୍ଦ ହେବାକୁ ଯାଉଛି। ଏହି ବଜାର ବନ୍ଦ ହେବାର ମୁଖ୍ୟ କାରଣ ହେଉଛି ମୂଷା। ଏହି ବଜାରରେ ମୂଷାଙ୍କ ଉତ୍ପାତ ବୃଦ୍ଧି ପାଉଥିବାରୁ ହଜାର ହଜାର ମୂଷାଙ୍କୁ ମାରିବାକୁ ଜାପାନ ସରକାର ଏକ ବଡ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ତୋୟୋସୁ ବଜାରରୁ ସମସ୍ତ ମୂଷା ମାରିବାକୁ ଆଗାମୀ ମାସରେ ପାଞ୍ଚ ଦିନ ପାଇଁ ଅଢେଇ କିଲୋମିଟର ଦୂରକୁ ସିଫ୍‌ଟ କରାଯିବ। ପାଖାପାଖି ୫୭ ଏକର ଜମି ପରିମିତ ଅଞ୍ଚଳରେ ଏହି ବଜାର ରହିଛି।

୮୩ ବର୍ଷ ପୁରୁଣା ଏହି ବଜାରରେ ପ୍ରତିଦିନ ୧୪ ମିଲିୟନ ଡଲାର ବ୍ୟବସାୟ ହୋଇଥାଏ। ଏଠାରେ ୯୦୦ଟି ଦୋକାନ ରହିଛି ଯେଉଁଠି ୪୮୦ ପ୍ରକାର ସି ଫୁଡ୍‌ ମିଳିଥାଏ। ଏହାଛଡା ୨୭୦ ପ୍ରକାର ଫଳ ଓ ପନିପରିବା ମଧ୍ୟ ଏହି ବଜାରରେ ଉପଲବ୍ଧ ରହିଛି। ଏତେ ବଡ ବଜାରକୁ ସିଫ୍‌ଟ କରିବା ପାଇଁ ହଜାରରୁ ଅଧିକ ଟ୍ରକ ବ୍ୟବହାର କରାଯାଇଛି। ଏହା ସବୁଠୁ ବଡ ମାଛ ବଜାର ସହ ଏକ ପର୍ଯ୍ୟଟନସ୍ଥଳୀ ମଧ୍ୟ।

ତେବେ ଏତେ ବଡ ବଜାରେ ମୂଷାଙ୍କ ଉତ୍ପାତ ବଢି ଚାଲିଥିବା ବେଳେ ଏମାନଙ୍କୁ ନିପାତ କରିବାକୁ ଆରମ୍ଭ ହୋଇଛି ଆଣ୍ଟି ର‍୍ୟାଟ୍‌ ଅପରେସନ। ଏହି ଅପରେସନର ଦାୟିତ୍ୱରେ ଥିବା ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, କିଛି ଅଜବ ବା ବିପଦ ଆସିଲେ ମୂଷା ମାନେ ଏକାସଙ୍ଗରେ ଅନ୍ୟ ସ୍ଥାନକୁ ଚାଲି ଯାଇଥାନ୍ତି। ତେଣୁ ଏହି ସମୟ ହିଁ ମୂଷା ମାନଙ୍କୁ ମାରିବାର ପ୍ରକୃଷ୍ଟ ସମୟ । ଆଗାମୀ ୧୦ ଅକ୍ଟୋବରରେ ପୂରା ବଜାର ୫ ଦିନ ପାଇଁ ବନ୍ଦ ରହିବ। ତେଣୁ ଏହି ସମୟରେ ମୂଷା ମାନେ ଖାଦ୍ୟ ଅଭାବରୁ ଅନ୍ୟ ସ୍ଥାନକୁ ବାହାରିବେ। ତେଣୁ ଏହି ମୂଷା ମାନେ ଯେପରି ବଜାର ବାହାରକୁ ଯାଇ ନ ପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଏହି ମୂଷାମାନଙ୍କୁ ଧରିବା ପାଇଁ ୧୦ ଫୁଟ୍‌ ଉଚ୍ଚର ଷ୍ଟିଲର କାନ୍ଥ ନିର୍ମାଣ କରାଯାଇଛି। ଏହାଛଡା ୪୦ ହଜାର ପିଞ୍ଜରା ଓ ୩୦୦ କିଲୋ ବିଷ ମଧ୍ୟ ଏହି ଅପରେସନରେ ବ୍ୟବହାର କରାଯିବ। ତେଣୁ ମୂଷାଙ୍କ ଆଗମନକୁ ଦୃଷ୍ଟିରେ ସ୍ଥାନୀୟ ଅଞ୍ଚଳରେ ଥିବା ରେସ୍ତୋରାଂ ଓ ବାର ମାଲିକମାନେ ସତର୍କ ରହିବାକୁ ରେଡ ଆଲର୍ଟ ଜାରି କରାଯାଇଛି।

ସମ୍ବନ୍ଧିତ ଖବର