ଗାଁର ଉନ୍ନତିରେ ଦେଶର ଉନ୍ନତି; ଏହି କଥା ଭାବି ୩୭ ଲକ୍ଷ ପ୍ୟାକେଜ୍‌ର ଚାକିରି ଛାଡ଼ି ଗାଁକୁ ଫେରିଲେ ଯୁବକ, ୬ବର୍ଷ ମଧ୍ୟରେ ୩୦୦କୃଷକଙ୍କୁ ନେଇ ଗଢ଼ିଲେ ନିଜର କମ୍ପାନି

ଜଶପୁର(ଛତିଶଗଡ଼) : ସମର୍ଥ ଜୈନ୍‌ ନୈନୋ ଭଲ ପାଠ ପଢ଼ି ବୈଜ୍ଞାନିକ ହେବା ପରେ ବେଲ୍‌ଜିୟମରେ ତାଙ୍କୁ ୩୭ଲକ୍ଷ ପ୍ୟାକେଜରେ ଚାକିରି ମିଳି ଯାଇଥିଲା । ଚାକିରି ପାଇବ ପରେ ବୈଜ୍ଞାନିକମାନେ ଭିନ୍ନ ଉପାୟରେ ଚାଷ କରିବାକୁ ନେଇ ଗବେଷଣା କରୁଥିବା ସମର୍ଥ ଦେଖିଥିଲେ । ରାସାୟନିକ ସାରର ବ୍ୟବହାର ନକରି ସେଠାରେ ବୈଜ୍ଞାନିକମାନେ ଜୈବିକ ଚାଷ କରିବାକୁ ଚେଷ୍ଟା କରୁଥିବା ଦେଖି ସମର୍ଥ ବେଲ୍‌ଜିୟମ ଛାଡ଼ି ଭାରତ ଆସିବାକୁ ନିଷ୍ପତ୍ତିି ନେଇଥିଲେ । ଭରତରେ ଚାଷୀ ଆତ୍ମହତ୍ୟାର ଖବର ସମର୍ଥଙ୍କ ପାଖରେ ଥିଲା । ବେଲ୍‌ଜିୟମରେ କୌଣସି ରାସୟନର ବ୍ୟବହାର ନ କରି ଚାଷ କରିବା ଦେଖି ସେ ଭାରତରେ ମଧ୍ୟ ଏଭଳି ଚାଷ କରିବାକୁ ନେଇ ଲୋକମାନଙ୍କୁ ଜଣାଇବେ ବୋଲି ନିଷ୍ପତ୍ତିି ନେଇଥିଲେ ।

ଯାହା ପାଇଁ ସେ ନିଜ ଗାଁ ଗହ୍ମାରିଆକୁ ଆସି ଜୈବିକ ଚାଷକୁ ନେଇ କାମ ଆରମ୍ଭ କରିଥିଲେ । ୨୦୧୩ରେ ସମର୍ଥ ବୈଦିକ ବାଟିକା ନାମରେ ନିଜର ଏକ କମ୍ପାନୀ ତିଆରି କରିଥିଲେ । ପରେ ସେ ଆଖପାଖର କୃଷକଙ୍କ ଜୈବିକ ଚାଷ କରିବା ପାଇଁ ଅନୁପ୍ରାଣିତ କରିବା ସହ ନିଜ ସହ ଯୋଡ଼ିଥିଲେ । ଏ ପର୍ଯ୍ୟନ୍ତ ତାଙ୍କର ସେହି ଅଭିଯାନରେ ୩୦୦ଜଣ କୃଷକ ଯୋଡ଼ି ହୋଇ ସାରିଛନ୍ତି । ପ୍ରଥମେ ଯେତେବେଳେ ସେ ଚାଷ କରିବା ଆରମ୍ଭ କରିଥିଲେ,ସେତେବେଳେ ମାର୍କେଟରେ ରସାୟନଯୁକ୍ତ ମଞ୍ଜି ଭରି ରହିଥିବା ଦେଖିଥିଲେ । ଏହାକୁ ରୋକିବା ପାଇଁ ସମର୍ଥ ନିଜ ଘରର ପ୍ରୟୋଗଶାଳାରେ ଜୈବିକ କୀଟନାଶକ ତିଆରି କରିବା ଆରମ୍ଭ କରିଥିଲେ । ଯାହାର ଭଲ ପରିଣାମ ଚାଷ ଜମିରେ ଦେଖିବାକୁ ମିଳିଥିଲା ।

୬ବର୍ଷ ମଧ୍ୟରେ ସମର୍ଥ ନିଜର ଜୈବିକ କମ୍ପାନୀକୁ ରେଜିଷ୍ଟର କରି ନେବା ସହ କମ୍‌ ଦାମ୍‌ରେ ଜୈବିକ ପ୍ରଡ଼କ୍ଟ ମାର୍କେଟରେ ବିକ୍ରି କରୁଥିବା ଜଣା ପଡ଼ିଛି । ଯାହାଦ୍ୱାରା ଚାଷ ଜମିର ମାଟିର ଗୁଣ ନଷ୍ଟ ହେବା ପରିବର୍ତ୍ତେ ଭଲ ଚାଷ ହୋଇ ପାରୁଛି । ସମର୍ଥଙ୍କ ଏଭଳି ଉଦ୍ୟମ ପାଇଁ ଆଜି ୩୫୦ରୁ ଅଧିକ ଚାଷୀ ଭଲ ଉତ୍ପାଦନ କରି ପାରିବା ସହ ସମର୍ଥଙ୍କ କମ୍ପାନୀରେ କାମ କରି ମାସିକ ଆୟ କରି ପାରୁଛନ୍ତି ।

ସମ୍ବନ୍ଧିତ ଖବର