ଯଥା ଶୀଘ୍ର ଆମ ଦରମା ଦିଅ, ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷଙ୍କ ନିକଟରେ ଦାବି କଲା ଜେଟ ପାଇଲଟ ୟୁନିୟନ

ନୂଆଦିଲ୍ଲୀ : କ୍ଷତିରେ ଚାଲୁଥିବା ଘରୋଇ ବିମାନ ସେବା କମ୍ପାନି ଜେଟ୍ ଏୟାରଓ୍ବେଜକୁ ଷ୍ଟେଟ ବ୍ୟାଙ୍କ ନେତୃତ୍ବାଧିନ ବ୍ୟାଙ୍କ ସମୂହ ନିଜ ନିୟନ୍ତ୍ରଣକୁ ନେବା ପରେ ପାଇଲଟମାନେ ନିଜର ବକେୟା ଦରମା ଯଥାଶୀଘ୍ର ପ୍ରଦାନ ପାଇଁ ଦାବି କରିଛନ୍ତି । ପାଇଲଟ ମାନଙ୍କ ୟୁନିୟନ ନାସନାଲ ଏଭିଏଟର୍ସ ଗିଲ୍ଡ ପକ୍ଷରୁ ଏ ନେଇ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାରଙ୍କୁ ପତ୍ର ଲେଖି କୁହାଯାଇଛି ଯେ ପାଇଲଟ ଓ ଅନ୍ୟ କର୍ମଚାରୀମାନେ ଗତ ୪ ମାସ ହେଲା ଦରମା ନ ପାଇଁ ବେଶ କଷ୍ଟରେ ଚଳୁଛନ୍ତି । ଏଣୁ ଯଥାଶୀଘ୍ର ଏ ନେଇ ବିହିତ ପଦକ୍ଷେପ ନିଆଯାଉ । ସେମାନେ ମଧ୍ୟ କମ୍ପାନିର ପରିଚାଳନା ଓ ପୁନରୁଦ୍ଧାର ପାଇଁ କଣ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି ତାହା ସଂପର୍କରେ ଜାଣିବାକୁ ଚାହିଁଛନ୍ତି ।

ଏହା ପୂର୍ବରୁ ଜେଟ୍‌ ଏୟାରୱେଜ୍‌ର ପାଇଲଟମାନେ ଆସନ୍ତା ଏପ୍ରିଲ ପହିଲାରୁ ବିମାନ ଉଡ଼ାଇବେ ନାହିଁ ବୋଲି ଧମକ ଦେଇଥିଲେ । କମ୍ପାନିକୁ ଉଦ୍ଧାର କରିବା ଯୋଜନା ଯଦି ବିଳମ୍ବିତ ହୁଏ ଓ ଚଳିତମାସ ଶେଷ ସୁଦ୍ଧା ସେମାନଙ୍କୁ ବେତନ ପ୍ରଦାନ କରା ନଗଲେ ‌ସେମାନେ ଧର୍ମଘଟ କରିବେ ବୋଲି ଧମକ ଦେଇଥିଲେ । ନ୍ୟାସନାଲ ଏଭିଏଟର୍ସ ଗିଲ୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

ସମ୍ବନ୍ଧିତ ଖବର