ରିଲାଏନ୍ସ ଜିଓର ଆଉ ଏକ ଉପହାର : ନିଜ ୟୁଜର୍ସଙ୍କୁ ୫ବର୍ଷ ପର୍ଯ୍ୟନ୍ତ ଯୋଗାଇଦେବ ଏହି ମାଗଣା ସେବା!

ରିଲାଏନ୍ସ ଜିଓ ନିଜ ୟୁଜର୍ସଙ୍କ ପାଇଁ ଆଉ ଏକ ଉପହାର ନେଇ କି ଆସିଛି । ଦୁନିଆର ସବୁଠାରୁ ବଡ ମୋବାଇଲ ଡାଟା ନେଟୱର୍କ ଜିଓ ଭାରତର ଏକ ପ୍ରମୁଖ ବ୍ରଡକାଷ୍ଟର ଷ୍ଟାର ଇଣ୍ଡିଆ ସହିତ ୫ବର୍ଷ ପାଇଁ ଚୁକ୍ତିର ଘୋଷଣା କରିଛି । ଏହା ଦ୍ୱାରା ସ୍ପୋର୍ଟସ ଏଣ୍ଟରଟେନମେଣ୍ଟରେ ଏକ ନୂଆ ସମୟର ଆରମ୍ଭ ହେବ । ଜିଓ ଓ ଷ୍ଟାର, ଟିଭିରେ ଦେଖାଯିବାକୁ ଥିବା ଭାରତର ସମସ୍ତ କ୍ରିକେଟ୍ ମ୍ୟାଚକୁ ଜିଓ ଟିଭି ଓ ହଟ୍ ଷ୍ଟାରର ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯିବ ।

ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ ଏହି ସମ୍ବନ୍ଧରେ ଷ୍ଟାର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସହିତ ଏକ ଅନୁବନ୍ଧ କରିଛନ୍ତି । ଏହି ଚୁକ୍ତି ଅନୁଯାୟୀ ଟି-୨୦, ୱାନ ଡେ ଇଣ୍ଟରନ୍ୟାସନାଲ, ଇଣ୍ଟରନ୍ୟାସନାଲ ଟେଷ୍ଟ କ୍ରିକେଟ୍ ଓ ବିସିସିଆଇର ପ୍ରମୁଖ ଘରୋଇ ମୁକାବିଲାକୁ ଦେଖାଇବ ।

ଭାରତୀୟ ଉପଭୋକ୍ତାଙ୍କୁ ଭଲ ସଂଯୋଗ ସହିତ ବେଷ୍ଟ କ୍ରିକେଟିଙ୍ଗ ବିଷୟବସ୍ତୁ ଉପଲବ୍ଧ କରାଇବା ପାଇଁ ପ୍ରଥମଥର କ୍ରିକେଟ୍ ପ୍ରଡକ୍ସନ, ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ଓ ଏକ ହାଇ ସ୍ପିଡ୍ ଡାଟା ନେଟୱର୍କ ସହିତ ଏକ ସଙ୍ଗରେ ଆସିଛି । ଏହି ଚୁକ୍ତି ୫ବର୍ଷ ପାଇଁ ହୋଇଛି । ଏହି ଚୁକ୍ତି ପରେ ଜିଓର ୟୁଜର୍ସ ଭାରତର ସମସ୍ତ ମ୍ୟାଚ୍ ନିଜ ମୋବାଇଲ ଫୋନରେ ଦେଖିପାରିବେ ।

ସମ୍ବନ୍ଧିତ ଖବର