ଜେଏନ୍‌ୟୁରେ ଗାର୍ଡ ଥିଲେ, ପ୍ରବେଶିକା ପରୀକ୍ଷା ଦେଇ ଏବେ ଜେଏନ୍‌ୟୁର ଛାତ୍ର ହେଲେ ଦିନ ମଜୁରିଆଙ୍କ ପୁଅ

ନୂଆଦିଲ୍ଲୀ : ଦେଶର ସବୁଠାରୁ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଗୋଟେ ହେଉଛି ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ । ଦିଲ୍ଲୀସ୍ଥିତ ଏହି ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଜଣେ ଦିନ ମଜୁଆରିଆଙ୍କ ପୁଅ ପରୀକ୍ଷା ପାସ୍‌ କରିବା ଖବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସବୁଠାରୁ ବଡ଼ କଥା ହେଲା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ରାଜମଲ ମୀନା ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ସିକ୍ୟୁରିଟି ଗାର୍ଡର କାମ କରୁଥିଲେ । କିନ୍ତୁ ଏବେ ସେ ସେହି ବିଶ୍ୱବିଦ୍ୟାଳୟରେ ଛାତ୍ର ଭାବେ ପଢ଼ିବାକୁ ଯାଉଛନ୍ତି । ରାଜମଲ ମୀନାଙ୍କ ଯାତ୍ରା ଏବେ ସମସ୍ତଙ୍କୁ ଅନୁପ୍ରାଣିତ କରିଛି ।

Jansatta

ସୂଚନା ମୁତାବକ, ୨୦୧୪ରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ସିକ୍ୟୁରିଟି ଗାର୍ଡ ଭାବେ କାମ କରିବା ଆରମ୍ଭ କରିଥିଲେ ରାଜମଲ । ଛୋଟ ବେଳୁ ତାଙ୍କର ଶିଖିବାର ଇଚ୍ଛା ଥିଲେ ମଧ୍ୟ ଘରର ଅବସ୍ଥା ପାଇଁ ତାଙ୍କୁ ପଢ଼ିବାର ସୁଯୋଗ ମିଳି ପାରି ନଥିଲେ । ଘରଠାରୁ କଲେଜ ୩୦କିଲୋମିଟର ଦୂରରେ ଥିବାରୁ ଘର ଚଳାଇବା ପାଇଁ ବାପାଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ରାଜମଲ ପଢ଼ା ଛାଡ଼ିଥିଲେ । କିଛି ଦିନ ଏଭଳି ଚାଲିବା ପରେ ସେ ରାଜସ୍ଥାନ ବିଶ୍ୱରବିଦ୍ୟାଳୟରୁ ଡିଷ୍ଟାନ୍ସରେ କଳାରେ ସ୍ନାତକ କରିଥିଲେ । ଏହା ପରେ ଦିଲ୍ଲୀ ଆସି ଘର ଚଳାଇବା ପାଇଁ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ସିକ୍ୟୁରିଟି ଗାର୍ଡର କାମ ଆରମ୍ଭ କରିଥିଲେ । ସେଠାରେ କାମ କରିବା ସମୟରେ ତାଙ୍କ ମନରେ ଅଧିକ ପଢ଼ିବାର ଇଚ୍ଛା ଜାଗ୍ରତ ହୋଇଥିଲା । ଯାହା ପାଇଁ ଖବରକାଗଜ ଏବଂ ଫୋନ ସାହାଯ୍ୟରେ ସେ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଦିନ ରାତି ଏକ କରି ପଢ଼ିବା ପରେ ଯାଇ ତାଙ୍କୁ ଏ ସଫଳତା ମିଳିଛି । ରାଜମଲ ବିବାହିତ ହୋଇଥିବା ବେଳେ ତାଙ୍କର ୩ଟି ସନ୍ତାନ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର