ଚଳଚ୍ଚିତ୍ରର କାହାଣୀ ଭଳି ୪୬ବର୍ଷ ପରେ ଏକାଠି ହେଲେ ଦୁଇ ଭାଇ

ଦୀର୍ଘ ୪୬ ବର୍ଷ ପରେ ଅଲଗା ହୋଇ ଯାଇଥିବା ଆସାମରେ ଦୁଇ ଭାଇ ପରସ୍ପରକୁ ଭେଟିଛନ୍ତି । ଏହା ଫିଲ୍ମର କାହାଣୀ ପରି ଲାଗୁଥିଲେ ମଧ୍ୟ ସତ୍ୟ । ୪ ଦଶକ ପୂର୍ବରୁ ଏଭଳି କାହାଣୀ ଲୋକମାନେ କେବଳ ଫିଲ୍ମରେ ହିଁ ଦେଖିବାକୁ ପାଉଥିଲେ । ସେତେବେଳେ ଆଗକୁ ସତରେ କିଛି ଏପରି ଘଟିବ ବୋଲି କେହି ଭାବି ନ ଥିଲେ । ଫିଲ୍ମରେ ଦୁଇ ଭାଇ ବା ଭଉଣୀ ଛୋଟ ବେଳୁ ଅଲଗା ହୋଇ ଯାଇଥିବା ବେଳେ ଶେଷରେ ଦୁଇ ଜଣଙ୍କ ମିଳନ ହୋଇଥାଏ । ଯାହାକୁ କି ଦର୍ଶକମାନେ ଦେଖି ଖୁବ୍‌ ଖୁସି ହୋଇ ଥାଆନ୍ତି ।
ଆସାମରେ ଘଟିଥିବା ଏହି ଘଟଣା ପ୍ରକାଶ ପାଇବା ପରେ ଲୋକମାନେ ଖୁସି ହେବା ସହ ପୁରୁଣା ଦିନକୁ ମନେ ପକାଇଛନ୍ତି । ଏହି ଘଟଣାଟି ଘଟିଥିଲା ଆସାମର ନ୍ୟାସ୍‌ନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍‌ ଅଫିସରେ । ଦୁଇ ଭାଇ ସୁକ୍ଲେଶ୍ୱର ସୁତ୍ରଧର ଏବଂ ବିପିନ ସୁତ୍ରଧର ନ୍ୟାସ୍‌ନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍‌ ଅଫିସ୍‌କୁ ନାଗରିକତ୍ୱ ପଞ୍ଜିକରଣର ତନଖି କରିବା ପାଇଁ ଆସିଥିବା ବେଳେ ଜନ୍ମ ପଞ୍ଜିକରଣରୁ ବିପିନ ତାଙ୍କ ଭାଇ ବୋଲି ସୁକ୍ଲେଶ୍ୱର ଜାଣିବାକୁ ପାଇଥିଲେ । ଏତେ ଦିନ ପରେ ଦୁହେଁ ଦୁହିଁଙ୍କୁ ଭେଟିବା ପରେ ଦୁହିଁଙ୍କ ଆଖିରେ ଲୁହ ରହି ନ ଥିଲା । ପରସ୍ପରକୁ ଆଲିଙ୍ଗନ କରିବା ସହ ପରସ୍ପରର ହାଲଚାଲ ପଚାରି ବୁଝିଥିଲେ ଦୁଇ ଭାଇ । ଏତେ ଦିନ ହେଲା କେଉଁଠି ଥିଲେ?କେମିତି ଥିଲ? ଏମିତି କିଛି ପ୍ରଶ୍ନ ସହ ଦୁଇ ଭାଇ କେବେ ନ ସରିବା ଭଳି କଥା ହେବା ଆରମ୍ଭ କରି ଦେଇଥିଲେ । ଦୁଇ ଜଣ ଏକାଠି ହେବା ପରେ ପୁରୁଣା ଦିନ ଗୁଡ଼ିକୁ ମନେ ପକାଇବା ସହ ଏତେ ଦିନ ପରେ ପୁଣି ଏକାଠି ହୋଇ ଖୁସିଥିବା ସେମାନଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ।

indiatimes.com

ସୂଚନା ମୁତାବକ, ସୁକ୍ଲେଶ୍ୱରଙ୍କୁ ୪ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ମାତା-ପିତା ତାଙ୍କୁ ଛାଡ଼ି ଚାଲି ଯାଇଥିଲେ । ଏହା ପରେ ସେ ଘରୁ ଚାଲି ଆସିବା ସହ କୋକ୍ରାଝର ସହରରେ ଶ୍ରମିକ ଭାବେ କାମ କରିବା ଆରମ୍ଭ କରିଥିଲେ । ଧୀରେ ଧୀରେ ସେ ବଡ଼ ହେବା ସହ ଭଲ ଆୟ କରିଥିଲେ ଏବଂ ବିବାହ କରି ସଂସାର ଗଢ଼ିଥିଲେ । ଅନ୍ୟ ପକ୍ଷରେ ବିପିନ ତାଙ୍କ ଜେଜେ ମା’ଙ୍କ ପାଖେ ରହି ପାଠ ପଢ଼ିବା ସହ ଚାକିରି କରିଥିଲେ । ଏତେ ବର୍ଷ ପରେ ଦୁଇ ଜଣ ଦୁଇ ଜଣଙ୍କୁ ଭେଟି ଖୁବ୍‌ ଖୁସିଥିବା କହିଛନ୍ତି ।

ସମ୍ବନ୍ଧିତ ଖବର