କଳାହାଣ୍ଡି ଓଡ଼ିଶାର ଏକ ପ୍ରାଚୀନ ଏବଂ ଐତିହାସିକ ସ୍ଥାନ ଅଟେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କଳାହାଣ୍ଡି ଜିଲ୍ଲା। ଏଠାରେ ଥିବା ଜଳପ୍ରପାତ, ଝରଣା, ଘଞ୍ଚ ଜଙ୍ଗଲ, ପାହାଡ଼ ଏବଂ ସୁଦୀର୍ଘ ଚଟାଣ ପର୍ଯ୍ୟଟକଙ୍କ ମନ ମୋହିବାରେ ଲାଗିଛି।
/sambad/media/post_attachments/wp-content/uploads/2018/04/kala4-300x169.jpg)
କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ଗୁଡହାଣ୍ଡି ଡୋକରିଚଂଚରାର ସ୍ୱତନ୍ତ୍ର ସ୍ଥାନ ରହିଛି। ଏଠାରେ ପାଳିତ ହେଉଥିବା ଗୁଡହାଣ୍ଡି ମହୋତ୍ସବ ସବୁଠାରୁ ଟିକେ ଭିନ୍ନ। ରାମନବମୀ ଠାରୁ ପୂର୍ଣ୍ଣିମା ଯାଏଁ କରାଯାଉଥିବା ମହୋତ୍ସବରେ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା କରାଯାଇଛି। ଦୁଃସାହସିକ ପର୍ବତାରୋହଣ ଜରିଆରେ ପର୍ଯ୍ୟଟକଙ୍କୁ ଆକର୍ଷଣ କରାଯାଉଛି।
ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ଗୁଡହାଣ୍ଡି ଡୋକରୀଚଂଚରା ଉନ୍ନୟନ ସମିତି ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ଅନ୍ତର୍ଜାତିୟ ପର୍ବତ ଆରୋହୀ ଯୋଗବ୍ୟାସ ଭୋଈଙ୍କ ଦ୍ୱାରା ୩ ଦିନିଆ ଦୁଃସାହସିକ ପର୍ବତା ରୋହଣ ତାଲିମ କାର୍ଯ୍ୟକ୍ରମ କରାଯାଇଛି। ୬ ଜଣିଆ ଟିମ ଏହି ପର୍ବତମାଳାକୁ ଚଢି ଦର୍ଶକଙ୍କ ମୂଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/kala-1.jpg)