ବର୍ଷ ତଳର ପରମ୍ପରା ଭାଙ୍ଗିଲେ ବିବେକ ଓ ଐଶ୍ଵର୍ଯ୍ୟା, ନିଜର ‘କୁମାରୀତ୍ୱ ପରୀକ୍ଷା’ ନକରି ବିବାହ ବନ୍ଧନରେ ଆବଦ୍ଧ ହେଲେ

ପୁଣେ: ମହାରାଷ୍ଟ୍ରର ପୁଣେରେ ନବବଧୂର କୁମ୍ବାରୀତ୍ୱ ପରୀକ୍ଷା କରାଯିବାର କଞ୍ଜରଭାଟ ସମୁଦାୟରେ କାହିଁ କେଉଁ କାଳରୁ ପୁରୁଣା ପ୍ରଥା ରହି ଆସିଥିଲା। ଯାହାକୁ ବିବେକ ତାମଚିକର ଓ ଐଶ୍ୱର୍ଯ୍ୟା ଭଟ୍ଟ ଭଙ୍ଗ କରିଛନ୍ତି। ବିବେକ ଓ ଐଶ୍ୱର୍ଯ୍ୟା ପୁଣେସ୍ଥିତ ପିଂପରିରେ ବିବାହ କରିଛନ୍ତି। ଆଶ୍ଚର୍ଯ୍ୟର କଥା ଏହି ଯୋଡ଼ି ନିଜର ବିବାହ ନିମନ୍ତ୍ରଣ କାର୍ଡରେ କୁମାରୀତ୍ୱ ପରୀକ୍ଷାକୁ ବିରୋଧ କରିଛନ୍ତି। କେବଳ ଏତିକି ନୁହେଁ ବିବାହରେ ସାମିଲ ହୋଇ ତାଙ୍କର ଏହି ବିରୋଧକୁ ମଜବୁତ କରିବା ପାଇଁ ବି ଆପିଲ କରିଛନ୍ତି ।

ବିବେକ(୨୯) ଓ ଏଶ୍ୱର୍ଯ୍ୟା (୨୩)ଗତ ସପ୍ତାହ ମଇ ୧୨ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେମାନଙ୍କ ସୁରକ୍ଷା ପାଇଁ ଅନେକ ବାଉନ୍‌ସର ଓ ପୁଲିସକର୍ମୀ ବି ବିବାହ ଉତ୍ସବରେ ସାମିଲ ଥିଲେ। ରାଜ୍ୟ ମହିଳା ଆୟୋଗ ତରଫରୁ ପୁଣେ ପୁଲିସ୍‌କୁ ଏକ ଚିଠି ଲେଖାଯାଇଥିଲା କି, ବିବେକ ଓ ଐଶ୍ୱର୍ଯ୍ୟା ଦୁହେଁ କଞ୍ଜରଭାଟ ସମୁଦାୟରୁ ଆସିଛନ୍ତି। ତେଣୁ ଦୁହିଁଙ୍କ ବିବାହ ସମୟରେ କୌଣସି ପ୍ରକାର ଅପ୍ରୀତିକର ଘଟଣା ଯେପରି ନଘଟେ ସେଥିପାଇଁ କିଛି ବନ୍ଦୋବସ୍ତ କରାଯାଏ। ଏହି ପରମ୍ପରାକୁ ଭଙ୍ଗ କରିଥିବାର ବିବେକଙ୍କ ଉପରେ ଆକ୍ରମଣ ବି କରାଯାଇଛି।

ବିବେକ ଟାଟା ଇନ୍‌ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସରୁ ପାଠ ପଢ଼ିଛନ୍ତି। ବିବେକ ହ୍ଵାଟସ୍‌ ଆପ୍‌ ଗ୍ରୁପ୍‌ ଓ ଫେସ୍‌ବୁକ୍‌ ଗ୍ରୁପ୍‌ରେ ‘ଷ୍ଟପ୍‌ ଦ ବି ରିଚ୍ୟୁଅଲ’ ନାମରେ ଏକ ପେଜ ବନାଇ ଲୋକମାନଙ୍କୁ କୁମ୍ବାରୀତ୍ୱ ପରୀକ୍ଷାକୁ ବିରୋଧ କରିବାରୁ ଜାଗୃତ କରୁଥିଛି। ତେବେ କାଞ୍ଜରଭାଟ ସାମଜ ଏହାର ସମ୍ପୂର୍ଣ୍ଣ ବିପରୀତ ରହିଛି ।

ସମ୍ବନ୍ଧିତ ଖବର