ଏଣିକି ବିନା ହେଲମେଟରେ ଷ୍ଟାର୍ଟ ହେବନି ବାଇକ୍‌!

ହେଲମେଟ ନ ପିନ୍ଧିବା କାରଣରୁ ଅଧିକାଂଶ ସମୟରେ ସଡକ ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ଅକାଳରେ ମୃତ୍ୟୁ ଘଟୁଛି। ସରକାରଙ୍କ ତରଫରୁ ଏନେଇ ଅନେକ ସଚେତନତା ମୂଳକ ବାର୍ତ୍ତା ତଥା କାର୍ଯ୍ୟକ୍ରମ ଜାରି କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିିପାରୁ ନାହିଁ। ଏଭଳି ପରିସ୍ଥିତିକୁ ନଜରରେ ରଖି ଡିଏଭି ୟୁନିଭର୍ସିଟିର କିଛି ଛାତ୍ର ମିଶି ଏଭଳି ଏକ ସ୍ମାର୍ଟ ବାଇକ୍‌ ତିଆରି କରିଛନ୍ତି, ଯାହାକି ବିନା ହେଲମେଟରେ ଆଦୌ ଷ୍ଟାର୍ଟ ହେବ ନାହିଁ। ଏପରିକି ଚାଳକ ବିନା ହେଲମେଟରେ ଯେତେ ଯାହା କଲେ ବି ଗାଡି ଷ୍ଟାର୍ଟ କରିପାରିବେ ନାହିଁ। ତେବେ ଏହି ସିଷ୍ଟମ ଯେକୌଣସି ବାଇକରେ ବ୍ୟବହାର କରାଯାଇପାରିବ।

ସୂଚନା ମୁତାବକ, ବାଇକରେ RF Modular Receiver ଏବଂ RF modular transmitter ଲଗାଯାଇଛି। ରିସିଭର ବାଇକର ବଡିରେ ଫିଟ୍‌ କରାଯାଇଥିବା ବେଳେ ଟ୍ରାନ୍‌ସମିଟର ହେଲମେଟ ଭିତରେ ଫିଟ୍‌ କରାଯାଇଛି। ସେହିପରି ଆରଏଫ ମଡ୍ୟୁଲର ଡିକୋଡରର କାମ କରୁଥିବା ବେଳେ ଟ୍ରାନ୍‌ସମିଟର ଇନକୋଡରର କାମ କରିବ। ଏହାବ୍ୟତୀତ ଇନକୋଡର ଏବଂ ଡିକୋଡରରେ Relay and Register ବ୍ୟବହାର କରାଯାଇଛି, ଯାହାକି ସିଗନାଲକୁ ଉଭୟ ଟ୍ରାନ୍‌ସମିଟ ଏବଂ ରିସିଭ କରିବାର କାମ କରିବ।

ଏହି ବାଇକରେ ହେଲମେଟ ମଧ୍ୟ ଦିଆଯାଉଛି। ହେଲମେଟର ବାହାର ପଟେ ଅନଅଫ ସୁଇଚ ଲଗାଯାଇଛି , ଯାହାକି ବ୍ୟାଟେରୀ ଅନ୍‌ ଅଫର କାମ କରିବ। ଯେତେବେଳେ ହେଲମେଟ ପିନ୍ଧିବେ ସେତେବେଳେ ହେଲମେଟଟିର ଭିତରେ ତଥା ମୁଣ୍ଡର ଉପରି ଭାଗ ଅଂଶ ଏଥିରେ ଟଚ୍‌ କରିବ ଏବଂ ହେଲମେଟ ଭିତରେ ଥିବା ସୁଇଚଟି ଅନ ହୋଇଯିବ। ଏହା ସିଗନାଲ ଟ୍ରାନ୍‌ସମିଟ କରିବ ଏବଂ ବାଇକର ବଡିରେ ଲଗାଯାଇଥିବା ଆରଏଫ ମଡ୍ୟୁଲର ସିଗନାଲକୁ ରିସିଭ କରିବ, ଯେଉଁଥିରେ ବାଇକଟିର ଇଂଜିନ ଷ୍ଟାର୍ଟ ହୋଇଯିବ। ଯଦି ଚାଳକ ଜଣକ ହେଲମେଟକୁ ବାହାର କରିଦିଅନ୍ତି ତେବେ ବାଇକର ଇଂଜିନ ମଧ୍ୟ ବନ୍ଦ ହୋଇଯିବ। କାହିଁକି ନା ଏହାଦ୍ୱାରା ଉଭୟ ଟ୍ରାନ୍‌ସମିଟ ଏବଂ ରିସିଭର ଲିଙ୍କ୍‌ ହୋଇ ପାରିବ ନାହିଁ। ଉଭୟ ଟ୍ରାନ୍‌ସମିଟ ଏବଂ ରିସିଭ ଚାଲୁ କରିବା ପାଇଁ ଉଭୟ ବାଇକ୍‌ ଏବଂ ହେଲମେଟ ମଧ୍ୟରେ ଥିବା ଭୋଲ୍‌ଟର ବ୍ୟାଟେରୀ ବ୍ୟବହୃତ କରାଯାଇଛି। ଏଠାରେ ଆମେ କହି ରଖୁଛୁ କି, ଦୁର୍ଘଟଣା ସମୟରେ ମୁଣ୍ଡରେ ଆଘାତ ଲାଗିବା ଭଳି ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଏହି ସ୍ମାର୍ଟ ହେଲମେଟ୍‌ ପ୍ରସ୍ତୁତ କରାଯାଇଛି। ବିନା ହେଲମେଟରେ ଚାଳକ ବାଇକ୍‌ ଷ୍ଟାର୍ଟ କରିପାରିବେ ନାହିଁ। ତେବେ ଏହି ଟେକନିକକୁ ଅନ୍ୟ ବାଇକମାନଙ୍କରେ ବି ବ୍ୟବହାର କରିପାରିବେ। ଖୁବ୍‌ ଶୀଘ୍ର ହିଁ ଏହି ବାଇକକୁ ବଜାରରେ ଲଂଚ କରାଯିବ।

photo by : jagran.com

ସେନସର ଯୁକ୍ତ ହେଲମେଟ

ସେହିପରି କନୌଜର ଅବନୀ ଶୁକ୍ଳା ନାମକ ଜଣେ ବ୍ୟକ୍ତି ସେନସନ ଯୁକ୍ତ ହେଲମେଟ ପ୍ରସ୍ତୁତ କରିଛନ୍ତି। ତେବେ ଏହି ହେଲମେଟର ବିଶେଷତ୍ୱ ହେଲା କି, ଏହି ହେଲମେଟ ମୋଟରସାଇକେଲ ସହିତ ସେନସର ଜରିଆରେ ସଂଯୁକ୍ତ। ଏହାଦ୍ୱାରା ବିନା ହେଲମେଟରେ ବାଇକ ଷ୍ଟାର୍ଟ ହେବ ନାହିଁ । ସେହିପରି ଯଦି ଚାଳକ ମଦ୍ୟପାନ କରିଥିବେ ତେବେ ବାଇକ୍‌ ଗଡିବ ନାହିଁ। ଯଦି କୌଣସି ବ୍ୟକ୍ତି ଗାଡିକୁ ଅନ୍ୟ ଚାବିରେ ଖୋଲିବାକୁ ଚେଷ୍ଟା କରନ୍ତି ତେବେ ଗାଡିର ଇଂଜିନ ବନ୍ଦ ହୋଇଯିବ।

ସମ୍ବନ୍ଧିତ ଖବର