ଦିବ୍ୟାଙ୍ଗମାନଙ୍କ ସମସ୍ୟା ଦୂର କରିବ ରୋବୋଟିକ ହାତ!

ଦିବ୍ୟାଙ୍ଗମାନଙ୍କ ପାଇଁ ତିଆରି ହେଲା ଏକ ସ୍ୱତନ୍ତ୍ର ପ୍ରକାରର ରୋବଟିକ୍‌ ହାତ। ଯାହା ଦିବ୍ୟାଙ୍ଗମାନଙ୍କ ସମସ୍ୟା ଦୂର କରିବାରେ ସହାୟକ ହେବ। ଏପରି ହାତ ତିଆରି କରିଛନ୍ତି ଆଇଆଇଟି କାନପୁରର ଛାତ୍ର। ଏହି ହାତ ଦ୍ୱାରା ଏଣିକି ଦିବ୍ୟାଙ୍ଗମାନେ ମଧ୍ୟ ସାଧାରଣ ଲୋକମାନଙ୍କ ପରି ନିଜର ଦୈନନ୍ଦିନ କାମ ଏବଂ ଆବଶ୍ୟକତାକୁ ପୂରଣ କରିପାରିବେ। ମେକାନିକାଲ ଇଞ୍ଜିନିୟରିଂ ବିଭାଗର ମାଷ୍ଟର ଅଫ ସାଇନ୍‌ସ ରିସର୍ଚ୍ଚର ଛାତ୍ର ନିଶାନ୍ତ ଅଗ୍ରୱାଲ ଏକ ସ୍ୱତନ୍ତ୍ର ପ୍ରକାରର ରୋବୋଟିକ୍‌ ହାତ ତିଆରି କରିଛନ୍ତି। ତେବେ ଏହାର ବିଶେଷତ୍ୱ ହେଉଛି ଏହାକୁ ବିନା ଅପରେସନ ଦ୍ୱାରା ମଧ୍ୟ ଶରୀରରେ ଫିଟ କରାଯାଇପାରିବ। ଏହି ରୋବୋଟିକ ହାତ ସେମାନଙ୍କ ପାଇଁ ଅଟେ, ଯେଉଁମାନେ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ନିଜ ହାତ ହରାଇଛନ୍ତି।

photo by : jagran.com

କିପରି କରିବ କାମ ?

ବିଶେଷଜ୍ଞଙ୍କ ଅନୁଯାୟୀ, ଶରୀରରେ ପ୍ରବାହିତ ହେଉଥିବା କରେଣ୍ଟ ହାତକୁ କ୍ରିୟାଶୀଳ କରିବା ପାଇଁ କହିଥାଏ। ଏହି ରୋବୋଟିକ ହାତ ଇଲେକ୍ଟ୍ରୋମାୟୋଗ୍ରାଫ ଉପାୟରେ କାର୍ଯ୍ୟକାରୀ ହେବ। ଏଥିରେ ଇସିଜିରେ ମୁଣ୍ଡରେ ଲାଗୁଥିବା ଚିପ୍‌ ଭଳି ଦୁଇଟି ଇଏମଜି ଚିପ ଲଗାଯାଇଛି। ଏହାକୁ ଶରୀରର କହୁଣୀରୁ ଉପରକୁ ଲଗାଇଲେ ଶରୀରରେ ପ୍ରବାହିତ ହେଉଥିବା କରେଣ୍ଟ ରୋବୋଟିକ ହାତରେ ଲାଗିଥିବା ମାଇକ୍ରୋ କଣ୍ଟ୍ରୋଲର ପର୍ଯ୍ୟନ୍ତ ପହଞ୍ଚିଯିବ। ଏଠାରେ ୩.୭ ଭୋଲ୍‌ଟର ବ୍ୟାଟେରୀ ପର୍ଯ୍ୟନ୍ତ ଯାଇ କରେଣ୍ଟ ଆଙ୍ଗୁଳିକୁ କ୍ରୀୟାଶୀଳ କରାଇବ। ବ୍ୟାଟେରୀକୁ ମୋବାଇଲ ଆଡପ୍ଟଟ ଦ୍ୱାରା ଚାର୍ଜ କରାଯାଇପାରିବ।

ଏହି କୃତ୍ରିମ ହାତ ୮୦୦ଗ୍ରାମ ପର୍ଯ୍ୟନ୍ତ ଓଜନ ଉଠାଇପାରିବ। ପ୍ରତିଟି ବସ୍ତୁର ଅନୁରୂପ ଅନୁଯାୟୀ ଆଙ୍ଗୁଳିଗୁଡିକ କ୍ରିୟୀଶୀଳ ହେବାପାଇଁ ଏଥିରେ ସେନସର ଲଗାଯାଇଛି। ମେକାନିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ପଙ୍କଜ ବାହିଙ୍କ ନିଦର୍ଶନରେ ଛାତ୍ରଜଣଙ୍କ ଏହି ରୋବୋଟିକ ହାତକୁ ଦୁଇ ବର୍ଷ ମଧ୍ୟରେ ପ୍ରସ୍ତୁତ କରିଛନ୍ତି। ଆଉ ଏଥିପାଇଁ ପାଖାପାଖି ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହାକୁ ପୋଲିବିନାଇଲ ଫ୍ଲୋରାଇଡ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୮ ହଜାର ଟଙ୍କା ହେବ। ବଜାରରେ ଉପଲବ୍ଧ ହେଉଥିବା ୧୫ଲକ୍ଷ ଟଙ୍କାର କୃତ୍ରିମ ହାତ ଅପେକ୍ଷା ଏହା ସବୁଠାରୁ ଶସ୍ତା ଅଟେ। ଆଇଆଇଟି ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ରୋବୋଟିକ ହାତ ଦିବ୍ୟାଙ୍ଗମାନଙ୍କ ପାଇଁ ଅନେକ ସହାୟକ ହେବ । ଏହାକୁ ଅଧିକ ବିକଶିତ କରିବା ପାଇଁ କାମ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର