ବନ୍ୟା ପାଇଁ ୨.୫ କିଲୋମିଟର ପହଁରି ପ୍ରତିଯୋଗିତାରେ ଭାଗ ନେଲେ ବକ୍ସର, ଜିତିଲେ ରୌପ୍ୟ ପଦକ

ନୂଆଦିଲ୍ଲୀ : କର୍ଣ୍ଣାଟକର ବେଲଗବିରେ ରହୁଥିବା ଜଣେ ଯୁବକ ଯେଉଁ କାମ କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏବେ କର୍ଣ୍ଣାଟକର ବେଲଗବିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଏ ସମୟରେ ନିଶାନ ନାମକ ଜଣେ ଯୁବକ ଏକ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେବାକୁ ୨.୫କିଲୋମିଟର ପହଁରି ଯାଇଥିବା ଜଣାପଡ଼ିଛି । ଏହା ସହ ସେ ରୌପ୍ୟ ପଦକ ମଧ୍ୟ ହାସଲ କରିଥିବା ଜଣାପଡ଼ିଛି ।

Image result for karnataka-boxer-swims-2-5km-to-reach-bengaluru-venue-wins-silver
Latestly.com

ସୂଚନା ମୁତାବକ, ବକ୍ସର ନିଶାନ ମନୋହର କଦମଙ୍କ ଗାଁ ବେଲଗବି ଏବେ ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ । ଗତ ଅଗଷ୍ଟ ୭ତାରିଖରେ ନିଶାନଙ୍କୁ ବେଙ୍ଗାଲୁରୁରେ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ବକ୍ସିଂ ଚାମ୍ପିୟନସିପ୍‌ରେ  ଭାଗ ନେବାରେ ଥିଲା । କିନ୍ତୁ ଠିକ୍‌ ସମୟରେ ବନ୍ୟା ହେବାରୁ ସେ ଚିନ୍ତାରେ ପଡ଼ି ଯାଇଥିଲେ । ମୁଣ୍ଡ ଉପରେ ପାଣି ଯାଉଥିବାରୁ, ସେ କ’ଣ କରିବେ କିଛି ବୁଝି ପାରୁ ନ ଥିଲେ । ଏହା ପରେ ନିଶାନଙ୍କ ବାପା ତାଙ୍କୁ ପହଁରିକି ଯିବା ହିଁ ଏକମାତ୍ର ବାଟ ବୋଲି ଜଣାଇଥିଲେ । ପରେ ନିଶାନ ଏବଂ ତାଙ୍କ ବାପା ଦରକାରୀ ଜିନିଷକୁ ପଲିଥିନରେ ବାନ୍ଧି ୨.୫ କିଲୋମିଟର ପହଁରି ଷ୍ଟେସନରେ ପହଞ୍ଚିଥିଲେ । ଟ୍ରେନରେ ବସି ବେଙ୍ଗାଲୁରୁରେ ପହଞ୍ଚିବା ପରେ ନିଶାନ ପ୍ରତିଯୋଗିତାରେ ଭାଗ ନେଇ ରୌପ୍ୟ ପଦକ ଜିତିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର