ମୋବାଇଲରେ ବ୍ୟାଙ୍କିଙ୍ଗ କରିବାକୁ ଚାହୁଁଥିଲେ, ଏଥିପ୍ରତି ଧ୍ୟାନ ଦିଅନ୍ତୁ!

ବର୍ତ୍ତମାନ ସମାଜରେ ବ୍ୟସ୍ତବହୁଳ ଜୀବନରେ ମୋବାଇଲ ଲୋକମାନଙ୍କର ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ପରିଣତ ହୋଇଗଲାଣି। ଏହାରି ମାଧ୍ୟମରେ ବହୁ କାମ ସହଜରେ ହୋଇପାରୁଛି। ସପିଂ କରିବା ଠାରୁ ଆରମ୍ଭ କରି ବ୍ୟାଙ୍କର ସମସ୍ତ କାର୍ଯ୍ୟ ମୋବାଇଲରେ ସହଜରେ ହୋଇପାରୁଛି। ତେବେ ଏହାର ବ୍ୟବହାର କରିବା ସମୟରେ ସାବଧାନତା ରହିବା ନିହାତି ଦରକାର, ନ ହେଲେ ଅସୁବିଧାରେ ପଡିପାରନ୍ତି। ଆସନ୍ତୁ ନଜର ପକାଇବା ମୋବାଇଲି ବ୍ୟାଙ୍କିଙ୍ଗ ଉପରେ।

ବ୍ୟାଙ୍କ ସମ୍ପର୍କିତ କୌଣସି କାର୍ଯ୍ୟ ପାଇଁ ବ୍ୟାଙ୍କ ଶାଖାକୁ ଯାଇ ଲାଇନରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡେ। କିନ୍ତୁ ଏବେ ବଢ଼ୁଥିବା ଟେକନୋଲୋଜି ସହିତ ଆପଣଙ୍କୁ ଏହି କାମଗୁଡିକ ପାଇଁ ବ୍ୟାଙ୍କ ଯିବାର ଆବଶ୍ୟକତା ପଡୁନି ବରଂ ଆପଣ ମୋବାଇଲ ବ୍ୟାଙ୍କିଙ୍ଗ ରୂପରେ ନିଜର ବ୍ୟାଙ୍କ ନିଜ ସାଙ୍ଗରେ ରଖିପାରିବେ। ଏହାଦ୍ୱାରା ସମୟ ବଞ୍ଚ ଏବଂ ଅନେକ ଫାଇଦା ବି ମିଳେ। କିନ୍ତୁ ଏହାର ବ୍ୟବହାର କରିବା ସମୟରେ ଆପଣଙ୍କୁ ଅତିରିକ୍ତ ସାବଧାନତା ରଖିବାର ଆବଶ୍ୟକତା ଥାଏ କାହଁକିନା ଯଦି ଆପଣ ଏହାର ଧ୍ୟାନ ରଖୁନାହାଁନ୍ତି, ତେବେ ଆପଣଙ୍କୁ କେତେକ ଅପ୍ରିୟ ସ୍ଥିତିଗୁଡିକର ସାମନା କରିବାକୁ ପଡିପାରେ।

 

ଯଦି ଆପଣ ମୋବାଇଲ ବ୍ୟାଙ୍କିଙ୍ଗର ଉପଯୋଗ କରନ୍ତି, ତେବେ ଏହି ଜିନିଷ ଉପରେ ଧ୍ୟାନ ରଖନ୍ତୁ :

ଆପଣଙ୍କ ମୋବାଇଲରେ କେବଳ ଅଫିସିଆଲ ଆପ୍ଲିକେସନ ହିଁ ଡାଉନଲୋଡ କରନ୍ତୁ।

କୌଣସି ପ୍ରକାରର ନକଲି ଆପ୍ଲିକେସନ ଉପରେ ସନ୍ଦେହର ସ୍ଥତିରେ ତୁରନ୍ତ ନିଜର ବ୍ୟାଙ୍କ ଶାଖାରେ ସଂପର୍କ କରନ୍ତୁ।

ନିଜର ଗୁପ୍ତ ପାସୱାର୍ଡକୁ କେବେ ବି ନିଜ ଫୋନରେ ସେଭ କରନ୍ତୁନି।

ନିଜର ପାସୱାର୍ଡକୁ ନିୟମିତି ରୂପେ ବଦଳାନ୍ତୁ । ସହଜ ପାସୱାର୍ଡର ବ୍ୟବହାର କରନ୍ତୁନି।

ମୋବାଇଲ ନମ୍ବର ବଦଳାଇବା ସ୍ଥିତିରେ ବ୍ୟାଙ୍କକୁ ସୂଚିତ କରନ୍ତୁ । ଯଦି ଆପଣଙ୍କ ଫୋନ ଚୋରି ହୋଇଯାଏ କିମ୍ବା ହଜିଯାଏ, ତୁରନ୍ତ ନିଜ ବ୍ୟାଙ୍କର ଗ୍ରାହକ ସେବାକୁ ଫୋନ କରନ୍ତୁ ଏବଂ ନିଜର ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ଲିକେସନକୁ ଡିଆକ୍ଟିଭେଟ କରାନ୍ତୁ ।

ସମ୍ବନ୍ଧିତ ଖବର