ଯେଉଁଠି ଗୋଟିଏ ସାନିଟାରୀ ପ୍ୟାଡ ପାଇଁ ମହିଳାଙ୍କୁ ବିକିବାକୁ ପଡିଥାଏ ଦେହ! କାହିଁକି ଜାଣନ୍ତୁ

ଗୋଟିଏ ସାନିଟାରୀ ପ୍ୟାଡ ପାଇଁ ମହିଳାଙ୍କୁ ବିକିବାକୁ ପଡୁଛି ଦେହ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠି ମହିଳାମାନେ ଏପରି କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି। ଏହା ହେଉଛି ଆଫ୍ରିକା ମହାଦ୍ୱୀପରେ କେନିଆ ଭଳି ଦେଶର କାହାଣୀ। କେନିଆର ରାଜଧାନୀ ନାଇରୋବୀ ଅଂଚଳରେ ସାନିଟାରୀ ସାମଗ୍ରୀ ପାଇଁ ମହିଳାଙ୍କୁ ଓ ଝିଅଙ୍କୁ ନିଜ ଶରୀର ବିକ୍ରି କରିବାକୁ ପଡୁଛି।

ଏକ ଅନୁସନ୍ଧାନରୁ ଆଶ୍ଚର୍ଯ୍ୟକର ତଥ୍ୟ ସାମନାକୁ ଆସିଛି। ଏହା ଅନୁସାରେ, ନାଇରୋବୀର କିବେରା ଅଂଚଳରେ ପାଖାପାଖି ୬୫ ପ୍ରତିଶତ ମହିଳା କେବଳ ଗୋଟିଏ ସାନିଟାରୀ ପ୍ୟାଡ ପାଇଁ ନିଜ ଶରୀର ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି। ସର୍ଭେ ରିପୋର୍ଟ ଅନୁସାରେ, ପଶ୍ଚିମ କେନିଆରେ ପାଖାପାଖି ୧୦ ପ୍ରତିଶତ ଝିଅ ଏମିତି ଅଛନ୍ତି, ଯେଉଁମାନେ ବିବାହ ପୂର୍ବରୁ ଏକ ପ୍ୟାଡ ପାଇଁ ନିଜ ଦେହ ବ୍ୟବସାୟ କରିଛନ୍ତି। ୟୁନିସେଫର ରିସର୍ଚ୍ଚ କହେ, କେନିଆର ୫୪ ପ୍ରତିଶତ ଝିଅଙ୍କୁ ସାନିଟାରୀ ପ୍ୟାଡ ଭଳି ସ୍ୱାସ୍ଥ୍ୟ ସୁରକ୍ଷା ସମ୍ବନ୍ଧୀୟ ସାମଗ୍ରୀ ଉପଲବ୍ଧ ନାହିଁ।

photo by : GroundUp

କେନିଆରେ ୟୁନିସେଫର ମୁଖ୍ୟ ଅଧିକାରୀ ଏଣ୍ଡ୍ରୟୁ ଟ୍ରେବେଟଙ୍କ କହିବାନୁସାରେ, କେତେକ ଅଂଚଳରେ ଦାରିଦ୍ର୍ୟତା ହାର ଏତେ ଯେ, ମହିଳାମାନେ ଟ୍ୟାକ୍ସି ଡ୍ରାଇଭର ସହିତ ସଂପର୍କ ରଖିବାକୁ ପଛାନ୍ତି ନାହିଁ। ଏହା ବଦଳରେ ସେମାନଙ୍କୁ ସାନିଟାରୀ ପ୍ୟାଡ ଭଳି ଜିନିଷ ମିଳିଯାଏ। ଏମିତି କରିବା ପଛରେ ଦୁଇଟି କାରଣ ଅଛି। ପ୍ରଥମ ସବୁଠାରୁ ବଡ କାରଣ ଦାରିଦ୍ର୍ୟ। କିନ୍ତୁ ଦ୍ୱିତୀୟ କାରଣ ଏହା ଯେ, ଏଠି ସମସ୍ତ ସ୍ଥାନରେ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ବନ୍ଧୀୟ ସାମଗ୍ରୀ ମିଳେନି। ବିଶେଷ କରି ଦୂର ଦୂରାନ୍ତ ଗାଁରେ ସାନିଟାରୀ ପ୍ୟାଡ କିଣିବା ଆହୁରି ଅସମ୍ଭବ। ମହିଳାମାନେ ପ୍ୟାଡ କିଣିବା ପାଇଁ ସହରକୁ ଯାଇପାରନ୍ତି ନାହିଁ। ନା ସେଠି ରାସ୍ତା ଅଛି ନା ଯିବା ଆସିବା ପାଇଁ ବସର ସୁବିଧା ଅଛି।

ସମ୍ବନ୍ଧିତ ଖବର