୩୦ବର୍ଷ ପୂର୍ବରୁ କରଜ ନେଇଥିବା ୨୦୦ଟଙ୍କା ଦେବା ପାଇଁ ଔରାଙ୍ଗାବାଦ ଆସିଲେ କେନିଆର ସାଂସଦ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ରହୁଥିବା କାଶିନାଥ ଗ୍ଵାଲି ସେତେବେଳେ ଭାବବିହ୍ଵଳ ହୋଇ ପଡ଼ିଥିଲେ, ଯେତେବେଳେ କେନିଆର ସାଂସଦ ତାଙ୍କ ପାଖରେ ଆସି ପହଞ୍ଚିଥିଲେ । ୩୦ବର୍ଷ ପୂର୍ବେ ନେଇଥିବା ୨୦୦ଟଙ୍କା ଫେରାଇବା ପାଇଁ କେନିଆରୁ ଭାରତ ଆସିବା କାଶିନାଥଙ୍କୁ ଆଶ୍ଚର୍ଯ୍ୟ କରିବା ସହ ତାଙ୍କ ଆଖିରେ ଲୁହ ଆଣି ଦେଇଥିଲା ।

ସୂଚନା ମୁତାବକ, ସାଂସଦ ରିଚାର୍ଡ ଟୋଙ୍ଗି ୧୯୮୫-୮୯ ମଧ୍ୟରେ ଔରାଙ୍ଗାବାଦରେ ରହି ମ୍ୟାନେଜମେଣ୍ଟ ପାଠ ପଢ଼ିଥିଲେ । ପଢ଼ିବା ସମୟରେ ସଉଦା ଦୋକାନ କରିଥିବା କାଶିନାଥଙ୍କ ଠାରୁ ୨୦୦ଟଙ୍କା କରଜ କରି ନେଇଥିଲେ । କିନ୍ତୁ କେନିଆ ଫେରିବା ସମୟରେ ସେ କାଶିନାଥଙ୍କୁ ତାହା ଫେରାଇ ପାରି ନଥିଲେ । କିନ୍ତୁ ୩୦ବର୍ଷ ପରେ ରିଚାର୍ଡ ଔରାଙ୍ଗାବାଦ ଫେରି ୨୦୦ଟଙ୍କା ଫେରାଇବା କାଶିନାଥଙ୍କୁ ଆଶ୍ଚର୍ଯ୍ୟ କରିବା ସହ ତାଙ୍କ ଆଖିରେ ଖୁସିର ଲୁହ ଆଣି ଦେଇଥିଲା ।

indiatimes.com

ରିଚାର୍ଡଙ୍କ କହିବା ଅନୁଯାୟୀ, ଯେତେବେଳେ ମୁଁ ଏଠାରେ ରହି ପଢ଼ୁଥିଲି, ସେତେବେଳେ ମୋର ଆର୍ଥିକ ଅବସ୍ଥା ଭଲ ନଥିଲା । ସେ ସମୟରେ ମୋତେ କାଶିନାଥ ସାହାଯ୍ୟ କରିଥିଲେ । ଯାହାକୁ ମୁଁ କେବେ ଭୁଲି ପାରିବି ନାହିଁ । ତାଙ୍କଠାରୁ ଟଙ୍କା ନେବା ସମୟରେ ଦିନେ ତାଙ୍କୁ ତାଙ୍କ ଟଙ୍କା ଫେରାଇବି ବୋଲି ମୁଁ ମନସ୍ଥ କରିଥିଲି । ଯାହା ଆଜି ପୂରା ହୋଇଛି ।

ସମ୍ବନ୍ଧିତ ଖବର