କେରଳ ବନ୍ୟା ପ୍ରପୀଡିତ ତଥା ହୃଦୟରୋଗୀ ସରକାରଙ୍କଠାରୁ ସାହାଯ୍ୟ ରାଶି ନେବାକୁ ମନା କରି କ’ଣ କହିଲେ ଜାଣନ୍ତୁ

କୋଚ୍ଚି: ବନ୍ୟା ପ୍ରଭାବିତ ରାଜ୍ୟ କେରଳ କୋଚ୍ଚିରେ ମାନବିକତାର ଏକ ମିସାଲ ଦେଖିବାକୁ ମିଳିଛି। ଏଠାରେ ଜଣେ ଦିନମଜୁରିଆ ସରକାରଙ୍କ ଦ୍ୱାରା ସାହାଯ୍ୟ ଆଧାରରେ ମିଳିଥିଲା ଟଙ୍କାକୁ ନେବାକୁ ମନା କରି ଦେଇଛନ୍ତି।

ଏହି ଦିନମଜୁରିଆଙ୍କୁ ବନ୍ୟା ହେତୁ ସହିଥିବା କ୍ଷତି ପାଇଁ ସରକାରଙ୍କ ତରଫରୁ ଜରୁରୀକାଳିନ ସାହାଯ୍ୟ ଭାବେ ୧୦ହଜାର ଟଙ୍କା ଦିଆଯାଇଥିଲା। ଅଭାବ ଅନଟନ ଦେଇ ଗତି କରୁଥିବା ୪୨ବର୍ଷୀୟ ଜାର୍ଜ କାନାପିଲ୍ଲି ଟଙ୍କା ନେବାକୁ ମନା କରି ସରକାରଙ୍କୁ ଏକ ପତ୍ର ଲେଖି କହିଛନ୍ତି, ମୁଁ ବନ୍ୟା ପ୍ରପୀଡିତଙ୍କୁ ଟଙ୍କା ଦେଇ ସାହାଯ୍ୟ କରି ପାରିବି ନାହିଁ, ତେଣୁ ମୋତେ ମିଳିବାକୁ ଥିବା ଏହି ଟଙ୍କା ଦେଇ ମୁଁ ଯାହାକୁ ନିହାତି ଏହି ଟଙ୍କା ଆବଶ୍ୟକ ତାଙ୍କୁ ସାହାଯ୍ୟ କରି ପାରିବି।

ବନ୍ୟା ସମୟରେ ପଲ୍ଲିପୁରମ ପଞ୍ଚାୟତର ଓ୍ଵାର୍ଡ ନମ୍ବର ୧୪ସ୍ଥିତ ଜାର୍ଜଙ୍କ ଘରେ ବନ୍ୟା ପାଣି ପଶି ଯାଇଥିଲା। ବନ୍ୟା ହେତୁ ହୋଇଥିବା କ୍ଷତି ଭରିବା ପାଇଁ ସରକାର ତାଙ୍କୁ ଟଙ୍କା ଦେଇ କିଛିଟା ସାହାଯ୍ୟ କରୁଥିଲେ। ବନ୍ୟା ପରେ ଜାର୍ଜ ତାଙ୍କ ପତ୍ନୀଙ୍କ ଘରକୁ ଚାଲି ଯାଇଥିଲେ। ଘରର ସମାଗ୍ରୀ ଏକ ଉଚ୍ଚସ୍ଥାନରେ ରଖି ଦେଇଥିଲେ। ଫଳରେ ତାଙ୍କ ଜିନିଷ ପତ୍ର କୌଣସି ନଷ୍ଟ ହୋଇ ନାହିଁ। ଏମିତିରେ ବିନା କୌଣସି କ୍ଷତି ସହି ସରକାରଙ୍କ ମାଗଣା ଧନ ସ୍ୱୀକାର କରିବା ଉଚିତ ନୁହେଁ ବୋଲି ଜାର୍ଜ କହିଛନ୍ତି।

ଏପଟେ ଜାର୍ଜଙ୍କ ଯେବେଠାରୁ ମୋରୁଦଣ୍ଡ ଅସ୍ତ୍ରୋପଚାର ହୋଇଛି ସେ ନିଜ ଶରୀର ଓଜନ ଉଠାଇବା କଷ୍ଟକର ହେଉଛି। ଏପରି ପରିସ୍ଥିତିରେ ତାଙ୍କ ହୃଦୟରେ ଏକ ଛିଦ୍ର ମଧ୍ୟ ହୋଇଯାଇଛି। ଏଭଳି ବିପଦପୂର୍ଣ୍ଣ ପରିସ୍ଥିତିରେ ବି ସେ ସରକାରଙ୍କଠାରୁ ମିଳୁଥିବା ଧନ ରାଶିକୁ ନେବା ପାଇଁ ମନା କରି ଦେଇଥିଲେ। ଜାର୍ଜାଙ୍କ ପିତା ବି କହିଛନ୍ତି, ସେ ଯେ ପର୍ଯ୍ୟନ୍ତ ସୁସ୍ଥ ଅଛନ୍ତି ଶାରୀରିକ ଭାବେ ସମସ୍ତଙ୍କ ସାହାଯ୍ୟ କରୁଥିବେ।

ସମ୍ବନ୍ଧିତ ଖବର