ମହାରାଜ ପରୀକ୍ଷିତ ମୃତ୍ୟୁକୁ କିପରି ଜୟ କରିଥିଲେ ?

ଶୁକଦେବଙ୍କର ଜୀବନ ବୈରାଗ୍ୟ ର ଏକ ଅନୁପମ ଉଦାହରଣ ଅଟେ।ସେ ଗାଆଁକୁ କେବଳ ଗାଈ ଦୁହିଁବା ସମୟରେ ଯାଆନ୍ତି ଓ ସେହି ସମୟ ପାଇଁ ସେଠାରେ ଅଟକି ପୁଣି ବନସ୍ତକୁ ଫେରିଆସନ୍ତି। ବ୍ୟାସଦେବଙ୍କର ହାର୍ଦ୍ଦିକ ଇଛା ଥିଲା ଯେ ଶୁକଦେବ ଶ୍ରୀମଦ୍‌ଭଗବତ ଭଳି ପରମହଂସସଂହିତା ଅଧ୍ୟୟନ କରନ୍ତୁ,କିନ୍ତୁ ଏକଥା କହିବା ପାଇଁ ମଧ୍ୟ ତାଙ୍କୁ ଦେଖାଦେଉ ନଥିଲେ ଶୁକ।

ବ୍ୟାସଦେବ ଶ୍ରୀମଦ୍‌ ଭାଗବତର ଶ୍ରୀକୃଷ୍ଣ ଲୀଳାର ଏକ ଶ୍ଳୋକ ପ୍ରସ୍ତୁତ କରି ତା’ର ଅଧା ଭାଗ ଶିଷ୍ୟମାନଙ୍କୁ ମୁଖସ୍ଥ କରାଇଲେ।ତା’ଙ୍କର ଶିଷ୍ୟମାନେ ସେହି ଶ୍ଳୋକକୁ ଆବୃତ୍ତି କରି କରି ଜଙ୍ଗଲକୁ ସମିଧା ସନ୍ଧାନରେ ଯାଉଥିଲେ। ଦିନେ ଶୁକଦେବଙ୍କ କାନରେ ଏହି ଶ୍ଳୋକ ପଡ଼ିଲା।


ଶ୍ରୀକୃଷ୍ଣ ଲୀଳାର ଅଦ୍ଭୁତ ଆକର୍ଷଣରେ ବାନ୍ଧିହୋଇ ଶୁକଦେବ ଏହାପରେ ପିତା ଶ୍ରୀ ବ୍ୟାସଙ୍କ ନିକଟକୁ ଫେରିଆସିଲେ।ତା’ ପରେ ସେ ଶ୍ରୀମଦ୍‌ ଭାଗବତ ମହାପୁରାଣର ଅଠର ହଜାର ଶ୍ଳୋକ ବିଧିବତ୍‌ ଭାବେ ଅଧ୍ୟୟନ କରିଲେ। ସେ ଏହି ପରମହଂସ ସଂହିତାର ପାଠ ମହାରାଜ ପରୀକ୍ଷିତଙ୍କୁ ଶୁଣାଇଲେ,ଯାହାର ଦିବ୍ୟ ପ୍ରଭାବରେ ପରୀକ୍ଷିତ ମୃତ୍ୟୁକୁ ମଧ୍ୟ ଜୟ କରିଥିଲେ ଏବଂ ଭଗବାନ୍‌ଙ୍କ ଧାମକୁ ପ୍ରାପ୍ତ କରିଥିଲେ।

ସମ୍ବନ୍ଧିତ ଖବର