ଆଇଏଏସ୍‌, ଆଇପିଏସ୍‌, ଆଇଇଏସ୍‌ ଓ ଆଇଏଫଏସ ପଦ ମଧ୍ୟରେ ପ୍ରଭେଦ କ’ଣ ? ଆସନ୍ତୁ ଜାଣିବା

ଆଇଏଏସ୍‌, ଆଇପିଏସ୍‌, ଆଇଇଏସ୍‌, ଆଇଏଫଏସ ଅଧିକାରୀ ହେବା ପାଇଁ ହେଉଥିବା ପ୍ରକ୍ରିୟା ବିଷୟରେ ସମସ୍ତେ ଅଳ୍ପ ବହୁତ ଅବଗତ ଥାଆନ୍ତି। ଆଉ ସେହି ଅନୁସାରେ ଆଶାୟୀ ପ୍ରାର୍ଥୀମାନେ ପ୍ରସ୍ତୁତି ମଧ୍ୟ କରନ୍ତିି । କିନ୍ତୁ ପ୍ରାୟ ଲୋକ ସେମାନଙ୍କ ପଦବୀକୁ ନେଇ ଭ୍ରମରେ ଥାଆନ୍ତି। ଆସନ୍ତୁ ଜାଣିବା ଏହି ଅଧିକାରୀଙ୍କ କାମ କ’ଣ ? କିଏ କେଉଁ ଆଧାରରେ କାମ କରନ୍ତି ?

ଆଇଏଏସ୍‌ ଓ ଆଇପିଏସଙ୍କୁ ଦିଆଯାଇଥାଏ ବିଶେଷ ଅଧିକାର। ସେମାନଙ୍କୁ ଲୋକେ ସେବା ଅଧିକାରୀଙ୍କ ରୂପରେ ଜାଣନ୍ତି । ବିଭିନ୍ନ ଅଧିକାରୀଙ୍କର ଥାଏ ଭିନ୍ନ ଭିନ୍ନ ଭୂମିକା ଏବଂ ତାଙ୍କର ଦରମାରେ ମଧ୍ୟ ଖୁବ ଅନ୍ତର ଥାଏ । ସଂଘ ଲୋକସେବା ତରଫରୁ ଆୟୋଜିତ ହୋଇଥିବା ସିଭିଲ ସେବା ପରୀକ୍ଷା ପାସ କରିବା ପରେ ଚୟନ କରାଯାଏ।

ଆଇଏଏସ୍‌ (ଭାରତୀୟ ପ୍ରଶାସନିକ ସେବା) – ସିଭିଲ ସର୍ଭିସ ପରୀକ୍ଷାରେ ଟପ୍‌ ର‍୍ୟାଙ୍କ ରଖୁଥିବା ଆଶାୟୀଙ୍କୁ ଆଇଏଏସ୍‌ ନିଯୁକ୍ତ କରାଯାଏ। ଆଇଏଏସ୍‌ ଅଧିକାରୀ ସଂସଦରେ ତିଆରି ହେଉଥିବା ନିୟୟକୁ ନିଜ ଅଞ୍ଚଳରେ ଲାଗୁ କରନ୍ତି। ଏହାସହ ନୂଆ ନିୟମ କାନୁନ ତିଆରି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଆଇଏଏସ୍‌ ଅଧିକାରୀ କ୍ୟାବିନେଟ୍‌ ସେକ୍ରେଟାରୀ ଓ ଅଣ୍ଡର ସେକ୍ରେଟାରୀ ମଧ୍ୟ ହୋଇପାରନ୍ତି।

ଆଇପିଏସ (ଭାରତୀୟ ପୋଲିସ ସେବା) – ଆଇପିଏସ୍‌ ଅଧିକାରୀ ନିଜ କାର୍ଯ୍ୟକ୍ଷେତ୍ରରେ ହିଁ ନିୟମ କାନୁନ ବ୍ୟବସ୍ଥା ତିଆରି କରିବାର କାମ କରନ୍ତି। ଆଇପିଏସ୍‌ ଏସପିଙ୍କ ଠାରୁ ଆରମ୍ଭ କରି ଆଇଜି, ଡେପୁଟି ଆଇଜି, ଡିଜିପିି ପର୍ଯ୍ୟନ୍ତ ହୁଅନ୍ତି । ଆଇପିଏସ୍‌ ହିଁ ଉଚିତ ରୂପରେ ନିୟମକୁ ଲାଗୁ କରିବାର କାମ କରନ୍ତି ।

ଆଇଇଏସ୍‌ (ଭାରତୀୟ ଇଞ୍ଜିନିୟରିଂ ସେବା) – ଏମାନେ ସରକାରଙ୍କ ଟେକ୍ନିକାଲ ପାର୍ଟକୁ ସମ୍ଭାଳନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅନ୍ୟ ଅଧିକାରୀଙ୍କ ପାଇଁ କେବଳ ଗ୍ରାଜୁଏସନର ଅବାଶ୍ୟକତା ଥାଏ, କିନ୍ତୁ ଆଇଇଏସ୍‌ ଆଶାୟୀଙ୍କୁ ଇଞ୍ଜିନିୟରିଂରେ ଗ୍ରାଜୁଏସନ୍‌ କରିିବା ଜରୁରୀ। ଆଇଇଏସ୍‌ ଅଧିକାରୀ ଡିପାର୍ଟମେଣ୍ଟ ଅଫ୍‌ ସିଭିଲ ଇଞ୍ଚିନିୟରିଂ, ମେକାନିକାଲ ଇଞ୍ଜିନିୟରିଂରେ କାମ କରନ୍ତି।

ଆଇଏଫଏସ୍‌ – ଆଇଏଫଏସ୍‌ ବିଦେଶୀ ମାମଲା ଉପରେ କାମ କରନ୍ତି ଏବଂ ବୈଦେଶିକ ମନ୍ତ୍ରାଳୟରେ ସେବା ପ୍ରଦାନ କରନ୍ତି। ଆଇଏଫଏସ୍‌ ଅଧିକାରୀ ୟୁପିଏସି କ୍ଲିୟର କରିବାର ୩ ବର୍ଷ ଟ୍ରେନିଂ ପରେ ଆଇଏଫଏସ୍‌ ଅଧିକାରୀ ରୂପେ ନିଯୁକ୍ତ ହୁଅନ୍ତି । ଆଇଏଫଏସ୍‌ ଅଧିକାରୀ କୂଟନୈତିକ ଜଡ଼ିତ ମାମଲା ଉପରେ କାମ କରନ୍ତି । ଏହାସହ ଦ୍ୱିପାକ୍ଷିକ ମାମଲାକୁ ସମ୍ଭାଳନ୍ତି ।

ଆଇଏଏସ୍‌ ଅଧିକାରୀଙ୍କ ଦରମା : ଆଇଏଏସ୍‌ ଅଧିକାରୀଙ୍କ ବେତନ ବିଭିନ୍ନ ସଂରଚନା ଆଧାରରେ ହୋଇଥାଏ। ଯେପରି ଜୁନିୟର ସ୍କେଲ, ସିନିୟର ସ୍କେଲ, ସୁପର ଟାଇମ ସ୍କେଲ ପାଇଁ ଭିନ୍ନ ଭିନ୍ନ ବେତନ ଦିଆଯାଏ। ଆଇଏଏସ୍‌ ଅଧିକାରୀ ମଧ୍ୟ ଏଚଆରଏର ହକଦାର ଅଟନ୍ତି। ଏହାସହ ତାଙ୍କୁ ଟିଏ, ଡିଏ ଆଦି ମଧ୍ୟ ମିଳେ।

ଆଇପିଏସ୍‌ ଅଧିକାରୀଙ୍କ ଦରମା : ଆଇପିଏସ୍‌ ଅଧିକାରୀଙ୍କୁ ମଧ୍ୟ ପିଏଫ୍‌, ଗ୍ରାଚୁଟି, ହେଲଥ କେୟାର ସର୍ଭିସ, ଆଜୀବନ ପେନସନ, ସର୍ଭିସ କ୍ୱାଟର, ଘରୋଇ କର୍ମଚାରୀ, ଆଉ ଅନେକ ସେବା ନିବୃତ୍ତି ସୁବିଧା ଦିଆଯାଏ। ଏଥରେ ଆଇଜି, ଡିଆଇଜି, ଏଡ଼ିଜି, ଏସପିଙ୍କ ଆଧାରରେ ଦରମା ଦିଆଯାଏ।

ସମ୍ବନ୍ଧିତ ଖବର