ଦୁର୍ଘଟଣା ହେଲେ ଘରକୁ ତୁରନ୍ତ ଖବର ପହଞ୍ଚାଇବ ଏହି ହେଲ୍‌ମେଟ୍‌

ବାଇକ୍‌ ଚଳାଉଥିବା ସମୟରେ ଦୁର୍ଘଟଣା ଘଟିଲେ ତୁରନ୍ତ ସାହାଯ୍ୟର ଦରକାର ହୋଇଥାଏ, କିନ୍ତୁ ବେଳେ ବେଳେ ତୁରନ୍ତ ସାହାଯ୍ୟ ମିଳିପାରେ ନାହିଁ। ବର୍ତ୍ତମାନ ଏମିତି ଏକ ସ୍ମାର୍ଟ୍‌ ହେଲ୍‌ମେଟ୍‌ ଆସିଛି ଯାହା ଦୁର୍ଘଟଣା ହେଲା ମାତ୍ରେ ତୁରନ୍ତ ଆପଣଙ୍କ ଘରକୁ ଖବର ପଠାଇ ଦେବ। ଏହାର ନାମ ହେଉଛି – କ୍ୱିନ୍‌ ସ୍ମାର୍ଟ୍‌ ହେଲ୍‌ମେଟ୍‌।

 

କ’ଣ ସବୁ ସାହାଯ୍ୟ କରିବ କ୍ୱିନ୍‌ ସ୍ମାର୍ଟ୍‌ ହେଲ୍‌ମେଟ୍‌: ଦୁର୍ଘଟଣା ହେଲା ମାତ୍ରକେ – Quin Smart Helmet (କ୍ୱିନ୍‌ ସ୍ମାର୍ଟ୍‌ ହେଲ୍‌ମେଟ୍‌) ଜରିଆରେ ତୁରନ୍ତ ମିଳିବ ସାହାଯ୍ୟ, ଏହି ହେଲ୍‌ମେଟ୍‌ ଆପଣଙ୍କ ପରିବାରକୁ ଆପଣଙ୍କ ଲୋକେସନ୍‌ ଓ ଦୁର୍ଘଟଣାର ବେଗ ବିଷୟରେ ତୁରନ୍ତ ସୂଚାଇ ଦେବ, ସ୍ମାର୍ଟ୍‌ ହେଲ୍‌ମେଟ୍‌ ଏମର୍ଜେନ୍‌ସି ହେଲ୍ପ୍‌ ଲାଇନ୍‌ (ଜରୁରୀକାଳୀନ ସାହାଯ୍ୟ)କୁ ମଧ୍ୟ ତୁରନ୍ତ ଖବର ପଠାଇ ଦେବ।

 

କେମିତି ବ୍ୟବହାର କରିବେ କ୍ୱିନ୍‌ ସ୍ମାର୍ଟ୍‌ ହେଲ୍‌ମେଟ୍‌: ଏହାକୁ ସହଜରେ ମୋବାଇଲ୍‌ ସହ କନେକ୍ଟ୍‌ କରି କରାଯାଇ ପାରିବ। ମୋବାଇଲ୍‌ ଜରିଆରେ ଏହା ଘରକୁ ଓ ଏମର୍‌ଜେନ୍‌ସି ହେଲ୍ପ୍‌ଲାଇନ୍‌କୁ ଖବର ପଠାଇବ।
ହେଲ୍‌ମେଟ୍‌ରେ କ’ଣ ରହିଛି ଅନ୍ୟାନ୍ୟ ଫିଚର୍ସ୍‌: ଭଏସ୍‌ କଲ୍‌ କରି ପାରିବେ, ମ୍ୟୁଜିକ୍‌ ଶୁଣି ପାରିବେ, ଯାତ୍ରା କରୁଥିବା ଅଞ୍ଚଳର ମ୍ୟାପ୍‌ (ମାନଚିତ୍ର) ଟ୍ରାକ୍‌ କରିବ, ଗୁଗଲ୍‌ ଏସିଷ୍ଟାଣ୍ଟ୍‌ ଫିଚର୍ସ୍‌ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର