୧୬ବର୍ଷ ବୟସରେ ବାପାଙ୍କଠାରୁ ୩୫ ହଜାର ଟଙ୍କା ନେଇ ଆରମ୍ଭ କରିଥିଲେ ବ୍ୟବସାୟ,ଏବେ ପାଲଟିଛନ୍ତି ୬ହଜାର କୋଟିର ବ୍ୟବସାୟୀ

ନୂଆଦିଲ୍ଲୀ : ୧୬ ବର୍ଷ ବୟସରେ ପ୍ରାୟ ସମସ୍ତେ ପାଠ ପଢ଼ିବାକୁ ଚାହିଁଥାନ୍ତି । କିନ୍ତୁ ଏହି ବୟସରେ ପାଠ ପଢ଼ିବା ପରିବର୍ତ୍ତେ ଜଣେ ଭାରତୀୟ ଯୁବକ ନିଜ ବାପାଙ୍କଠାରୁ ୩୫ ହଜାର ଟଙ୍କା ନେଇ ବ୍ୟବସାୟ ଆରମ୍ଭ କରିବାକୁ ଭାବିଥିଲେ । ଏହି ବ୍ୟବସାୟ ଏତେ ସଫଳ ହୋଇଗଲା ଯେ ଚୀନର ଏକ କମ୍ପାନି ଏହାକୁ ୬ ହଜାର କୋଟିରେ କିଣିବାର ପ୍ରସ୍ତାବ ପଠାଇଲା । ଏଠି ଯାହାଙ୍କ କଥା କୁହାଯାଉଛି ସେ ହେଉଛନ୍ତି ଦେବ ତୁର୍‌ଖିୟା, ଯିଏ ଖୁବ୍‌ କମ ବୟସରେ ମିଡିିଆ ଡଟ୍‌ ନେଟ୍‌ର ଶୁଭାରମ୍ଭ କରିଥିଲେ ।

Quartz

ସୂଚନା ମୁତାବକ, ଦେବ ଏବଂ ତାଙ୍କ ଭାଇ ଭାବିନ୍‌ ମିଶି ୧୯୯୮ରେ ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତିି ନେଇଥିଲେ । ଏହି ବ୍ୟବସାୟ ଆରମ୍ଭ କରିବା ସମୟରେ ଦେବଙ୍କୁ ୧୬ବର୍ଷ ହୋଇଥିବା ବେଳେ ଭାବିନ୍‌ଙ୍କୁ ୧୮ବର୍ଷ ହୋଇଥିଲା । ନିଜ ଘରୁ ହିଁ ସେମାନେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଏହି ବ୍ୟବସାୟ ପାଇଁ ଦୁଇ ଜଣ ନିଜ ବାପାଙ୍କଠାରୁ ୩୫ ହଜାର ଟଙ୍କା ଉଧାର ଆଣିଥିଲେ । ଯାହା ୪ବର୍ଷ ମଧ୍ୟରେ ୧୦ଲକ୍ଷ ଡ଼ଲାରରେ ପହଞ୍ଚିଥିଲା । ଟଙ୍କା ଦେବା ସମୟରେ ଦେବଙ୍କ ବାପା କହିଥିଲେ,”ଯେଉଁ କାମ ପାଇଁ ଟଙ୍କା ନେଉଛ ସେଥିରେ ସଫଳ ହେବ ବୋଲି କେହି କହି ପାରିବେ ନାହିଁ । କିନ୍ତୁ ସଫଳ ହୁଅ ବା ଅସଫଳ ସେଥିରୁ ଅନେକ ଜିନିଷ ଶିଖିବ ନିଶ୍ଚୟ।” ଏହି କଥା ଦେବଙ୍କୁ ଅନୁପ୍ରାଣିତ କରିଥିବା ବେଳେ ସେ ନିଜର କମ୍ପାନିର କାରବାରକୁ ୬ହଜାର କୋଟିରେ ପହଞ୍ଚାଇ ପାରିଥିଲେ । ଚୀନର ଏକ କମ୍ପାନି ଦେବଙ୍କ ମିଡ଼ିଆ ଡ଼ଟ୍‌ ନେଟ୍‌ ବିଷୟରେ ଜାଣି ତାଙ୍କ କମ୍ପାନିକୁ ୬ହଜାର କୋଟି ଦେଇ କିଣିବା ପାଇଁ ୨୦୧୬ରେ ପ୍ରସ୍ତାବ ଦେଇଥିଲେ ।

ସମ୍ବନ୍ଧିତ ଖବର