ଜାଣନ୍ତୁ ଗତ ଛଅ ମାସ ମଧ୍ୟରେ କେଉଁ କେଉଁ ଭୁଲ୍‌ କାର୍ଯ୍ୟରେ ବ୍ୟବହାର ହୋଇଛି ଆପଣଙ୍କର ଆଧାରକାର୍ଡ଼!

ସରକାର ସମସ୍ତ କାର୍ଯ୍ୟ ଲାଗି ଆଧାରକାର୍ଡ଼କୁ ଅନିବାର୍ଯ୍ୟ କରିଥିବା ବେଳେ,ଏବେ ଆମକୁ ଅଧିକତର କାର୍ଯ୍ୟ ପାଇଁ ଆଧାରର ବ୍ୟବହାର କରିବାକୁ ପଡ଼ିଛି। ତେଣୁ ଆଜି ଆମେ ଆପଣଙ୍କୁ ଘରେ ବସି ଆପଣଙ୍କର ଅଧାରକାର୍ଡ଼ ବିଗତ ୬ ମାସ ମଧ୍ୟରେ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର ହୋଇଛି ବା ତାହା ମାଧ୍ୟମରେ କ’ଣ ସବୁ ଭୁଲ୍‌ କାର୍ଯ୍ୟ ହେଇଛି ସେହି ବିଷୟରେ ଜଣାଇବୁ, ଯାହାକି ଆପଣଙ୍କୁ ଆଧାର ସଂପର୍କିତ କାର୍ଯ୍ୟ ବିଷୟରେ ମନେପକାଇଦେବ। ଏଥିସହିତ ଏହା ଆପଣଙ୍କ ଆଧାରରେ ଯଦି କୌଣସି ଭୁଲ୍‌ କାର୍ଯ୍ୟ ହୋଇଥାଏ ତାହା ବି ସୂଚାଇଦେବ! ଯାହାଫଳରେ ଆପଣ ଏ ନେଇ ଅଭିଯୋଗ ଦେଇପାରିବେ।

ତେବେ ଏ ନେଇ ଆପଣଙ୍କୁ ୟୁଆର୍‌ଏଲ୍‌ resident.uidai.gov.in/notification-aadhaar କୁ ନିଜର ବ୍ରାଉଜର୍‌ ଉପରେ କପିପେଷ୍ଟ୍‍ କରିବାକୁ ହେବ। ଏଥିସହିତ ଏକ ନିଶ୍ଚିତ ସ୍ଥାନରେ ରହିଥିବା ଆଧାର ନମ୍ବରକୁ ଏଠାରେ ଆପଣଙ୍କୁ ଏଣ୍ଟର୍‌ କରି ତାହାର ତଳଭାଗରେ ଦିଆଯାଇଥିବା ଖାଲି ସ୍ଥାନରେ ଦିଆଯାଇଥିବା ସିକ୍ୟୁରିଟି କୋଡ଼୍‍କୁ ପୂରଣ କରିବାକୁ ପଡ଼ିବ।ଏହାପରେ ଆପଣ ଓଟିପି ଜେନରେଟ୍‌ କରିବା ଅପ୍‌ସନ୍‌ ଉପରେ କ୍ଲିକ୍‌ କରନ୍ତୁ। ତେବେ ଏବେ ଆପଣଙ୍କ ପାଖକୁ ଆପଣଙ୍କ ଆଧାରକାର୍ଡ଼ ସହିତ ଯେଉଁ ମୋବାଇଲ୍‌ ନମ୍ବରର ରେଜିଷ୍ଟ୍ରେସନ୍‌ କରାଯାଇଥିବ,ସେଠାକୁ ଏକ ଓଟିପି ନମ୍ବର ଆସିଯିବ। ଏହାପରେ ଆପଣ ଏଠାରେ ଯେଉଁ ପେଜ୍‌ଟି ଖୋଲିବ,ସେଠରେ ଆଥେଣ୍ଟିକେସନ୍‌ ଟାଇପ୍‌ର ଡ୍ରପ୍‌ ଡାଉନ୍‌ରୁ ‘ଅଲ୍‌’ ଅପ୍‌ସନ୍‌ କୁ ସିଲେକ୍ଟ କରିବାକୁ ହେବ। ତେବେ ଏଠାରେ ଆପଣ ତଳ ଭାଗରେ ରହିଥିବା ‘ସିଲେକ୍ଟ୍‌ ଡ଼େଟ୍‌ ରେଂଜ୍‌’ର ଅପ୍‌ସନ୍‌ରେ ରହିଥିବା ଅଧିକତମ ୬ ମାସ ଭିତରର ତାରିଖକୁ ବାଛିବାକୁ ହେବ। ତେବେ ଏଠାରେ ନମ୍ବର ଅଫ୍‌ ରେକର୍ଡ଼ସକୁ ବାଛିବା ପରେ ଆପଣ ଏହି ପେଜ୍‌ଟିକୁ ସମିଟ୍‌ କରିଦିଅନ୍ତୁ। ଏବେ ହିଷ୍ଟୋରିକୁ ଦେଖି ଆପଣ ଏଥିରେ ରହିଥିବା ତ୍ରୁଟି କିମ୍ବା ଦୁରୁପଯୋଗ ବିରୋଧରେ UIDAIର 1947 କୁ କଲ୍‌ କରି ଜଣାଇଦିଅନ୍ତୁ।

ସମ୍ବନ୍ଧିତ ଖବର