ଚା’ ବିକି ୨୩ ଦେଶ ବୁଲି ସାରିଲେଣି ଏହି ଦମ୍ପତି, ଦେଶର ସବୁଠାରୁ ଧନୀ ବୋଲି ଲେଖି ଟୁଇଟ୍‌ କଲେ ଆନନ୍ଦ ମହିନ୍ଦ୍ରା

କୋଚ୍ଚି : କେରଳର କୋଚ୍ଚିରେ ରହୁଥିବା ବିଜୟନ ଏବଂ ତାଙ୍କ ପତ୍ନୀ ମୋହନା ଏବେ ପର୍ଯ୍ୟନ୍ତ ୨୩ଟି ଦେଶ ବୁଲି ସାରିଥିବା ଜଣାପଡ଼ିଛି । ଖାସ୍‌ କଥା ହେଲା ୭୦ବର୍ଷୀୟ ବିଜୟନ ଏବଂ ତାଙ୍କ ପତ୍ନୀ କୋଚ୍ଚିରେ ଏକ ଛୋଟ ଚା’ ଦୋକାନ କରିଥିବା ବେଳେ ସେଥିରୁ ହେଉଥିବା ଆୟରୁ ସେ ବୁଲୁଥିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରତିଦିନର ଆୟରୁ କିଛି କିଛି ସଞ୍ଚୟ କରି ଦୁହେଁ ବିଭିନ୍ନ ଦେଶ ବୁଲିବାର ସ୍ୱପ୍ନ ପୂରା କରି ପାରିଛନ୍ତି । କିଛି ଲୋକ ସରକାରୀ ଚାକିରି କରି ମଧ୍ୟ ଦେଶ ବୁଲି ପାରୁ ନ ଥିବା ବେଳେ ଚା’ ବିକି ଦେଶ ବୁଲିବା ଖବରକୁ ନେଇ ଏବେ ବିଜୟନ ଚର୍ଚ୍ଚାରେ ।

ଜଣାଶୁଣା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଏହି ଦମ୍ପତିଙ୍କ ଭିଡିଓ ଟୁଇଟରରେ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଛି । ଟୁଇଟ୍‌ କରି, ଫୋର୍ବସ୍‌ର ଧନୀ ସୂଚୀରେ ବିଜୟନ ଏବଂ ମୋହନାଙ୍କ ନାଁ ନାହିଁ ସତ । କିନ୍ତୁ ଅସଲରେ ଏହି ଦମ୍ପତି ଆମ ଦେଶର ପ୍ରକୃତ ଧନୀ । ଆଗକୁ ଯେତେବେଳେ ମୁଁ ତାଙ୍କ ସହରକୁ ଯିବି,ଯେମିତି ହେଲେ ବି ମୁଁ ତାଙ୍କ ଦୋକାନକୁ ଯାଇ ଚା’ ପିଇବି ବୋଲ ଲେଖିଥିଲେ ।

୧୯୬୩ରେ ବିଜୟନ ଚା’ ବିକିବା ଆରମ୍ଭ କରିଥିଲେ । ଧିରେ ଧିରେ ତାଙ୍କ ଚା’କୁ ଗ୍ରାହକ ପସନ୍ଦ କରିବା ସହ ଲୋକେ ତାଙ୍କୁ ଜାଣିବା ଆରମ୍ଭ କରିଥିଲେ । ବିଜୟନ ଏବଂ ମୋହନା ଯେତେବେଳେ ବିବାହ କଲେ,ଦୁହଁଙ୍କ ସ୍ୱପ୍ନ ବିଭିନ୍ନ ଦେଶ ବୁଲିବାର ଥିଲା । ବିବାହ ପରେ ଦୁହେଁ ଚା’ ବିକି ଯେଉଁ ଟଙ୍କା ସଞ୍ଚୟ କରୁଥିଲେ,ସେହି ଟଙ୍କାରେ ସେ ବିଭିନ୍ନ ଦେଶ ବୁଲିବା ଆରମ୍ଭ କରିଥିଲେ । ପ୍ରତିଦିନ ବିଜୟନ ୫୦୦ଟଙ୍କା ସଞ୍ଚୟ କରି ୨୩ଟି ଦେଶ ବୁଲିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର