ତାହା କ’ଣ? ଯିଏ ମଣିଷର ବନ୍ଧୁ ବି ଶତ୍ରୁ ବି

ଶ୍ରୀମଦ୍‌ ଭଗବଦ୍‌ ଗୀତୀର ସମସ୍ତ ଶ୍ଳୋକ ଶିକ୍ଷଣୀୟ, ଆସନ୍ତୁ ସେଥିରୁ ଗୋଟାଏକୁ ବୁଝିବା

‘ବନ୍ଧୁରାତ୍ମାତ୍ମନସ୍ତସ୍ୟ ଯେନାତ୍ମୈବାତ୍ମନା ଜିତଃ।
ଅନାତ୍ମନସ୍ତୁ ଶତ୍ରୁତ୍ୱେ ବର୍ତେତାତ୍ମୈବ ଶତ୍ରୁବତ୍‌।।’

ଅର୍ଥାତ, ‘ଯିଏ ମନକୁ ଜୟ କରିଛି, ତା’ ପକ୍ଷରେ ମନ ହେଉଛି ଉତ୍ତମ ବନ୍ଧୁ; କିନ୍ତୁ ଯେ ଏହାକରି ନପାରିଛି, ତା’ ପକ୍ଷରେ ସେହିମନ ଏକ ସାଂଘାତିକ ଶତ୍ରୁ ଅଟେ।’

ଗୋଟାଏ ଜିନିଷ ଯାହା ମଣିଷର ବନ୍ଧୁ ବି ହୋଇପାରେ ଏବଂ ଶତ୍ରୁ ବି ହୋଇପାରେ ତାହା ହେଉଛି ମନ। ଆବଶ୍ୟକ ପଡ଼ିଲେ ଏହି ମନ ଏକ ବନ୍ଧୁ ପରି ସାହାଯ୍ୟ କରେ ତ ପୁଣି କେବେ ଶତ୍ରୁ ସାଜି ଦାଉ ସାଧେ। ମନକୁ ଜୟ କରିପାରିଲେ କୌଣସିସ ଅସୁବିଧା ନାହିଁ। ମନ ଯେତେବେଳେ ନିଜ ଆୟତ୍ତରେ ରହିବ ସେତେବେଳେ ତାହାକୁ ଆପଣ ଏକ ବନ୍ଧୁ ବୋଲି ବିବେଚନା କରିପାରନ୍ତି। ମନକୁ ଅୟତ୍ତ ନକରି ପାରିଲେ ଅର୍ଥାତ ମନ ଅଣଆୟତ୍ତ ହେଲେ ତାହା ହୋଇଯାଏ ପରମ ଶତ୍ରୁ। ମନକୁ ଆୟତ୍ତ ନକରି ପାରି ମନ ଇସାରାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତିି। ମନେ ରଖନ୍ତୁ ଅନେକ କିଛି ପାଇଁ ମନ ପ୍ରବର୍ତ୍ତାଇବ। ମାତ୍ର ଆପଣଙ୍କୁ କେବଳ ତାହା କରିବାକୁ ହେବ ଯାହା ନୀତିସଙ୍ଗତ। ମନ ଇସାରେ ଯାଇ ନିୟମ ବହିର୍ଭୂତ କାର୍ଯ୍ୟ କରୁଥିବା ବ୍ୟକ୍ତି ଭାରି ହଇରାଣ ହୋଇଥାନ୍ତି।

ସମ୍ବନ୍ଧିତ ଖବର