୧୯ ବର୍ଷ ବୟସରେ ଅକ୍ଷୟ ପାଲଟିଛନ୍ତି ବ୍ରିଟେନର ସର୍ବକନିଷ୍ଠ କୋଟିପତି

ନୂଆଦିଲ୍ଲୀ: କଥାରେ ଅଛି ବୟସ କେବଳ ଏକ ସଂଖ୍ୟା। ଏପରି କହିବାର ଯଥାର୍ଥତା ହେଉଛି, ଆପଣ ବୟସ ଅଧିକ ହେଉ ଅବା କମ୍‌ ଏଥିରେ କୌଣସି ଫରକ ପଡେ ନାହିଁ। ଆମେ ଏପରି ଜଣେ ୧୯ବର୍ଷିଅ ଯୁବକଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବୟସ ତୁଳନାରେ ସେ ଢ଼େର୍‌ ଅଧିକ ସଫଳତା ହାସଲ କରିଛନ୍ତି। ଏହି ସଫଳତାକୁ ହାସଲ କରିବା ପାଇଁ ଅନେକଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥାଏ।

ଏହି ୧୯ବର୍ଷିଅ ଭାରତୀୟ ନାଗରିକଙ୍କର ଅକ୍ଷୟ ରୁପାରୋଲିୟାଙ୍କ ନାମ ବ୍ରିଟେନର ସବୁଠାରୁ କନିଷ୍ଠ କୋଟିପତି ଭାବେ ସାମିଲ ହୋଇଛି। ଅକ୍ଷୟ ଖୁବ୍‌ ଅଳ୍ପ ବୟସରେ ଜଣେ ସଫଳ ବ୍ୟବସାୟୀ ପାଲଟିଛନ୍ତି। ତାଙ୍କର ଅନଲାଇନ୍‌ କମ୍ପାନି Doorstep.co.uk ୧୬ମାସ ମଧ୍ୟରେ ବ୍ରିଟେନର ୧୮ଟି ବଡ଼ ଅନ୍‌ଲାଇନ୍‌ କମ୍ପାନିକୁ ପଛରେ ପକାଇ ଦେଇଛି। ଅକ୍ଷୟଙ୍କ କମ୍ପାନିର କାରବାର ଏକ ବର୍ଷ ମଧ୍ୟରେ ଏକ କୋଟି କୋଡିଏ ଲକ୍ଷ ପାଉଣ୍ଡରେ ପହଞ୍ଚିଛି। ଏହାପରେ ଅକ୍ଷୟ ବ୍ରିଟେନ୍‌ରେ ସର୍ବକନିଷ୍ଠ ଯୁବା କୋଟିପତିଙ୍କ ତାଲିକାରେ ସାମିଲ ହୋଇଯାଇଛନ୍ତି।

ଯେଉଁ ବୟସରେ ପିଲାମାନେ ଫୁଟବଲ, କ୍ରିକେଟ ଖେଳନ୍ତି, କଲେଜ ଯାଇ ସାଙ୍ଗସାଥୀଙ୍କ ସହିତ ମଉଜମଜଲିସ କରନ୍ତି ସେହି ବସୟରେ ଅକ୍ଷୟ ନିଜ ପାଠପଢ଼ା ସହିତ ଜମି ବିକ୍ରି କାମରେ ନିଜକୁ ନିୟୋଜିତ କରିଥିଲେ। ଅକ୍ଷୟଙ୍କ ପିତା କୌଶିକ ଜଣେ କେୟାର ଓ୍ଵାର୍କର ଓ ମା’ ରେଣୁକା ଲଣ୍ଡନରେ ଦିବ୍ୟାଙ୍ଗମାନଙ୍କ ପିଲାଙ୍କ ସ୍କୁଲରେ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ।

ଅକ୍ଷୟଙ୍କ କହିବାନୁସାରେ, ସେ ନିଜ ବ୍ୟବସାୟ ଯେବେ ଠାରୁ ଆରମ୍ଭ କରିଛନ୍ତି, ସେବେଠାରୁ ନେଇ ଏଯାବତ୍‌ ୧୦କୋଟି ପାଉଣ୍ଡର ଜମି ବିକ୍ରି କରି ସାରିଛନ୍ତି। ସେ ତାଙ୍କ କମ୍ପାନି ୭ ହଜାର ପାଉଣ୍ଡ ଋଣ ନେଇ ଆରମ୍ଭ କରିଥିଲେ। ଏବେ ତାଙ୍କ କମ୍ପାନିରେ ୧୨ଜଣ ଲୋକ କାମ କରୁଛନ୍ତି। ଅକ୍ଷୟ doorstep.co.uk କମ୍ପାନି ଲଞ୍ଚ କରିବା ପରେ ସ୍କୁଲରେ କ୍ଲାସ ଚାଲିଥିବା ସମୟରେ ତାଙ୍କୁ ଏହାକୁ ସମ୍ଭାଳିବାରେ ବହୁ ଅସୁବିଧା ପରିଲକ୍ଷିତ ହୋଇଥିଲା। ଯେଉଁଥିପାଇଁ ସେ ତାଙ୍କ କମ୍ପାନିକୁ ଏକ କଲ୍‌ସେଣ୍ଟର ସହିତ ସଂଯୋଗ କରିଦେଇଥିଲେ। ଅକ୍ଷୟ ସ୍କୁଲରେ ଥିବା ବେଳେ ଏହି କଲ ସେଣ୍ଟର କ୍ଲାଏଣ୍ଟଙ୍କ ପ୍ରଶ୍ନର ଉତ୍ତର ଦେଇଥାଏ। କ୍ଲାସ ଶେଷ ହେବା ପରେ ଅକ୍ଷୟ କ୍ଲାଏଣ୍ଟଙ୍କ ସହିତ କଥା ହୋଇ ଆଲୋଚନା କରିଥାଆନ୍ତି।

ଅକ୍ଷୟଙ୍କୁ ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଅର୍ଥନୀତି ଓ ଗଣିତରେ ପାଠ ପଢ଼ିବା ନେଇ ଅଫର ବି ଆସିଛି, କିନ୍ତୁ ସେ ନିଜ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅକ୍ଷୟ କମ୍ପାନିରୁ ଲାଭ ହେଉଥିବା ଏକ ହଜାର ପାଉଣ୍ଡ ସଞ୍ଚୟ କରିଛନ୍ତି। ଏହି ସଞ୍ଚୟ ଅର୍ଥର ଅକ୍ଷୟ ପ୍ରଥମ କାର କିଣିବାର ଲକ୍ଷ୍ୟ ରଖିଛନ୍ତି।

ତେବେ ଅକ୍ଷୟ ପ୍ରମାଣ କରି ଦେଖାଇଛନ୍ତି, ବୟସ ଯେତେ ବି ହୋଇଥାଉ, ନିଜ ଉପରେ ଆତ୍ମବିଶ୍ୱାସ ଥିଲେ ସମସ୍ତ ଅସମ୍ଭବ ବି ସମ୍ଭବ ହୋଇଥାଏ।

ସମ୍ବନ୍ଧିତ ଖବର